ହେଡଲାଇନସ୍:

ସଚେତନ ହେଲେ ଗ୍ରାମବାସୀ , ଗାଁର ପ୍ରବେଶପଥ କରିଦେଲେ ବନ୍ଦ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :କରୋନା ଭୂତାଣୁ(କୋଭିଡ୍‌-୧୯)ଏବେ ସାରାବିଶ୍ୱରେ ଆତଙ୍କ ଖେଳାଇ ଦେଇଛି । ଏହି ଭୂତାଣୁ ସଂକ୍ରମଣ ଗୋଟିଏ ଦେଶରୁ ଅନ୍ୟଦେଶକୁ ବ୍ୟାପୁଥିବାବେଳେ ମୃତକ ଓ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ତେବେ ଏହି ଭୂତାଣୁକୁ ଦମନ କରିବା ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରତିଷେଧକ ଔଷଧ ବାହାରି ନ ଥିବାବେଳେ ସାମ୍ପ୍ରତିକ ପରିସ୍ଥିତିରେ ସଚେତନତା, ସତର୍କତା ତଥା ସାମାଜିକ ଦୂରତ୍ୱ ଅବଲମ୍ବନ ହିଁ କରୋନା ପ୍ରତିହତ ପାଇଁ ଏକମାତ୍ର ମାଧ୍ୟମ ପାଲଟିଛି । ଏହି ଦୃଷ୍ଟିରୁ ଗତ ମଙ୍ଗଳବାର ମଧ୍ୟରାତ୍ରିରୁ ସାରା ଭାରତରେ ଲକ୍‌ ଡାଉନ୍‌ କଟକଣା ଲାଗୁ ହୋଇଛି । ତେବେ ଲୋକଙ୍କ ଖାମଖିଆଲି ମନୋଭାବ ଯୋଗୁ କେତେକ ସ୍ଥଳେ ଏହି କଟକଣା ବାଟବଣା ହୋଇପଡ଼ିଥିବା ମଧ୍ୟ ପରିଲକ୍ଷିତ ହେଉଛି ।

ଅନ୍ୟପଟେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅନ୍ତର୍ଗତ ପଣ୍ଡକିମାଳ ଗ୍ରାମବାସୀ ଆଜିଠାରୁ ଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶପଥକୁ ବନ୍ଦ ସହିତ ସମଗ୍ର ଗ୍ରାମକୁ ଲକ୍‌ ଡାଉନ୍‌ କରିଦେଇଛନ୍ତି । କେବଳ ସେତିକି ନୁହେଁ, ଗତ କିଛିଦିନ ତଳେ ରାଜ୍ୟ ବାହାରେ ରହୁଥିବା ବ୍ୟକ୍ତିଉକ୍ତ ଗ୍ରାମକୁ ପହଞ୍ଚିଥିଲେ ବି ସଚେତନତା ଦୃଷ୍ଟିରୁ ସେହି ଯୁବକ ନିଜ ଘରକୁ ଯାଇ ନ ଥିଲେ । ରେଢାଖୋଲ ହୋମ୍‌ କ୍ବାରାଣ୍ଟାଇନରେ ରହୁଛନ୍ତି । ସେହିପରି ଗ୍ରାମରେ ମଦ, କୁସୁନା ଭଳି ନିଶା କାରବାରକୁ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି । ଅତି ଜରୁରୀ କାମ ପଡ଼ିଲେ ଗ୍ରାମର କେହି ପଦାକୁ ବାହାରୁଛନ୍ତି, ନ ଚେତ୍‌ ସାମାଜିକ ଦୂରତ୍ୱ ରକ୍ଷା କରି ନିଜ ଗ୍ରାମ ଓ ଘର ମଧ୍ୟରେ ରହୁଥିବା ଗ୍ରାମବାସୀ କହୁଛନ୍ତି । ସହର ମଧ୍ୟରେ ଲକ୍‌ ଡାଉନ୍‌ କଟକଣା ବାଟବଣା ହୋଇପଡ଼ୁ ଥିବାବେଳେ ପଣ୍ଡକିମାଳ ଭଳି ଏକ ନିପଟ ମଫସଲିଆ ଗ୍ରାମର ଗ୍ରାମବାସୀଙ୍କ ଏଭଳି ଉଦ୍ୟମ ପ୍ରଶଂସନୀୟ ହୋଇଛି।

0
0
0
s2sdefault