ହେଡଲାଇନସ୍:

ଡାକବିଭାଗର ନୂତନ ନିର୍ମିତ ଡାକପାର୍ସଲ ହବ କୋଠା "ହୀରଖଣ୍ଡ ଭବନ" ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର (ରମାକାନ୍ତ ବିଶ୍ବାଳ ) : ସମ୍ବଲପୁର ଡାକବିଭାଗର ନୂତନ ନିର୍ମିତ ଡାକପାର୍ସଲ ହବ କୋଠା "ହୀରଖଣ୍ଡ ଭବନ" ମୁଖ୍ୟ ଡାକଘର ପରିସରରେ ଉଦଘାଟିତ ହୋଇଯାଇଛି। ଏହି ଉଦ୍ଘାଟନୀ ଉତ୍ସବରେ ସମ୍ବଲପୁର ବିଧାୟକ ଜୟନରାୟଣ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନନୀୟ ଅତିଥି ଭାବେ ଭାରତ ସରକାରଙ୍କ ଡାକ ସଚିବ ତଥା ଚେୟାରମ୍ୟାନ(ପୋଷ୍ଟାଲ ସର୍ଭିସ ବୋର୍ଡ଼) ପ୍ରଦୀପ କୁମାର ବିଶୋଇ ଏବଂ ସମ୍ବଲପୁର କ୍ଷେତ୍ର ପୋଷ୍ଟ ମାଷ୍ଟର ଜେନେରାଲ ଲଲାଟେନ୍ଦୁ ପ୍ରଧାନ ଯୋଗଦେଇ ଆର.ଏମ.ଏସ. କୋଠା "ହୀରଖଣ୍ଡ ଭବନ" ର ଶୁଭ ଉଦ୍ଘାଟନ କରିଥିଲେ । 

ଡାକସଂଘର ରାଜ୍ୟ ସଭାପତି ପ୍ରଦୀପ ରାଉତ, ମଣ୍ଡଳ ସଭାପତି ରମେଶ ଚନ୍ଦ୍ର ସାହୁ ଓ ମଣ୍ଡଳ ସଭାପତି ଏସ. ରାଜା ସେଠି ପ୍ରମୁଖ  କର୍ମଚାରୀମାନଙ୍କ ସମସ୍ୟା ବିଷୟରେ ମାନପତ୍ର ସଚିବ ଶ୍ରୀବିଶୋଇ ଙ୍କୁ ପ୍ରଦାନ କରିଥିଲେ l ଏହି ଅବସରରେ ୧୨ ଜଣ କର୍ମଚାରୀ ଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ କୁ  ଦେବଗଡ଼ ନିରୀକ୍ଷକ ଶ୍ରାବଣୀ ପ୍ରଧାନ  ପରିଚାଳନା କରିଥିବାବେଳେ ସମ୍ବଲପୁର ଆର.ଏମ.ଏସ. ଏବଂ ଆଞ୍ଚଳିକ କାର୍ଯ୍ୟାଳୟ ର କର୍ମଚାରୀ ଓ ଅଧିକାରୀମାନେ ସହଯୋଗ କରିଥିଲେ।

0
0
0
s2sdefault