ହେଡଲାଇନସ୍:

ନାମକୁ ମାତ୍ର ସେବା ସପ୍ତାହ ପାଳନକୁ ପ୍ରତିବାଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ନିର୍ମାଣ ଶ୍ରମିକ ମାନଙ୍କ ସମସ୍ୟା ସମାଧାନ ଦାବିରେ କଳା ଫିତା ପରିଧାନ ।

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ :  ଆଜି ସମ୍ବଲପୁର ଜିଲ୍ଲା ସ୍ତରୀୟ ସେବା ସପ୍ତାହ ପାଳନ କରାଯାଉଥିବା ବେଳେ ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ସମନ୍ୱୟ  ସମିତି କର୍ମକର୍ତ୍ତା ଙ୍କ ପକ୍ଷରୁ କାର୍ଯ୍ୟକ୍ରମ ସ୍ଥଳ ପ୍ରବେଶ ଗେଟ୍ ରେ କଳା ଫିତା ପରିଧାନ କରି ହୁତୁ ହୂତୁ ଖରାରେ ଧାରଣାରେ ବସିଥିଲେ। ସ୍ଥାନୀୟ ବିଧାୟକ ଜୟାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାୟକ ଧାରଣାରେ ବସିଥିବା କର୍ମକର୍ତ୍ତାଙ୍କ ସହିତ ବହୁ ସମୟଧରି ଆଲୋଚନା କରିଥିଲେ। ଶ୍ରମ ସଚିବ ଓ ଶ୍ରମ କମଶନର ଙ୍କ ସହିତ ସମିତିର କର୍ମକର୍ତ୍ତାଙ୍କୁ ନେଇ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସମ୍ବଲପୁର ଜିଲ୍ଲା ରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ସମ୍ପୂର୍ଣ୍ଣ ଭାବେ ଅସଫଳ। ପଡ଼ିରହିଛି ହଜାର ହଜାର ଆବେଦନ ପତ୍ର। ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ ହିତାଧିକାରୀ ସହାୟତା ପାଉଛନ୍ତି। ଅଧିକାରୀ ଓ କର୍ମଚାରୀ ମାନଙ୍କ ଅସହଯୋଗ ଯୋଗୁଁ ସମସ୍ତ ହିତାଧିକାରୀ ଯୋଜନା ଠପ୍ ହୋଇଯାଇଛି ବୋଲି ସମିତି ସଭାପତି ପ୍ରଶାନ୍ତ ପାଢ଼ୀ ସମେତ ଉପସ୍ଥିତ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ଜିଲ୍ଲାରେ ଲକ୍ଷ ଲକ୍ଷ ଶ୍ରମିକ ଥିବା ବେଳେ ମାତ୍ର 60 ହଜାର ଶ୍ରମିକଙ୍କୁ ପଞ୍ଜିକରଣ କରାଯାଇଛି। ସାତ ହଜାର ଆବେଦନ ପଡ଼ିରହିଛି। ଭରିଫିକେସନ୍ ସରିଥିବା  ପରିଚୟ ପତ୍ର ଦିଆନଯାଇ କେତେକ ଦଲାଲ୍ ଏବଂ ଯେଉଁମାନଙ୍କ ନାମରେ ପୂର୍ବରୁ ଗୁଡାଏ ଅଭିଯୋଗ ରହିଛି ସେମାନେ ଶ୍ରମ ଅଧିକାରୀ ଙ୍କୁ ହତବାରିସ୍ କରି ସହାୟତା ଏବଂ ପରିଚୟ ପତ୍ର ନେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଵୋଲି କର୍ମକର୍ତ୍ତା ପ୍ରକାଶ କରିଛନ୍ତି। ଆସନ୍ତା 19 ତାରିଖରେ ଶ୍ରମ କାର୍ଯ୍ୟାଳୟ ରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସାଧାରଣ ସମ୍ପାଦକ ତ୍ରିନାଥ ରନବିଦ ସୂଚନା ଦେଇଛନ୍ତି। ସମିତି ସଭାପତି ପ୍ରଶାନ୍ତ ପାଢ଼ୀ, କାର୍ଯ୍ୟକାରୀ ସଭାପତି ଭକ୍ତ ବନ୍ଧୁ ମାଝୀ, ସଂପାଦକ ତ୍ରିନାଥ ରନବିଦ , ରୋହିତାସ୍ୱ ସାହୁ, ଟିକୁ ମିର୍ଦ୍ଧା, ଯତୀନ୍ଦ୍ର ସାହୁ, ମମତା ପଣ୍ଡା, ହେମନ୍ତ କୁମାର ସାହୁ, ମହେଶ ନାଥ, ଶିବାନୀ ସୋନି ପ୍ରମୁଖ ଧାରଣାରେ ବସିଥିଲେ। ଦକ୍ଷ ଏବଂ ନିର୍ମାଣ ଶ୍ରମିକ ତଥା ସମିତି ସହିତ ସମନ୍ୱୟ  ରଖିପରୁଥିବବା ଅଧିକାରୀଙ୍କୁ ନିଯୁକ୍ତି, ଖାଲିଥିବା ପଦବୀ ପୂରଣ, ସମିତି ସହିତ ଆଲୋଚନା ହୋଇଥିବା ସମସ୍ତ ସମସ୍ୟା ସମାଧାନ କରାଯିବା, ବକେୟା ପଡିରହିଥିବା ଆବେଦନ ପତ୍ର କୁ କାର୍ଯ୍ୟକାରୀ କରିବା ପ୍ରଭୃତି ଦାବି କରାଯାଇଥିଲା। ଉକ୍ତ ସମସ୍ୟାର ସମାଧାନ ଦାବିରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସମିତି ସଭାପତି ପ୍ରଶାନ୍ତ ପାଢ଼ୀ କହିଛନ୍ତି |

0
0
0
s2sdefault