ହେଡଲାଇନସ୍:

ପୁଣି ଅପମାନିତ "ଓଡ଼ିଆ" : ସେତେବେଳେ ଅଧୁଲିଟିଏ ଦେଇନଥିଲେ, ଏବେ ଛାପ ବି ହଜେଇ ଦେଲେ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଓଡ଼ିଆ ଭାଷା ପ୍ରତି କେନ୍ଦ୍ର ସାହିତ୍ୟ ଏକାଡେ଼ମୀର ବୈମାତୃକ ମନୋଭାବ

ଭୁବନେଶ୍ୱର(ଶାସକ ପ୍ରଶାସକ) : କିଛିଦିନ ତଳେ କେନ୍ଦ୍ର ସରକାର ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତ ଓଡ଼ିଆ ଭାଷା ପ୍ରତି ଅବିଚାର କରିଥିଲେ | ଅନ୍ୟ ଶାସ୍ତ୍ରୀୟ ଭାଷା ପାଇଁ ବଜେଟରେ ବିପୁଳ ଅର୍ଥ ବରାଦ କରିଥବା ବେଳେ ଓଡିଶା ପାଇଁ ଅଧୁଲିଟିଏ ବି ବରାଦ କରିନଥିଲେ | ଏଥର ପୁଣି ଏକ ଜାତୀୟ ମହୋତ୍ସବରେ ଓଡ଼ିଆ ଭାଷାକୁ ନ୍ୟୁନ କରିଦିଆଯାଇଛି | କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରସ୍ତୁତ ନିମନ୍ତ୍ରଣ ପାତ୍ରରେ ଓଡ଼ିଆ ଭାଷାର ଛାପ ହିଁ ହଜାଇ ଦେଇଛନ୍ତି | କାହାଦୃଷ୍ଟିରେ ଏ ଭୁଲ ସାନ ସିନା, ଏହା ଓଡିଶା ଓଡ଼ିଆ ପ୍ରତି ସାବତ ମା ଆଚରଣ , ସର୍ବୋପରି ହେଲେ ଶାସ୍ତ୍ରୀୟତା ମାନ୍ୟତା ପ୍ରାପ୍ତ ଓଡ଼ିଆ ଭାଷା,  ଓଡିଶା ଓ ପ୍ରତିଟି ଓଡ଼ିଆଙ୍କ ପାଇଁ ଏକ ଜାତୀୟ ସ୍ତରର ଅପମାନ  |

  କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ଦ୍ୱାରା ପ୍ରତିବର୍ଷ ପରି ଜାତୀୟ ସାହିତ୍ୟ ଉତ୍ସବ ଗତ ୨୪ ତାରିଖରୁ ଫେବୃୟାରୀ ୨୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ଭାରତୀୟ ଭାଷା ମଧ୍ୟରେ ଆମ ଶାସ୍ତ୍ରୀୟ ମାନ୍ୟତାପ୍ରାପ୍ତ ଓଡ଼ିଆଭାଷା ଏକମାତ୍ର ଭାଷା ଯାହାକୁ ଏଥିରେ ଅପମାନିତ କରାଯାଇଛି । ଏହାର ଶୀର୍ଷକ ରଖାଯାଇଛି ‘ଫେଷ୍ଟିଭାଲ ଅଫ୍ ଲେଟର୍ସ’ । ନିମନ୍ତ୍ରଣ ପତ୍ର ଉପରେ କେବଳ ଓଡ଼ିଆ ଭାଷା ବ୍ୟତୀତ ଅନ୍ୟସବୁ ଭାଷା ଉଲ୍ଲେଖ ଅଛି । ସମସ୍ତ କାର୍ଯ୍ୟକ୍ରମରେ ମଧ୍ୟ ଓଡ଼ିଆ ଭାଷା ପ୍ରତି ବୈମାତୃକ ମନୋଭାବ ପୋଷଣ ଓ ଭାଷା ପ୍ରତି ବିଦ୍ୱେଷ କରାଯାଇଛି । ଭାଷା ଆନେ୍ଦାଳନର ସଭାପତି ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ନାଗରିକ ମଞ୍ଚର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ   ଶତପଥୀ ଏଭଳି ଆଚରଣକୁ ଘୋର ନିନ୍ଦା କରିବା ସହ କେନ୍ଦ୍ର ସାହିତ୍ୟ ଏକାଡେ଼ମୀ ଶୀଘ୍ର ତୃଟି ସଂଶୋଧନ କରିବା ସହ ଓଡ଼ିଆ ଜାତି ନିକଟରେ କ୍ଷମା ଭିକ୍ଷା କରନ୍ତୁ ବୋଲି ଦୃଢ ଦାବୀ କରିଛନ୍ତି । ଏ ସମ୍ପର୍କରେ କେନ୍ଦ୍ର ସଂସ୍କୃତି ବିଭାଗ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି ଏବଂ ଦୃଢ କାର୍ଯ୍ୟାନୁଷ୍ଠାନ  ଗ୍ରହଣ ନିମେନ୍ତ ଦାବୀ କରାଯାଇଛି ବୋଲି ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି | 

 

0
0
0
s2sdefault