ହେଡଲାଇନସ୍:

ଲୋକଙ୍କ ମୁହଁରେ ପ୍ରଶ୍ନ :  କୁହ ଆହେ ଜିଲ୍ଲାପାଳ, ଇଏ କି ତୁମର ଚାଲିଛି ଖେଳ ????

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଇଭିଏମ ଗୋଦାମ ନିର୍ମାଣକୁ ନେଇ ପୁଣି ବିବାଦରେ ମୟୂରଭଞ୍ଜ ଜିଲ୍ଲାପାଳ

17-03-18-evm1.jpg - 1.40 MB

ବାରିପଦା/ ଦିଲ୍ଲୀପ ମହାନ୍ତି /-  ବାରିପଦା ପୌରପରିଷଦ ଅଧୀନରେ ଥିବା ୱାଡର଼୍ ନମ୍ବର ୨୭ ତକତପୁର(ହେମଚନ୍ଦ୍ରପୁର) ଅଞ୍ଚଳରେ ଖାତା ନଂ-୧୯୦(ଅନାବାଦୀ), ପ୍ଲଟ ନଂ-୧୦୧୨ ଓ ୧୦୨୦, କିସମ- ଆସୁ ଜମି ଉପରେ ଜିଲ୍ଲାପ୍ରଶାସନ ପକ୍ଷରୁ ଇଭିଏମ ଗୋଦାମ ନିର୍ମାଣ କରିବା ନିମନ୍ତେ ନେଇଥିବା ନିଷ୍ପତ୍ତିକୁ ନେଇ ମୟୂରଭଞ୍ଜ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି । ଇଭିଏମ ଗୋଦାମର ନିର୍ମାଣକୁ ନେଇ ସ୍ଥାନୀୟ ଜନସାଧାରଣଙ୍କର ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି । ଆଦିବାସୀ ସମ୍ପ୍ରଦାୟ ପ୍ରତିବାଦ କରିବାକୁ ରାଜ ରାସ୍ତାକୁ ଉହ୍ଲାଇ ଆସିଛନ୍ତି । ଜିଲ୍ଲାପାଳ ଶ୍ରୀମୀନା ଯେଉଁ ଜମିରେ ଇଭିଏମ ଗୋଦାମ ନିର୍ମାଣ କରିବାକୁ ଯାଉଛନ୍ତି, ଉକ୍ତ  ଜମିକୁ ମହାରାଣୀ ତକତ୍ କୁମାରୀ ବିଦ୍ୟାଳୟର ଛାତ୍ରୀଛାତ୍ରମାନଙ୍କ ସମେତ ଗ୍ରାମର ଯୁବକ ଓ କ୍ଲବର ପିଲାମାନେ ଖେଳପଡ଼ିଆ ଭାବେ ବ୍ୟବହାର କରି ଆସୁଛନ୍ତି । ହେମଚନ୍ଦ୍ରପୁର ଗ୍ରାମରେ ଏହା ଏକମାତ୍ର ପଡ଼ିଆ ହୋଇଥିବାରୁ ଗ୍ରାମରେ ବସବାସ କରୁଥିବା ପ୍ରାୟ ୭୦ ପ୍ରତିଶତ ଆଦିବାସୀ ସହିତ ଅବଶିଷ୍ଟ ସମ୍ପ୍ରଦାୟର ଜନସାଧାରଣ ଉକ୍ତ ପଡ଼ିଆକୁ ସେମାନଙ୍କର ଧାର୍ମିକ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ଯୁଗଯୁଗରୁ ବ୍ୟବହାର କରିଆସୁଛନ୍ତି । ଏହା ବ୍ୟତୀତ ପ୍ରଶାସନ ପକ୍ଷରୁ ପଡ଼ିଆରେ ଇଭିଏମ ଗୋଦାମ ନିର୍ମାଣ କରିବାର ନିଷ୍ପତ୍ତି ପେସା ଆଇନର ବିରୋଧା ଚରଣ କରାଉଛି । ସମ୍ବିଧାନର ଧାରା ୨୪୪(୧) ପଞ୍ଚମ ଅନୁସୂଚିତ ଅଞ୍ଚଳ ପେସା ଆଇନ-୧୯୯୬ ଅନୁସାରେ ଗ୍ରାମ ସଭାର ଅନୁମତି ନେବାର ଆବଶ୍ୟକତା ରହିଥିବା ବେଳେ ପ୍ରଶାସନ ଏହାକୁ ଅଣଦେଖା କରିଅଛି । ଜିଲ୍ଲାପ୍ରଶାସନର ଏହି ଏକତରଫା ଓ ଜନସ୍ୱାର୍ଥ ବିରୋଧୀ ନିଷ୍ପତ୍ତିକୁ ବିରୋଧ କରି ଗତ ଫେବୃଆରୀ ୧୯ରେ ସ୍ଥାନୀୟ ଗ୍ରାମବାସୀମାନେ ଜିଲ୍ଲାପାଳ ଶ୍ରୀମୀନାଙ୍କ ଦୃଷ୍ଟି ଆକର୍ଷଣ କରାଇବା ସଂଗେସଂଗେ ନିଷ୍ପତ୍ତି ପରିବର୍ତ୍ତନ କରାଇ ଇଭିଏମ ଗୋଦାମ ନିର୍ମାଣକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଇବାର ଦାବି ଜଣାଇଥିଲେ ; ମାତ୍ର ପ୍ରଶାସନ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିବାର ଜଣାପଡ଼ିବା ପରେ ସ୍ଥାନୀୟ ଆଦିବାସୀମାନେ ଧୁମସା ବଜାଇ ସେମାନଙ୍କର ପାରମ୍ପରିକ ନୃତ୍ୟ ସହିତ ଅଭିନବ ଭାବେ ମାର୍ଚ୍ଚ ୧୬ରେ ପଡ଼ିଆରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣାରେ ବସିଥିଲେ । ଏହାର ନେତୃତ୍ୱ  ବିନୋଦ ବେହେରା ଓ ଶିବ ମାଝି ନେଇଥିବା ବେଳେ ନରସିଂହ କିସ୍କୁ, କାହ୍ନୁ ଚରଣ ମାଝି, ସଞ୍ଜୟ ହେମ୍ବ୍ରମ, ସୁରିଆ ହେମ୍ବ୍ରମ, ବାବୁଲୁ ହେମ୍ବ୍ରମ,  ଘାସିରାମ ହେମ୍ବ୍ରମ, ରବି ମାଝି, ସୁନାରାମ ସୋରେନ, ରୁହିଆ ମାଝି, ରବୀନ୍ଦ୍ର ଦାସ ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ଗ୍ରାମର ଅଧିବାସୀ ଶଙ୍କର୍ଷଣ ପଣ୍ଡା ପ୍ରମୁଖ ଶତାଧିକ ମହିଳା ଓ ପୁରୁଷ ଧାରଣାରେ ସାମିଲ ହୋଇଥିଲେ ଏବଂ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସେମାନଙ୍କ ଆନେ୍ଦାଳନ ଜାରି ରହିବ । ଆଗାମୀ ଦିନରେ ଏହାକୁ ଅଦିକ ତୀବ୍ର କରାଯିବ ବୋଲି କହିଥିଲେ । ଶେଷରେ ସେମାନଙ୍କର ଦାବିକୁ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ ।

                ପ୍ରକାଶ ଥାଉକି, ଜିଲ୍ଲାପାଳ ଶ୍ରୀମୀନା ପୂର୍ବରୁ ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜମାନଙ୍କ ଶାସନ ଅମଳରୁ ପ୍ରତିଷ୍ଠା ହୋଇଥିବା ବାରିପଦା କ୍ଲବ ପରିସରରେ ଇଭିଏମ ଗୋଦାମ ନିର୍ମାଣ କରିବାର ନିଷ୍ପତ୍ତିକୁ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା କରାଯାଇଥିଲା । ଶେଷରେ ଏହି ନିଷ୍ପତ୍ତି ବାତିଲ ହୋଇଯାଇ ଥିଲା । କେବଳ ଇଭିଏମ ଗୋଦାମ ନୁହେଁ , ପ୍ରାୟ ୬୦ ବର୍ଷର ସର୍ବଜନୀନ ପୂଜା ମଣ୍ଡପ ସହିତ ସର୍ବସାଧାରଣଙ୍କ ଏକମାତ୍ର ପାର୍କିଂ ସ୍ଥାନକୁ ପ୍ରତିମୂର୍ତ୍ତି ସ୍ଥାନାନ୍ତରିତ କରାଇବା, ବାରିପଦା ପୌରପରିଷଦରେ ବେଆଇନ ଦୋକାନ ଗୃହ ବଣ୍ଟନ, ଏମଏଲଏ ଓ ଏମପିଙ୍କ ହାତପାଣ୍ଠି ବିନିଯୋଗରେ ଅନଧିକାର ହସ୍ତେକ୍ଷେପ କରିବା,  ସାଇକେଲ ଓ ସୋଲାର ଲାଇଟ ଓ ପମ୍ପ ଟେଣ୍ଡର ଓ ବାରିପଦା ପୌରପରିଷଦରେ ସୀମା ନିର୍ଦ୍ଧାରଣ ଓ ୱାଡର଼୍ ସଂରକ୍ଷଣରେ ତାଲିକା ପ୍ରସ୍ତୁତିରେ ପାତର ଅନ୍ତର ଆଦିକୁ ନେଇ ଜିଲ୍ଲାପାଳ ଶ୍ରୀମୀନା ଜିଲ୍ଲାବାସୀଙ୍କ ନିକଟରେ ବିବାଦୀୟ ଜିଲ୍ଲାପାଳ ଭାବେ ଚର୍ଚ୍ଚା ପରିସର ମଧ୍ୟକୁ ଆସିଯାଇଛନ୍ତି ।

 

 

0
0
0
s2sdefault