ହେଡଲାଇନସ୍:

ଗବେଷଣାକୁ ପରିବର୍ଦ୍ଧିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୧୦୫ତମ ଭାରତୀୟ ବିଜ୍ଞାନ କଂଗ୍ରେସ ଉଦ୍ଘାଟିତ

17-03-18-achyuta.jpg - 271.98 kB

 ଲୋକଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ବୈଜ୍ଞାନିକମାନେ ସେମାନଙ୍କର ଗବେଷଣାକୁ ପ୍ରୟୋଗଶାଳାରୁ କ୍ଷେତ ପର୍ଯ୍ୟନ୍ତ ପରିବର୍ଦ୍ଧିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି । ଆଜି ମଣିପୁର ବିଶ୍ୱବିଦ୍ୟାଳୟ ଠାରେ ୧୦୫ତମ ଭାରତୀୟ ବିଜ୍ଞାନ କଂଗ୍ରେସକୁ ଉଦ୍ଘାଟନ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ ଯେ, ଆବିଷ୍କାର ଏବଂ ବିଜ୍ଞାନ ଓ ବୈଷୟିକ ଜ୍ଞାନର ବ୍ୟବହାର କ୍ଷେତ୍ରରେ ଭାରତର ଏକ ସୁଦୀର୍ଘ ଇତିହାସ ଓ ସମୃଦ୍ଧ ପରମ୍ପରା ରହିଛି । ବର୍ତ୍ତମାନ ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଭାରତକୁ ବିଶ୍ୱର ଏକ ଅଗ୍ରଣୀ ଦେଶଭାବେ ପରିଣତ କରିବାର ସମୟ ଆସିଛି । ଏଥିପାଇଁ ଆମ ଦେଶର ବୈଜ୍ଞାନିକମାନଙ୍କୁ ସେମାନଙ୍କର ଗବେଷଣାକୁ ପ୍ରୟୋଗ ଶାଳାରୁ କ୍ଷେତ ଯାଏଁ ପରିବର୍ଦ୍ଧିତ କରିବାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆହ୍ୱାନ ଦେଇଥିଲେ । ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ବ୍ୟାଙ୍କିଂ କ୍ଷେତ୍ରରେ ବୈଷୟିକ ଜ୍ଞାନର ବ୍ୟାପକ ବ୍ୟବହାର ହେଲେ ଏ ସବୁ କ୍ଷେତ୍ରରେ ସାଧାରଣ ଲୋକେ ଅଧିକରୁ ଅଧିକ ସେବା ପାଇପାରିବେ ବୋଲି ସେ କହିଥିଲେ । ଶିଶୁମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ଏବଂ ବିଜ୍ଞାନ ଓ ଗବେଷଣା ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ପରାମର୍ଶ ଦେଇଥିଲେ । ୯ମରୁ ଦ୍ୱାଦଶ ଶ୍ରେଣୀର ୧୦୦ ଛାତ୍ରଛାତ୍ରୀଙ୍କ ସହ ବର୍ଷକୁ ୧୦୦ଘଣ୍ଟା ବିତାଇବାକୁ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ଅନୁରୋଧ କରିଥିଲେ । ଅନ୍ୟତମ ଅତିଥି କେନ୍ଦ୍ର ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନ କହିଥିଲେ, ଭାରତରେ ବିଜ୍ଞାନ ଏବେ ଉଚ୍ଚତମ ସ୍ତରରେ ଏବଂ ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଆମର ଉନ୍ନତି ଆସିଛି । ୨୦୩୦ ମସିହା ସୁଦ୍ଧା ବିଜ୍ଞାନ ଓ ବୈଷୟିକ ଜ୍ଞାନ କ୍ଷେତ୍ରରେ ଭାରତ ବିଶ୍ୱର ଶ୍ରେଷ୍ଠ ୩ଟି ଦେଶ ମଧ୍ୟରେ ସ୍ଥାନ ଅଧିକାର କରିବ ବୋଲି ସେ କହିଥିଲେ । ଉଦ୍ଘାଟନୀ ଉତ୍ସବରେ ସ୍ୱାଗତ ଭାଷଣ ପ୍ରଦାନ କରି ଭାରତୀୟ ବିଜ୍ଞାନ କଂଗ୍ରେସର ସଭାପତି ଡ଼.ଅଚ୍ୟୁତ  ସାମନ୍ତ କହିଥିଲେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ପଡ଼ିବ । ବିଜ୍ଞାନ ଓ ବୈଷୟିକ ଜ୍ଞାନର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ଶ୍ରୀ ସାମନ୍ତ କହିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମଣିପୁରର ରାଜ୍ୟପାଳ ଡ଼. ନଜ଼ମା  ହେପାତୁଲ୍ଲା, ମୁଖ୍ୟମନ୍ତ୍ରୀ ଏନ୍. ବୀରେନ୍ ସିଂହ ଏବଂ ମଣିପୁର ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଆଦ୍ୟ ପ୍ରସାଦ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ । ୧୦୫ତମ ଭାରତୀୟ ବିଜ୍ଞାନ କଂଗ୍ରେସରେ ନୋବେଲ ବିଜେତାଙ୍କ ସମେତ ଦେଶ ବିଦେଶରୁ ୫ହଜାରରୁ ଉର୍ଧ୍ଵ  ପ୍ରତିନିଧି ଯୋଗ ଦେଇଛନ୍ତି ।  

0
0
0
s2sdefault