ହେଡଲାଇନସ୍:

 ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 17-03-18-kovind-ram-nath-kovind.jpg - 161.10 kB

ଶ୍ରୀଜୀଉ ଦର୍ଶନ କରିବେ ,  ଖାଇବେ ପାରମ୍ପରିକ ଖାଦ୍ୟ 

ଗସ୍ତ ପାଇଁ ରାଷ୍ଟ୍ରପତି ଭବନରୁ  ହେଲା ଓଡିଆରେ ଟ୍ୱିଟ୍ 

ଭୁବନେଶ୍ୱର/ ଚକ୍ରଧର ମାଝି : ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ଶନିବାର ସକାଳ ୧୦ଟା ୪୫ ମିନିଟରେ ସ୍ୱତନ୍ତ୍ର ବିମାନ ଯୋଗେ ରାଷ୍ଟ୍ରପତି  ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ   । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ସ୍ୱାଗତ ଜଣାଇବେ  ।

 ଓଡ଼ିଶାରେ ଦୁଇ ଦିନ ରହଣୀ ମଧ୍ୟରେ ରାଷ୍ଟ୍ରପତି ଭୁବନେଶ୍ୱର , କଟକ ଓ ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଓ ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ୱରରେ ରହଣୀ ସମୟରେ ରାଷ୍ଟ୍ରପତିଙ୍କ ସୁରକ୍ଷା ଲାଗି ୮୦ପ୍ଲାଟୁନରୁ ଅଧିକ ଫୋର୍ସ, ୨୫୦ଜଣ ଅଫିସର ଓ ୪ଜଣ ଡିସିପି ନିୟୋଜିତ ହେବେ  । ଅଫିସର ଓ ଅ ।ଇଜି ପାହ୍ୟାର କେନ୍ଦ୍ରୀୟ ଟିମ ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିବେ  । ଗସ୍ତକୁ ଦୃଷ୍ଟିରେ ରଖି ଶୁକ୍ରବାର କାରର୍କେଡ ରିହରସାଲ୍ କରାଯାଇଛି । ଭୁବନେଶ୍ୱର ବିମାନବନ୍ଦରରୁ ରାଜଭବନ ଏବଂ ସେଠାରୁ ଜଟଣୀ ଅରୁଗୁଳକୁ ଯାଇ ପ୍ରାକ୍ ଅଭ୍ୟାସ କରାଯାଇଛି  । ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ ଶୁକ୍ରବାର ରାଷ୍ଟ୍ରପତି ଭବନ ପକ୍ଷରୁ  ଓଡ଼ିଅ।ରେ ଟ୍ୱିଟ୍ କରାଯାଇଛି ।  ରାଷ୍ଟ୍ରପତି କୋବିନ୍ଦ ୧୭ ଓ ୧୮ରେ ଓଡ଼ିଶା ଗସ୍ତରେ ଯିବେ । ଭାରତର ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ବୋଲି ଉକ୍ତ ଟ୍ୱିଟ୍ ରେ ଉଲ୍ଲେଖ କରାଯାଇଛି ।

  ରାଷ୍ଟ୍ରପତିଙ୍କ ପାଇଁ ବ୍ଲୁ ବୁକ୍ ଅନୁସାରେ ସୁରକ୍ଷା ବନେ୍ଦାବସ୍ତ କରାଯାଇଛି  । ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଭୁବନେଶ୍ୱରରେ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବେ  । କଡା ସୁରକ୍ଷା ବଳୟ ଭିତରେ ରାଷ୍ଟ୍ରପତି ଭୁବନେଶ୍ୱରରୁ କଟକ ଯାଇ ଦିନ ୧୧ଟା ୫୫ରୁ ୧୨ ୧୦ ଯାଏଁ ନେତାଜୀଙ୍କ ଜନ୍ମ ସ୍ଥାନ ପରିଦର୍ଶନ କରିବେ । ଏହାପରେ ଦିନ୧୨ଟା ୧୫ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଅ।ନନ୍ଦ ଭବନରେ ପହଂଚିବେ । ସେଠାରେ ବିଜୁ ପାଠାଗାର ଓ ବିଜୁ ସଂଗ୍ରାଳୟର ଉନ୍ମୋଚନ କରିବା ପରେ ଦିନ ୧ଟା ୧୫ରୁ ଦିନ ୩ଟା ୨୫ରେ ଜାତୀୟ ଅ।ଇନ ବିଶ୍ୱବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଏହାପରେ ଅପରାହ୍ନ ୩ଟା ୩୦ରୁ ୪ଟା ୧୫ରେ ଫାଉଣ୍ଡେସନ ଡେ କାର୍ଯ୍ୟକ୍ରମରେ ଯୋଗ ଦେବେ । ରାତି ୮ଟା ସମୟରେ ରାଷ୍ଟ୍ରପତି  ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି  ।

୨ଦିନିଅ। ଓଡିଶା ଗସ୍ତରେ ଅ।ସିଥିବା ରାଷ୍ଟ୍ରପତି ଶନିବାର ପୁରୀର ସର୍କିଟ ହାଉସରେ ରାତ୍ରି ଯାପନ କରିବେ ।  ସକାଳୁ ଶ୍ରୀମନ୍ଦିରରେ ଶ୍ରୀ ଜୀଉଙ୍କୁ ଦର୍ଶନ କରିବେ । ରବିବାର ଭୁବନେଶ୍ୱର ରାଜଭବନରେ ବିଶ୍ରାମ ନେବେ ! ଏହାପରେ ଦ୍ୱିିପ୍ରହରରେ ଅରୁଗୁଳର ଅ।ଇଅ।ଇଟି କାର୍ଯ୍ୟକ୍ରମରେ ଯୋଗ ଦେବେ ଏବଂ ସଂଧ୍ୟାରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି । 

ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ  ଶନିବାର ପୁରୀରେ ରାତ୍ରିଯାପନ କରିବେ । ରାଷ୍ଟ୍ରପତି ନିଜର ପୂରା ପରିବାର ସହ ପୁରୀ ଅ ।ସୁଛନ୍ତି । ପୁରୀ ଗସ୍ତ ସମୟରେ ପୁରୀ ସର୍କିଟ ହାଉସରେ ସେ ସପରିବାର ଅବସ୍ଥାନ କରିବେ । ୧୮ ତାରିଖ ସକାଳେ ତାଙ୍କର ଶ୍ରୀମନ୍ଦିର ଯାଇ ଜଗନ୍ନାଥ ନିକଟରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି । ତେବେ, ଏହି ରହଣୀ ସମୟରେ ରାଷ୍ଟ୍ରପତି ଓ ତାଙ୍କ ପରିବାର ପାଇଁ ଦିଷ୍ଟ ଓଡ଼ିଅ । ବ୍ୟଞ୍ଜନ ପ୍ରସ୍ତୁତ ହେବ । ଏଥିଲାଗି ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । 

ପୁରୀ ଜିଲ୍ଲାପାଳଙ୍କ ଅନୁଯାୟୀ ରାଷ୍ଟ୍ରପତିଙ୍କ ଲାଗି ଶ୍ରୀମନ୍ଦିରରୁ ମହାପ୍ରସାଦ ଅଣାଯିବା ସହିତ ଖାଂଟି ଓଡ଼ିଅ । ଖାଦ୍ୟ ପ୍ରସ୍ତୁତ ହେବ । ଓଡ଼ିଶାର ପ୍ରସିଦ୍ଧ ଭାତ, ଡାଲମା, ଖଟା, ଖେଚଡ଼ି, ଶାଗ ଓ ବଡ଼ିଚୁରା ଅ ।ଦି ବ୍ୟଞ୍ଜନ ତାଲିକାରେ ରହିଛି । ଏଥିସହ ଛେନାପୋଡ଼, ଖୀରସାଗର, ରସଗୋଲା ଓ ପୋଡ଼ପିଠା ଅ ।ଦି ମଧ୍ୟ ବ୍ୟଞ୍ଜନରେ ସାମିଲ୍ ଅଛି । ଏହାକୁ ପ୍ରସ୍ତୁତ କରିବା ଲାଗି ସ୍ୱତନ୍ତ୍ର ରୋଷେୟାଙ୍କୁ ଅଣାଯାଇଛି । ପ୍ରତିଟି ଖାଦ୍ୟ ଯେଭଳି ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟପ୍ରଦ ହୋଇପାରିବ ତା' ଉପରେ ଜିଲ୍ଲା ପ୍ରଶାସକ ଖୁବ୍ ଗୁରୁତ୍ୱ ଦେଉଛି 

0
0
0
s2sdefault