ନିର୍ଦ୍ଦୋଷ  ଯୁବକକୁ ପୁଲିସର ମାଡ଼ ପ୍ରତିବାଦରେ ଉତ୍ତକ୍ତ ଜନତାଙ୍କ ରାସ୍ତା ଅବରୋଧ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

16-03-18-baripada1.jpg - 134.06 kB

ବାରିପଦା/ ଦିଲ୍ଲୀପ ମହାନ୍ତି - ଦିନକୁ ଦିନ ବାରିପଦା ପୁଲିସ ଅଧିକ ବିବାଦ ଘେରକୁ ଚାଲି ଯାଉଛି । ସହରରେ ପୁଲିସର ଜୁଲୁମ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । କେତେବେଳେ ବାରିପଦା ପୌରପରିଷଦରୁ ଲାଇସେନ୍ସ ନେଇ ଦୋକାନ କରି ନିଜର ପରିବାରର ଭରଣ ପୋଷଣ ଦାୟିତ୍ୱ ସମ୍ଭାଳି ଆସୁଥିବା ବ୍ୟକ୍ତିଙ୍କ ଦୋକାନକୁ ପୌରପରିଷଦର ଅଗୋଚରରେ ବଳ ପୂର୍ବକ ଉଚ୍ଛେଦ କଲାଣି, କାହା ନାମରେ ମିଥ୍ୟା ମାମଲା ରୁଜୁ କରି ଜେଲ ପଠାଇ ଦେଲାଣି । ପୁଣି କାହାର ଦଫା କାଟି ଦେବା ନିମନ୍ତେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ି ଜେଲ ଗଲାଣି । ଏହି ପରି ବିଭିନ୍ନ ବିବାଦ ଘେରରେ ଛନ୍ଦି ହୋଇପଡ଼ିଥିବା ବେଳେ ଗତ ମାର୍ଚ୍ଚ ୧୫ ରାତି ପ୍ରାୟ ୮ଟା ବାରିପଦା ଟାଉନ ଥାନାର କାର୍ଯ୍ୟରତ ଏସଆଇ ଦେବାଶିଷ ଶତପଥୀ ପାଟ୍ରୋଲିଂ କରୁଥିବା ବେଳେ ମୁର୍ଗାବାଡ଼ି ନିକଟରେ ରାସ୍ତା ପାଶ୍ୱର୍ରେ ପ୍ରିତମ ପରିଡ଼ା ନାମକ ଏକ ଯୁବକ ନିଜର ବାଇକ ଉପରେ ବସିଥିବା ବେଳେ ତାଙ୍କୁ କୌଣସି କାରଣ ନ ଥାଇ ବିଧା ଗୋଇଁଠା ଆଦି ପ୍ରହାର କରିବା ସଂଗେସଂଗେ ଅତି ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ । ପୁଲିସର ଏହି ପ୍ରକାରର ଆଚରଣ ସହରବାସୀଙ୍କ ବିସ୍ମିତ କରାଇ ଦେଇଥିଲା । ଫଳରେ ଏହାକୁ ନେଇ ତୀବ୍ର ଉତ୍ତେଜନା ଦେଖା ଦେଇଥିଲା । ଉତ୍ୟକ୍ତ ଲୋକେ ଅଭିଯୁକ୍ତ ପୁଲିସ ଏସଆଇଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାକୁ ଉହ୍ଲାଇ ଆସି ୧୮ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ଖବରପାଇ ବାରିପଦା ସଦର ଏସଡ଼ିପିଓ ଅଭିମନ୍ୟୁ ନାୟକ ଓ ବାରିପଦା ଟାଉନ ଥାନା ଆଇଆଇସି ଅଶୋକ କୁମାର ନାୟକ ସଦଳ ବଳେ ଘଟଣା ସ୍ଥଳରେ ପହଁଞ୍ଚି ଆନେ୍ଦାଳନକାରୀମାନଙ୍କୁ ବୁଝାସୁଝା କରାଇଥିଲେ । ଏଥି ସହିତ ଆନେ୍ଦାଳନକାରୀମାନଙ୍କ ଦୃଷ୍ଟି ହଟାଇବା ନିମନ୍ତେ ଏସଆଇ ଦେବାଶିଷ ଶତପଥୀଙ୍କୁ ବଦଳି କରାଯିବାର ଘୋଷାଣା କରିବା ପରେ ଆଦୋଳନକାରୀ ରାସ୍ତା ଅବରୋଧରୁ ହଟିଯାଇ ଥିଲେ । ମାତ୍ର ଏହା ଜନସାଧାରଣଙ୍କୁ ସନ୍ତୁଷ୍ଟ କରାଇପାରି ନାହିଁ ।  ଚାକିରୀରେ ବଦଳି ରହିଛି, ତେଣୁ ଅଭିଯୁକ୍ତ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଗଲେ ତାହା ହିଁ ଉପଯୁକ୍ତ ଶାସ୍ତି ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି । 

0
0
0
s2sdefault