
\ଭୁବନେଶ୍ୱର : ଲାୟନ୍ସ ଜିଲ୍ଲା-୩୨୨ ସି୪ର ପଞ୍ଚମ ବାର୍ଷିକ ଉତ୍ସବ ତା ମାର୍ଚ୍ଚ ୧୦ ଓ ୧୧ ଦୁଇଦିନ ଧରି ହୋଟେଲ୍ ହିନ୍ଦୁସ୍ତାନ ଇଣ୍ଟରନ୍ୟାସନାଲଠାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆନ୍ତର୍ଜାତୀୟ ନିର୍ଦ୍ଦେଶକ ଆର୍ ମୁରଗାନ ଏବଂ ଲାୟନ ରେବତୀସ୍ ‘ଫାଷ୍ଟ ଲେଡ଼ି’ ଉପସ୍ଥିତ ଥିଲେ । ଏହି ଅବସରରେ ଲାୟନ ବିଶ୍ୱନାଥ ମହାନ୍ତିଙ୍କୁ ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର ଭାବେ ନିଦ୍ୱର୍ନ୍ଦରେ ମନୋନୀତ କରାଯାଇଥିଲା । ଏହି ଉତ୍ସବରେ ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୩୦୦ରୁ ଉର୍ଧ୍ଵ ଲାୟନ ଯୋଗ ଦେଇଥିଲେ