ହେଡଲାଇନସ୍:

ସୋସିଆଲ ମିଡିଆରେ ଆରମ୍ଭ ହେଲା ମୋ ସ୍କୁଲ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

14-03-18-mo-school.jpg - 51.61 kB

ଭୁବନେଶ୍ୱର  :  ମୋ ସ୍କୁଲ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ନିମନ୍ତେ ସୋସିଆଲ ମିଡିଆ ଅଭିଯାନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗତ ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଅବସରରେ ଆରମ୍ଭ ହୋଇଥିବା ମୋ ସ୍କୁଲ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ସ୍କୁଲର ବିକାଶ ସହିତ ଯୋଡିବା ପାଇଁ ଏହି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏଥିରେ ପୁରାତନ ଛାତ୍ରମାନେ ·ହିଁଲେ ସେମାନଙ୍କ ସ୍କୁଲରେ ଲାଇବ୍ରେରୀ , ବିଜ୍ଞାନାଗାର ତଥା ଛାତ୍ରବୃ ି ଆଦି ବିଭିତ୍ତ କ୍ଷେତ୍ରରେ ସହାୟତା ଯୋଗାଇ ଦେଇପାରିବେ । ଏଥିପାଇଁ ରାଜ୍ୟ ସରକାର ୧ ଶହ କୋଟି ଟଙ୍କାର ଏକ କର୍ପସ ପାଣ୍ଠି କରିଛନ୍ତି ଏବଂ ପୁରାତନ ଛାତ୍ରଛାତ୍ରୀମାନେ ଦେଉଥିବା ଦାନର ଦୁଇ ଗୁଣ ରାଜ୍ୟ ସରକାର ପ୍ରଦାନ କରିବେ । ସୋସିଆଲ ମିଡିଆରେ  ମୋ ସ୍କୁଲ କାର୍ଯ୍ୟକ୍ରମ ଆହୁରି ବ୍ୟାପକ ଓ ଲୋକପ୍ରିୟ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିବା ସହିତ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ  ।   

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର , ଯୋଜନା ଓ ସମନ୍ୱୟ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଉଷା ଦେବୀ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସଙ୍କ ସମେତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ , ଆମେରିକାର ବାଣିଜ୍ୟ ଦୂତ , ବ୍ରିଟିଶ କାଉନସିଲର ନିର୍ଦ୍ଦେଶକ , ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷ , ଉପାଧ୍ୟକ୍ଷଙ୍କ ସମେତ ରାଜ୍ୟ ପ୍ରଶାସନର ବରିଷ୍ଠ  ଅଧିକାରୀ ଓ ବିଦ୍ୱାନମାନେ ଉପସ୍ଥିତ ଥିଲେ  ।

 

0
0
0
s2sdefault