ହେଡଲାଇନସ୍:

"ଯଦି ଆପଣ ହୁଇଲ୍ ଚେୟାରରେ ବସି ରହୁଛନ୍ତି ତେବେ କେବେ ବି ଭାବନ୍ତୁ ନାହିଁ  ଜୀବନ ଏଇଠି ସରିଗଲା"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସଚେତନତା ଏବଂ ଜୀବନଶୈଳୀରେ ପରିବର୍ତନ ଦ୍ୱାରା କ୍ୟାନ୍ସରକୁ ରୋକାଯାଇପାରିବ

ଭୁବନେଶ୍ୱର, (ଶାସକ ପ୍ରଶାସକ) : ଏହା କେବେ ବି ମୋର ବିଶ୍ୱାସକୁ ଦୋହଲାଇପାରିବ ନାହିଁ । ମୋ ସାହାସକୁ ଭାଙ୍ଗିପାରିବ ନାହିଁ | ପୂର୍ବଭଳି କ୍ୟାନ୍ସର ଆଉ ଭୟଙ୍କର ହୋଇ ରହିବ ନାହିଁ ।  ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ୱବିଦ୍ୟାଳୟ ପରିଚାଳିତ  ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ମଙ୍ଗଳବାର ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ଏକତ୍ରିତ ହୋଇଥିବା କ୍ୟାନ୍ସରକୁ ପରାସ୍ତ କରିଥିବା ବ୍ୟକ୍ତିମାନଙ୍କୁ ଏଭଳି ବାର୍ତ୍ତା ଦିଆଯାଇଛି । 

ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର  ଡିନ୍ ପ୍ରଫେସର ଗଙ୍ଗାଧର ସାହୁ କହିଛନ୍ତି ଯେ କ୍ୟାନ୍ସରକୁ ରୋକିବାକୁ ହେଲେ ସଚେତନତା ଏବଂ ଜୀବନଶୈଳୀରେ ପରିବର୍ତନର ଯଥେଷ୍ଟ ଆବଶ୍ୟକତା ରହିଛି । କାର୍ଯ୍ୟକ୍ରମର ସବୁଠାରୁ ବଡ଼ ଆକର୍ଷଣ ଥିଲେ କ୍ୟାନ୍ସରକୁ ପରାସ୍ତ କରିଥିବା ଲୁଧିଆନାର ଆନନ୍ଦ ଆର୍ନୋଲ୍ଡ । ହୁଇଲ୍ ଚେୟାରରେ ବସି ମଧ୍ୟ ସେ ବର୍ତମାନ ବେଶ  ପ୍ରତିଷ୍ଠିତ । କାରଣ ଜଣେ ବଡି ବିଲ୍ଡର ଭାବେ ଆନ୍ତର୍ଜାତୀୟ ସ୍ତରରେ ସେ ବେଶ ଖ୍ୟାତି ଅର୍ଜନ କରିଛନ୍ତି । 

ତାଙ୍କୁ ଯେତେବେଳେ ମାତ୍ର ୧୫ ବର୍ଷ ହୋଇଥିଲା ସେତେବେଳେ ସେ ମେରୁଦଣ୍ଡ କ୍ୟାନ୍ସରରେ ପିଡ଼ିତ ହୋଇଥିଲେ । ଅପରେସନ ପରେ ସେ ତିନି ବର୍ଷ ଫିଜିଓଥେରାପି ମଧ୍ୟ ନେଇଥିଲେ । ଯଦିଓ ଏହା ପରେ ତାଙ୍କୁ ସାରା ଜୀବନ ହୁଇଲ୍ ଚେୟାରରେ ରହିବାକୁ ପଡ଼ିଥିଲା ସେ କିନ୍ତୁ ହାର ମାନି ନଥିଲେ । ୧୧ ବର୍ଷ ବୟସରୁ ଜିମ୍ ଯିବା ସହ ବଡି ବିଲ୍ଡର ଭାବେ ସେ ନିଜକୁ ପ୍ରସ୍ତୁତ କରୁଥିଲେ । କିନ୍ତୁ ସେ କ୍ୟାନ୍ସରରେ ପିଡ଼ିତ ହେବା ପରେ ତାଙ୍କର ବେକରୁ ତଳକୁ ଶରୀର ପକ୍ଷାଘାତ ଦ୍ୱାରା ଆକ୍ରାନ୍ତ ହୋଇଥିଲା । ତେବେ ଏହା ସତ୍ୱେ ହୁଇଲ୍ ଚେୟାରରେ ବସି ମଧ୍ୟ ସେ ଚାରିଥର ମିଷ୍ଟର ଇଣ୍ଡିଆ (ହୁଇଲ୍ ଚେୟାର) ଟାଇଟଲ୍ ହାସଲ କରିଥିଲେ । 

ସେହିପରି ଆନ୍ତର୍ଜାତୀୟ ବଡି ବିଲ୍ଡର ପ୍ରତିଯୋଗିତା ମିଷ୍ଟର ଅଲିମ୍ପିଆରେ ମଧ୍ୟ ଟାଇଟଲ୍ ହାସଲ କରିଥିଲେ । ଲେଖକ ଆଲେନ୍ ଉଡ୍ମ୍ୟାନ୍ ତାଙ୍କ ଜୀବନୀ ଉପରେ “ୱେଟ୍ଲେସ୍: ଏ ଟ୍ରୁ ଷ୍ଟୋରୀ ଅଫ୍ କରେଜ୍ ଆଣ୍ଡ ଡିଟର୍ମିନେସନ୍” ନାମକ ଏକ ପୁସ୍ତକ ଲେଖିଛନ୍ତି । ଏହି ପୁସ୍ତକ ୨୦୧୫ ମସିହାରେ ପ୍ରକାଶିତ ହୋଇ ବେଶ ଆଦୃତି ଲାଭ କରିଥିଲା । ଯଦି ଆପଣ ହୁଇଲ୍ ଚେୟାରରେ ବସି ରହୁଛନ୍ତି ତେବେ କେବେ ବି ଭାବନ୍ତୁ ନାହିଁ  ଜୀବନ ଏଇଠି ସରିଗଲା । ଆର୍ନୋଲ୍ଡ ଏଭଳି କହିବା ପରେ କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତେ ତାଙ୍କୁ ଛିଡା ହୋଇ ସମ୍ମାନ ଜଣାଇଥିଲେ । ଏହି ଅବସରରେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଉତମ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଜଣେ ବ୍ୟକ୍ତି ଯଦି ସକାରାତ୍ମକ ମନୋଭାବ ରଖିବ ତେବେ ରୋଗ ତା’ଠାରୁ ଦୂରେଇ ଯିବ । ଚଳିତବର୍ଷର ବିଶ୍ୱ କର୍କଟ ଦିବସର ଥିମ୍ ରହିଛି “ ମୁଁ କରିପାରିବି” । ଏହି ଥିମକୁ  ନେଇ ସମ୍ ହସ୍ପିଟାଲର  ଅଙ୍କୋସାଇନ୍ସ ବିଭାଗର ଅଙ୍କୋସର୍ଜନ୍ ପ୍ରଫେସର ସୁନିଲ୍ ଅଗ୍ରୱାଲ୍ କହିଥିଲେ ଯେ କ୍ୟାନ୍ସର ଚିହ୍ନଟ ହେବା ପରେ ଏହି ପରିସ୍ଥିତିକୁ ବ୍ୟକ୍ତି ଜଣକ କିପରି ଗ୍ରହଣ କରୁଛି ତାହା ଉପରେ ସବୁକିଛି ନିର୍ଭର କରେ । କ୍ୟାନ୍ସର ଚିହ୍ନଟ ହେବା ପରେ ଜଣେ ବ୍ୟକ୍ତି କେବେ ବି ଭାଙ୍ଗି ପଡ଼ିବା ଉଚିତ୍ ନୁହେଁ ବୋଲି କହିବା ସହ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ କ୍ୟାନ୍ସର ରୋଗୀମାନଙ୍କର ଅତି ସ୍ୱଳ୍ପ ମୂଲ୍ୟରେ ଅପରେସନ୍ କରାଯାଉଥିବା ସେ କହିଥିଲେ । 

ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ପ୍ରଫେସର ସାହୁ କହିଥିଲେ ଯେ ଗର୍ଭାଶୟ କ୍ୟାନ୍ସରର ନିରାକରଣ ହୋଇପାରିବ କାରଣ ବର୍ତମାନ ଏହି ରୋଗ ପାଇଁ ପ୍ରତିଷେଧକ ଭ୍ୟାକ୍ସିନ୍ ଉପଲବ୍ଧ ଅଟେ । 

ଏହି ଅବସରରେ ସୋଆର ଇନଷ୍ଟିଟ୍ୟୁଟ  ଅଫ୍ ଡେଂଟାଲ୍ ସାଇନ୍ସେସର  ଡିନ୍ ପ୍ରଫେସର ନୀତା ମହାନ୍ତି କହିଥିଲେ ଆଇଡିଏସ୍ ପକ୍ଷରୁ ନିୟମିତ ଭାବେ କ୍ୟାନ୍ସର ଚିହ୍ନଟ ପାଇଁ ବିଭିନ୍ନ ଗ୍ରାମ, ବିଭିନ୍ନ ସ୍ଥାନ ଏବଂ ଜରାଶ୍ରମ ମାନଙ୍କରେ ସଚେତନତା ଶିବିର ଆୟୋଜନ କରାଯାଉଛି । ଅନୁଷ୍ଠାନ  ତରଫରୁ ତମ୍ବାଖୁ ବନ୍ଦ କରିବା କେନ୍ଦ୍ର ମଧ୍ୟ ଖୋଲାଯାଇଛି । 

ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ଏବଂ ମେଡିକାଲ୍ ଅଙ୍କୋଲୋଜିଷ୍ଟ ଡଃ ସୋମ୍ୟ ସୁରଥ ପଣ୍ଡା ମଧ୍ୟ ବକ୍ତବ୍ୟ ରଖିଥିଲେ । ମେଡିକାଲ୍ ଏବଂ ନର୍ସିଂ ଛାତ୍ରଛାତ୍ରୀଙ୍କ ପକ୍ଷରୁ କ୍ୟାନ୍ସର ସଚେତନତା ନେଇ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା । ସେହିପରି କ୍ୟାନ୍ସରରୁ ବର୍ତିଥିବା ଯୁବ ପୁରୁଷ ଓ ମହିଳାଙ୍କ ତରଫରୁ ପରିବେଷଣ କରାଯାଇଥିବା ରା଼ମ୍ପ ଶୋ ବେଶ ମନ ଜିଣି ନେଇଥିଲା ।

0
0
0
s2sdefault