ହେଡଲାଇନସ୍:

ଜେ. କେ. କାଗଜ କଳର ସାମାଜିକ ଅନୁଷ୍ଠାନ ସ୍ୱର୍ଶ ମାଧ୍ୟମରେ କେରିଅର କାଉନସିଲିଙ୍ଗ କାର୍ଯ୍ୟକ୍ରମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ରାୟଗଡ (ସରୋଜ ସାହୁ) : ଗ୍ରାମାଚଂଳରେ ବସବାସ କରୁଥିବା ଅଣ୍ଡର ମାଟ୍ରିକ, ଯୁକ୍ତ ଦୁଇ, ଗ୍ରାଜୁଏସନ ଓ ଡିପ୍ଲୋମା କରିଥିବା ଯୁବକ ଯୁବତୀ ମାନଙ୍କୁ ତାଲିମ ତଥା କର୍ମସଂସ୍ଥାନ ଉପଲବଧି କରାଇବା ପାଇଁ ସ୍ପର୍ଶ ଜେକେ କାଗଜ କଳର ସାମାଜିକ କାର୍ଯ୍ୟ ନିର୍ବାହ କରୁଥିବା ଅନୁଷ୍ଠାନ  ମାଧ୍ୟମରେ ମଦନପୁର, ରେବତୀଗୁଡା ଓ ଗାଦବଗୁଡା ଠାରେ କେରିଅର କାଉନସିଲିଙ୍ଗ ପୋଗ୍ରାମ ଅୟୋଜନ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ମୋଟ ୩୫୮ ଜଣ ଯୁବକ ଯୁବତୀ ଯୋଗଦାନ କରିଥିବା ବେଳେ ୧୮ ରୁ ୩୦ ବର୍ଷ ମଧ୍ୟରେ ୪୭ ଜଣ ଯୁବକ ଯୁବତୀଙ୍କୁ ଚୟନ କରାଯାଇଥିଲା । ଏହି ଯୁବକ ଯୁବତୀ ମାନଙ୍କୁ ଇନଫ୍ରଷ୍ଟ୍ରକଚର ଲିଜିଙ୍ଗ ଏଣ୍ଡ ଫାଇନାନସିଆଲ ସର୍ଭିସେସ ଲିମିଟେଡ ସହାୟତାରେ ସୁଇଙ୍ଗ ମେସିନ ଅପରେଟର, ଇଲେକଟ୍ରିସିଆସନ, ସୋଲାର ମରାମତି ଓ ହସପିଟାଲଟ ପ୍ରଭୃତି ତାଲିମ ପ୍ରଦାନ କରାଯିବ । ଆୟୋଜିତ କାର୍ଯ୍ୟକ୍ରମରେ ସ୍ପର୍ଶର ଓଡିଶା ମୁଖ୍ୟ ପ୍ରଫେସର ପ୍ରଫୁଲ କୁମାର ଧଳ, ଆଂଚଳିକ ମୁଖ୍ୟ ଶାନ୍ତନୁ ଷଢଙ୍ଗି  ଯୋଗଦାନ କରି ଦେଶର ଆର୍ଥିକ ବିକାଶରେ ଯୁବକ ଯୁବତୀ ମାନଙ୍କର ମହତ୍ୱପୂର୍ଣ୍ଣ ଭୂମିକା ବିଷୟରେ ଆଲୋଚନା କରିଥିଲେ । ସ୍ପର୍ଶ ଫାଉଣ୍ଡେସନର ପୋଗ୍ରାମ ଅଫିସର କାମିନ ସିଠ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ରଂଜିତ ବେଉରିଆ ପରିଚାଳନାରେ ସହଯୋଗ କରିଥିଲେ ।  

 

0
0
0
s2sdefault