ହେଡଲାଇନସ୍:

କି ହୀନ ମାନସିକତା : ଭଲ ପଢିଲେ ବି ଆକ୍ରୋଶ, ହୋଇପାରେ ଆକ୍ରମଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଦଶମ ଶ୍ରେଣୀ ଛାତ୍ରୀଙ୍କ ଘରେ ପଶି ଆକ୍ରମଣ ଘଟଣାରେ ଥାନାରେ ଏତଲା

ରାୟଗଡ(ସରୋଜ ସାହୁ) : ଦଶମ ଶ୍ରେଣୀର ଜଣେ ମେଧାବୀ ଛାତ୍ରୀ ବିଦ୍ୟାଳୟରେ ଭଲ ପାଠ ପଢୁଥିବା ସହ ସମସ୍ତ କ୍ଷେତ୍ରରେ ଆଗୁଆ ରହୁଥିବାରୁ ଆକ୍ରୋଶମୂଳକ ଭାବେ ଛାତ୍ରୀଙ୍କୁ ଆକ୍ରମଣ କରିଛନ୍ତି ମୁଖାପିନ୍ଧା ୩ଜଣ ଦୁର୍ବୁତମାନେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ଜେକେପୁର ସ୍ଥିତ ସିଙ୍ଗାପୁର ରୋଡ ଠାରେ ରହୁଥିବା ଜଣେ ଡାକ୍ତରଙ୍କ ଘରେ । ହସ୍ତଗତ ହୋଇଥିବା ସୂଚନା ପ୍ରକାରେ ଗତ ଶୁକ୍ରବାର ଦିନ ସକାଳ ୮ଟା ସମୟରେ ଦଶମ ଶ୍ରେଶୀ ପଢୁଥିବା ଛାତ୍ରୀ ସୁନୀତା (ଛଦ୍ମନାମ)ଙ୍କ ଘରେ ପରିବାରର କେହି ସଦସ୍ୟ ନ ଥିବା ସମୟରେ ୩ଜଣ ମୁଖାପିନ୍ଧା ଦୁର୍ବୁତମାନେ ହଠାତ ଘର ଭିତରକୁ  ପଶି ଛାତ୍ରୀର ବେକରେ  ଛୁରୀ ରଖି ତାକୁ ଆସନ୍ତା ମାର୍ଚ୍ଚ ମାସରେ ଥିବା ପରୀକ୍ଷା ନ ଦେବା ସହ ଓଡିଶା ଛାଡି ଚାଲିଯିବାକୁ ଧମକ ଦେଇ ମାରପିଟ କରିଥିଲେ । ଏବଂ ଛାତ୍ରୀ ଜଣଙ୍କର ସମସ୍ତ ପାଠ୍ୟପୁସ୍ତକକୁ ଜାଳି ପୋଡି ଦେବା ସହ ଘରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଚୁରମାର କରିଦେଇଥିଲେ । ଛାତ୍ରୀ ଜଣକ ପାଇଥିବା ସମସ୍ତ ଟ୍ରଫିଗୁଡିକ ସମେତ ଘରର ଆସବାବପତ୍ର ଭାଙ୍ଗି ଦେଇ ସେଠାରୁ ଫେରାର ହୋଇଯାଇଥିଲେ । ଘଟଣା ସଂପର୍କରେ ଛାତ୍ରୀ ଜଣକ ନିଜ ବାପା ଓ ମାଙ୍କୁ ଅବଗତ କରାଇବା ପରେ ଚାନ୍ଦିଲି ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତି କରି ଚାନ୍ଦିଲି ପୋଲିସ ଥାନାରେ କେସ ନମ୍ବର ୧୪/୨୦୨୦ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଘଟଣାସ୍ଥଳରେ ସନ୍ଧାନୀ କୁକୁର ଓ ସାଇଂଟିଫିକ ଟିମ ପଂହଚି ଛାନଭିନ ଆରମ୍ଭ କରିଛନ୍ତି । ଛାତ୍ରୀ ଜଣଙ୍କ ବାପା ଡାକ୍ତର ହୋଇଥିବା ବେଳେ ମା ରାୟଗଡ ସହରର ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ଜଣାପଡିଛି । ତେବେ ମୁଖାପିନ୍ଧା ଦୁବୁର୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଏସ.ପି. ରାମପ୍ରସାଦ ସାହୁ ଗଣମାଧ୍ୟମକୁ ସୂଚନା ଦେଇଥିବା ବେଳେ ଘଟଣାର କାରଣ କିଛି ସ୍ପଷ୍ଟ ହୋଇପାରିନାହିଁ ।

0
0
0
s2sdefault