ହେଡଲାଇନସ୍:

କୋମଣ୍ଡ ଏବଂ ଓଡ଼ଗାଁ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ କୋମଣ୍ଡ ଏବଂ ଓଡ଼ଗାଁ ଠାରେ ଓଡ଼ଗାଁ ପୋଲିସ ସହାୟତାରେ ଓ ସଡ଼କ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । କୋମଣ୍ଡ ପଲିଟେକନିକ୍ ଓ ଆଇଟିଆଇର ପ୍ରାୟ ୪ଶହ ଛାତ୍ର/ଛାତ୍ରୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ବିଭିନ୍ନ ପ୍ଲାକାର୍ଡ ଓ ସୂଚନା ପତ୍ର ବାଂଟିବା ସହିତ ଶ୍ଲୋଗାନ ଦେଇ ପ୍ରଥମେ କୋମଣ୍ଡ ମକର ପଦା ଓ ପରେ ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିର ଠାରୁ ଏକ ଶୋଭା ଯାତ୍ରାରେ ଆସି ଗାଁ ଏବଂ ସହର ପରିକ୍ରମା କରିଥିଲେ । ସେହି ପରି କୁରାଳ ଦଧିବାମନ ସଂସ୍କୃତ ମହା ବିଦ୍ୟାଳୟର ୧୬୦ ଜଣ ଛାତ୍ର/ଛାତ୍ରୀ ମାନେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ କୃଷ୍ଣ ଚନ୍ଦ୍ର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ କୁରାଳ ଗ୍ରାମ ପରିକ୍ରମା କରି ସଡ଼କ ସୁରକ୍ଷା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଇଥିଲେ । 

0
0
0
s2sdefault