ହେଡଲାଇନସ୍:

ବାଜିଗର ରାହୁଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଭିନ୍ନ ଜଣେ ଅଭିମନ୍ୟୁ : ପପୁ ହୋଇ ବ୍ୟୁହରେ ପଶିଥିଲେ, ଅଭିଜ୍ଞ ରାହୁଲ ହୋଇ ବାହାରି ଆସିଲେ

 

ଅସମାପ୍ତ ଲଢେଇରେ ବାଜି ଜିତି ବି ବିଜେପି ମହାରଥୀ ଘାଇଲା 

ମାନସୀ ମିଶ୍ରଙ୍କ ରିପୋର୍ଟ :  ବାହାରିଲା  ଗୁଜୁରାଟ ନିର୍ବାଚନ ଫଳ, ସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପକାଇ ବାଜି ମାରିନେଲା ବିଜେପି | ତଥାପି କଡା ଟକ୍କର ଦେଇଥିଲା କଂଗ୍ରେସ ମୋଦି-ଶାହାଂକ ଗଡରେ | ଅନେକ ଆସନରେ ଏମିତି ଲଢେଇ ଯେ ମାର୍ଜିନ କେଇ ଶହ ଭୋଟ ର `| ଆଉ ଆଗପଛ ହୋଇ ବିଜେପି ଆଉ କଂଗ୍ରେସ, ୯୯-୮୦  | ବିଜେପି ପାଇଛି ୪୯.୧% ଓ କଂଗ୍ରେସ ପାଇଛି ୪୨.୪% `| ମାତ୍ର ସାଢେ ୬%ର ଭୋଟ ବ୍ୟବଧାନ, ଆଉ ଆସନରେ ବ୍ୟବଧାନ 19ଟି | ୧୬ଟି ଆସନରେ ବିଜେପି ଜିତିଛି ୨୦୦ ରୁ ୧୦୦୦ ଭୋଟ ବ୍ୟବଧାନରେ | ୨୦୧୨ରେ ବିଜେପି ପାଇଥିବା ସିଟ ମଧ୍ୟରୁ ୧୬ ଟି ହରାଇଛି , ଆଉ କଂଗ୍ରେସ ଅଧିକ ୧୬ ଟି ପାଇଛି, ୩ ସ୍ୱାଧିନଙ୍କୁ ମିଶାଇଲେ ୧୯ଟି ଅଧିକ ସିଟ କଂଗ୍ରେସ ଖାତାକୁ ଯାଇଛି | ପ୍ରଧାନମନ୍ତ୍ରୀ ଶ୍ରୀ  ମୋଦି ଗୁଜୁରାଟ ବିଜୟକୁ ବିକାଶର ବିଜୟ ବୋଲି କହିଥିବା ବେଳେ ହାର୍ଦିକ ପଟେଲ ଏହାକୁ ଗୁଜୁରାଟ ବାସୀଙ୍କ ଭାବନାର ପରାଜୟ ବୋଲି କହିଛନ୍ତି  | ହେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନମ୍ରତାର ସହ ଗୁଜୁରାଟ ନିର୍ବାଚନରେ ଜନତାଙ୍କ ରାୟକୁ ଗ୍ରହଣ କରିଛନ୍ତି | ହେଲେ ଏକଥାକୁ କେହି ଅସ୍ଵୀକାର କରିପାରିବେନି ଯେ  ଗୁଜୁରାଟ ନିର୍ବାଚନ ଏକ ପ୍ରକାର ଘମାଘୋଟ ଲଢେଇ ଥିଲା ! ଆଉ ଏ ଲଢେଇରେ ଯଦି ନିଜକୁ ମଜଭୁତ ନେତା ଭାବେ କେହି ତିଆରି କରିବାରେ ସକ୍ଷମ ହୋଇଛନ୍ତି ସେ ହେଉଛନ୍ତି ରାହୁଲ ଗାନ୍ଧୀ | ବିଜେପି ନଜର ରେ "ପପୁ"ରୁ ଦେଶବାସୀଙ୍କ ହୃଦୟରେ ସ୍ଥାନ ଜମାଇ ପାରିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀରେ  ନିଜକୁ ରୂପାନ୍ତରିତ କରିପାରିଛନ୍ତି | 

ଗୋଟିଏ ପଟେ ଭାରତ ସରକାର, ଗୁଜୁରାଟ ସରକାର, ପ୍ରଧାନମନ୍ତ୍ରୀ, ୪୦-୫୦ କେନ୍ଦ୍ରମନ୍ତ୍ରୀ,10 ମୁଖ୍ୟମନ୍ତ୍ରୀ, ଆଉ ଅନ୍ୟ ପଟରେ ରାହୁଲ ଗାନ୍ଧୀ, ହାର୍ଦିକ ପଟେଲ ଆଉ କିଛି ନେତା । ଲଢେଇ ଜୋରଦାର, ଆଉ ଯେଉଁ ସ୍ତରର ଲଢେଇ ଗୁଜୁରାଟ ନିର୍ବାଚନରେ ଦେଶବାସୀ ଦେଖିଲେ ତାହା କେବେ ଦେଖିବାକୁ ମିଳି ନଥଲା । ସେକ୍ସ ସିଡ଼ି, ବ୍ୟକ୍ତିଗତ ଆରୋପ ଠାରୁ ଆରମ୍ଭ କରି ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ ମନମୋହନ ସିଂଙ୍କ ପ୍ରତି ଖୋଦ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବ୍ୟକ୍ତିଗତ ଚରିତ୍ର ସଂହାର, ଭରି ସଭାରେ ପ୍ରଧାନମନ୍ତ୍ରୀ କାନ୍ଦିବା ଭଳି ଘଟଣା ଘଟିଗଲା । ଖୋଦ ପ୍ରଧାନମନ୍ତ୍ରୀ ଗୁଜୁରାଟରେ ଡେରା ପକାଇ ବସିଲେ | ଏପରିକି ନିର୍ବାଚନ କମିଶନଙ୍କ ଭୂମିକାକୁ ନେଇ ଦେଶବାସୀଙ୍କ ଭିତରେ କେଉଁଠି ନ  କେଉଁଠି ସନ୍ଦେହ ସୃଷ୍ଟି ହୋଇଛି ! ବିଜେପି ଜିତିଛି, କଂଗ୍ରେସ ବିଜେପିକୁ କଡା ଟକ୍କର ଦେଇ କଂଗ୍ରେସ ପରାଜୟ ବାରଣ କରିଛି | ହେଲେ ଗୋଟିଏ କଥା, ଗୁଜୁରାଟ ନିର୍ବାଚନର "ସମୁଦ୍ର ମନ୍ଥନ" ଭିତରେ  ସାରା ଦେଶ ପାଇଁ ଏକ ବିକଳ୍ପ ଗ୍ରହଣୀୟ  ନେତା ସୃଷ୍ଟି କରିଦେଲା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ରୂପରେ ! ପପୁ ପପୁ ବୋଲି ସମାଲୋଚନାର ଶରବ୍ୟ ହେଉଥିବା ରାହୁଲ ଗୁଜୁରାଟ ନିର୍ବାଚନରେ ନିଜର ପଲିଟିକାଲ ମ୍ୟାଚୁରିଟି  ବା ରାଜନୈତିକ ବିଚକ୍ଷଣତା ପ୍ରଦର୍ଶନ କରି ଯେଉଁଭଳି ଭାବେ କଂଗ୍ରେସକୁ କ୍ରିୟାଶୀଳ କରିପାରିଲେ ତାହାକୁ ନେଇ ଏବେ କେବଳ ଚା ଖଟିରେ ନୁହେ, ବିଜେପି ସମେତ ଅନ୍ୟଦଳର ନେତାମାନଙ୍କ ମନରେ ବିଶ୍ୱାସ ଯାନିମିଛି ଯେ, ଦେଶର ନେତୃତ୍ୱ ନେବାକୁ ରାହୁଲ ଦକ୍ଷ ତଥା ପ୍ରସ୍ତୁତ । ଆଉ ସେ ପ୍ରମାଣିତ କରି ଦେଇଛନ୍ତି ଯେ ସେ ବାଜିଗର, ନିର୍ବାଚନ ସଂଖ୍ୟା ଗଣିତରେ ସେ ସିନା ହାରିଗଲେ, ହେଲେ ଭାରତର ଅଗଣିତ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଦେଲେ । ଆଉ ପ୍ରମାଣିତ କରିଦେଲେ ସେ ଏମିତି ଏକ ଅସରନ୍ତି ମହାଭାରତର ଅଭିମନ୍ୟୁ, ଯେ କି ବ୍ୟୁହ ଭିତରେ ପଶିବା ଜାଣିଛି, ଆଉ ବ୍ୟୁହଭିତରେ ମହାରଥୀଙ୍କୁ ଘାଇଲା କରି ବାହାରକୁ ବାହାରିବା ବି ଜାଣିଛି । ଗୁଜୁରାଟ ନିର୍ବାଚନରେ ରାହୁଲ ଗାନ୍ଧୀ ପ୍ରମାଣିତ କରି ଦେଇଛନ୍ତି ଯେ ସମଗ୍ର ଦେଶକୁ  ନେତୃତ୍ୱ ଦେବାକୁ ସକ୍ଷମ । ପଟ୍ଟା ପାଉତି କଲାଭଳି ମୋଦି-ଶାହାଙ୍କ ଗଡ଼ ଗୁଜୁରାଟରେ ପଶି ପ୍ରଧାନମନ୍ତ୍ରୀ, ଭାରତ ସରକାର, ସିବିଆଇ, ଇଡି, ଗୁଜୁରାଟ ସରକାର, ଅପ୍ରମିତ ଧନଜନ ବଳ ଆଉ ଶାସନକଳକୁ ଚାଲେଞ୍ଜ ଦେଇ କଂଗ୍ରେସକୁ ମର୍ଯ୍ୟାଦାଜନକ ସ୍ଥିତିକୁ ନେବାରେ ସକ୍ଷମ ହୋଇଥିବା ରାହୁଲ ଗାନ୍ଧୀଙ୍କ ପ୍ରତି ଦେଶବ୍ୟାପୀ ଜଣ ସମର୍ଥନ ବଢିଛି ।  କାଲି ତାଙ୍କୁ ଟାପରା କରୁଥିବା ନେତାମାନଙ୍କ ତୁଣ୍ଡରେ  ଏବେ ରାହୁଲଙ୍କ ପ୍ରଶଂସା ଦଳମତ ନିର୍ବିଶେଷରେ ।  ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ସେ ପାଲଟି ଯାଇଛନ୍ତି ଚାଲେଞ୍ଜ 

 ବିଜେପିର ନେତାମାନେ ଉପରେ ଏହାକୁ ସ୍ଵୀକାର ନକଲେ ବି ବିକାଶର ବିଜୟ ବୋଲି ଉପରେ ଉପରେ କହୁଥିବା ବେଳେ  ଭିତରେ ଭିତରେ ଅକଥନୀୟ ଯନ୍ତ୍ରଣା ଭିତରେ ଜର୍ଜରିତ ହେଊହିବେ ନିଶ୍ଚୟ, ଅଜାଗା ଘା ଭଳି !

ଆଉ ସେଥି ପାଇଁ ବୋଧ ହୁଏ ଦୁର୍ଦ୍ଦିନରେ କଂଗ୍ରେସର ନେତୃତ୍ୱ ନେଇ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଲୋକପ୍ରିୟତାକୁ ପ୍ରତିହତ କରି ଲଗାତାର ଦୁଇ ଦୁଇ ଥର ସରକାର ଗଠନ କରିବାରେ ସକ୍ଷମ ହୋଇଥିବା ବିଦାୟୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାହୁଲଙ୍କ ଦାଇତ୍ଵ ଦେବା ବେଳେ ବୋଧ ହୁଏ କହିଥିଲେ ଯେ ରାହୁଳ ଗାନ୍ଧୀଙ୍କ ଭଳି ଜଣେ ଯୁବ ନେତୃତ୍ୱ ଏବେ କଂଗ୍ରେସ ଦଳର ଦାୟିତ୍ୱ ସମ୍ଭାଳିବେ। ରାହୁଲ ମୋ ପୁଅ, ମୁଁ ତାଙ୍କ ପ୍ରଶଂସା କରିବାକୁ ଚାହୁଁ ନାର୍ହିଁ।  ରାହୁଲ ବାଲ୍ୟ କାଳରୁ ହିଂସାକୁ ଦେଖି ଆସିଥିବା bele ରାଜନୀତିରେ ପଶିଲା ପରେ ବ୍ୟକ୍ତିଗତ ଆକ୍ରମଣକୁ ମଧ୍ୟ ସାମନା କରିଛନ୍ତି। ତେଣୁ ଅତୀତର ଅଭିଜ୍ଞତାକୁ ପାଥେୟ କରି ସେ ଜଣେ ପରିପକ୍ୱ ସୁଦକ୍ଷ ତଥା ସଫଳ ରାଜନେତା ଭାବେ ଉଭା ହେବେ ବୋଲି ସୋନିଆ ଆଶା ରଖିଥିବା କହିଛନ୍ତି। କିନ୍ତୁ ମୋର ପୁରା ବିଶ୍ୱାସ ଅଛି ଯେ ରାହୁଳ ଏବେ ପରିପକ୍ୱ। ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଦେଶର ବିକାଶକୁ ଏକ ଉତୁଙ୍ଗ ଶିଖରରେ ପହଞ୍ଚାଇ ପାରିବ । ୨୦ ବର୍ଷ ତଳେ ଆପଣମାନେ ମୋତେ ଅଧ୍ୟକ୍ଷଭାବେ ନିର୍ବାଚିତ କରିଥିଲେ। ରାଜୀବ ଗାନ୍ଧୀଙ୍କ ସହିତ ବିବାହ ପରେ ସେ ରାଜନୀତି ସମ୍ପର୍କରେ ଜାଣିଥିଲେ। ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ତାଙ୍କୁ ଝିଅ ଭଳି ଆପଣେଇବା ସହିତ ଭାରତର ସଂସ୍କୃତି ସମ୍ପର୍କରେ ଅବଗତ କରାଇଥିଲେ। ଇନ୍ଦିରାଗାନ୍ଧୀଙ୍କ ହତ୍ୟା ମୋତେ ପୁରା ବିଚଳିତ କରିଥିଲା। ମୋତେ ଲାଗୁଥିଲା ମୋ ସ୍ୱାମୀଙ୍କୁ ମଧ୍ୟ ହତ୍ୟା କରାଯାଇପାରେ। ତେଣୁ ମୁଁ ମୋ ସ୍ୱାମୀ ଓ ପିଲାମାନଙ୍କୁ ରାଜନୀତି ଠାରୁ ଦୂରରେ ରଖିବାକୁ ଚାହୁଥିଲି। ଶେଷରେ ତାହା ହିଁ ଘଟିଲା। ମୋ ସ୍ୱାମୀ ମଧ୍ୟ ହତ୍ୟାର ଶିକାର ହେଲେ। ତେବେ କଂଗ୍ରେସର ଯେତେବେଳେ ଦୁର୍ଦ୍ଦିନରେ ଥିଲା ମୋତେ ସେତେବେଳେ କଂଗ୍ରେସ ଦଳର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଗଲା। ସେତେବେଳେ ମୁଁ ବହୁତ ଭୟଭୀତ ଥିଲି।ତେବେ ଦଳର କର୍ମୀ ମାନଙ୍କ ଯୋଗୁଁ ଆମକୁ ସଫଳତା ମିଳିଛି ବୋଲି ଭାବ ବିହ୍ଵଳ ହୋଇ ସୋନିଆ ଗାନ୍ଧୀ କହିବା ବେଳେ ପରିସ୍ଥିତି ବେଶ ଭାବ ଗମ୍ଭୀର ହୋଇ ପଡିଥିଲା । ଏହି ଅବସରରେ ଆୟୋଜିତ ଉତ୍ସବରେ ନିଜ ଭାଷଣ ଦେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଆଜି କଂଗ୍ରେସ ଦଳ ପାଇଁ ଏକ ଐତିହାସିକ ଦିନ ବୋଲି କହିବା ସହ ରାହୁଲଙ୍କ ନେତୃତ୍ୱରେ କଂଗ୍ରେସ ଆହୁରି ଶକ୍ତିଶାଳୀ ହେବ ବୋଲି କହିଥିଲେ । କେବଳ ସୋନିଆ ବା ମନମୋହନ ନୁହନ୍ତି କିଛି ବିଜେପି ନେତାଙ୍କ ସମେତ ଅନ୍ୟ ଦଳର ନେତାମାନେ ମଧ୍ୟ ରାହୁଲଙ୍କ ନେତୃତ୍ୱ ଶୈଳୀକୁ ପ୍ରଶଂସା କରିଛନ୍ତି `। 

 ସୂଚନାଯୋଗ୍ୟଯେ ଗାନ୍ଧୀ -ନେହେରୁ ପରିବାରର ୫ମ ପିଢ଼ିର ସଦସ୍ୟ ଭାବେ ଶ୍ରୀ ଗାନ୍ଧୀ ଭାରତୀୟ ଜାତୀୟ କଂଗେସ ଦଳର ସଭାପତି ଭାବେ ଦାୟିତ୍ୱ ନେଇଥିବା ରାହୁଲଙ୍କ ପାଇଁ ଆଗକୁ ଅଗ୍ନି ପରୀକ୍ଷା । ଗୁଜୁରାଟ ନିର୍ବାଚନରେ ନିଜର ନେତୃତ୍ତ୍ୱଗତ ପରାକାଷ୍ଠା ଦେଖିଥିବା ରାହୁଲଙ୍କ ପାଇଁ ବଡ ଚାଲେଞ୍ଜ ଆଗକୁ ହେବାକୁ ଥିବା ଵିଧାନସଭା ନିର୍ବାଚନ। ଆଉ ଏହାକୁ ଦୃଷ୍ଟିରେ ରଖି ସବୁ ବର୍ଗର ଓ ଗୋଷ୍ଠୀର ନେତାଙ୍କୁ ସାଙ୍ଗରେ ନେଇ ଦଳକୁ ଆଗେଇନେବେ ବୋଲି ଇଶାରା ଦେଇ ସାରିଲେଣି | କଂଗ୍ରେସ ରେ ସାଙ୍ଗଠନିକ ପରିବର୍ତନ କରିବାର ଆବଶ୍ୟକତା ଉପରେ ମଧ୍ୟ ପରୋକ୍ଷ ଇଶାରା ଦେଇସାରିଲେଣି | ଆଗକୁ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ  ପାଇଁ ଦଳକୁ ଠିକଣା ଢଙ୍ଗରେ ପରିଚାଳନା କରିବାର ଗୁରୁ ଦାଇତ୍ୱ ତାଙ୍କ ଉପରେ ! ଗାନ୍ଧିଜୀଙ୍କ  ପରେ ଜବାହରଲାଲ ନେହେରୁ ୩ ବର୍ଷ ପାଇଁ ଦଳର ଅଧ୍ୟକ୍ଷ ଥିବା ବେଳେ ତାଙ୍କ ଝିଅ ଇନ୍ଦିରା ଗାନ୍ଧୀ ୮ ବର୍ଷ ପାଇଁ, ଇନ୍ଦିରାଙ୍କ ପୁଅ ରାଜୀବ ଗାନ୍ଧୀ ୮ ବର୍ଷ ପାଇଁ ଓ ବୋହୂ ସୋନିଆ ଗାନ୍ଧୀ ସର୍ବାଧିକ ୧୯ ବର୍ଷ ପାଇଁ ଦଳର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିବା ବେଳେ ଯୁବକ ରାହୁଲଙ୍କ ପାଇଁ ପଡିଛି ଲମ୍ବା ରାସ୍ତା ଚାଲିବାକୁ ଆଉ ଦେଶର ସର୍ବ ପୁରାତନ ଦଳ କଂଗ୍ରେସସକୁ ଦୌଡିବାକୁ । ଆଉ ଏବେ କଂଗ୍ରେସପାଇଁ ସାରା ଦେଶରେ ଏକ ଅହ୍ୱାନାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାହୁଲ ତାଙ୍କର ପଦକ୍ଷେପ ସୁଚିନ୍ତିତ ଢଙ୍ଗରେ ନେବେ ଓ କଂଗ୍ରେସ ରେ ଏକ ନୂଆ ଯୁଗର ଅୟମାରମ୍ଭ ହେବ ବୋଲି ଆଶା କରାଯାଉଛି, 

 କଂଗ୍ରେସ ଅଧ୍ୟକ୍ଷ ହେବାପରେ ରାହୁଲଙ୍କ ପ୍ରଥମ ଟ୍ୱଇଟ ଥିଲା ଯେ "I want the Congress party to become an instrument for dialogue between Indian people, from all corners of our great country, all religions, all ethnicities, all ages and gender and for our dialogue to be led by love and affection " ଏହାର ଅର୍ଥ ହେଲା ଆମର ମହାନ ଦେଶ ଭାରତ ବର୍ଷର କୋଣ ଅନୁକୋଣରେ ଜାତି, ଧର୍ମ, ସମ୍ପ୍ରଦାୟ, ବୟସ,  ଲିଙ୍ଗଭେଦ ନିର୍ବିଶେଷରେ  ବସବାସ କରୁଥିବା ଅଗଣିତ ଭାରତୀୟଙ୍କ ପାଇଁ କଂଗ୍ରେସ ବାର୍ତା ଓ ଭାବ ବିନିମୟର ମାଧ୍ୟମ ସାଜୁ । ଆମମାନଙ୍କର ବାର୍ତା ବିନିମୟ ପ୍ରେମ ଆଉ ସ୍ନେହ ଉପରେ ଆଧାରିତ ହେଉ ।  ତେଣୁ ରାହୁଲଙ୍କ ଭାଷଣରେ ହିଂସା ଓ ଦ୍ୱେଷ ରହିତ ରାଜନୀତିର ବାର୍ତା ଥିବା ବେଳେ ଦଳର ବରିଷ୍ଠନେତାଙ୍କ ପ୍ରତି ତାଙ୍କ କୃତଜ୍ଞତା ଜଣାଇଥିଲେ ! ସେ ନିଜ ନମ୍ରତାର ପରିପ୍ରକାଶ କରି " ଚାରିପାଖରେ ରାଜନୀତିର ବୃହତ୍‌ ହସ୍ତୀମାନଙ୍କ ଛାଇଭିତରେ ଚାଲିବାକୁ ହେବ ଜାଣି ସୁଦ୍ଧା ମୋତେ ଏହି ଦାୟିତ୍ୱଭାର ସମ୍ଭାଳିବାକୁ ହେଉଛି। " ବୋଲି କହିଥିଲେ ! ଯେ ରାହୁଲ ମଙ୍ଗ ଧରିଲେ  ରାଜନୀତିରେ  ବୁଢାମାନଙ୍କ ଆଦର କମିଯିବ  ବୋଲି ଯେଉଁ ଚର୍ଚା ହେଉଥିଲା ସେଥିରେ ସେ ପୁର୍ଣଛେଦ ପକାଇ ଦେଇ ବୟୋଜ୍ୟଷ୍ଠଙ୍କ ପାଖରେ ବଶମ୍ବଦ ଘୋଷଣା କରିବା ସହ ସସମ୍ମାନ ନିଜର ମହନୀୟତାର ପରିଚୟ ଦେଇଥିଲେ। ଏଥିରୁ ପ୍ରମାଣିତ ହୋଇଯାଇଛି ରାହୁଲ ଏକ ସନ୍ତୁଳିତ ତଥା ଶାନ୍ତିକାମୀ ନେତୃତ୍ୱ ସପକ୍ଷରେ  ! ଦାଇତ୍ୱ ନେବାଦିନ ସେ  ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିକୁ ସେ କଡ଼ା ସମାଲୋଚନା କରିଥିଲେ। ତାଙ୍କ କଂଗ୍ରେସ ଦଳ ଦେଶରେ ଭାଇଚାରା ଏବଂ ସଦ୍‌ଭାବ ସ୍ଥାପନ କରିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ଦେଶବ୍ୟାପୀ ନିଆଁ ଲଗାଇ ଦେଇଛନ୍ତି ବୋଲି ରାହୁଲ୍‌ ତାଙ୍କ ଭାଷଣରେ ଅଭିଯୋଗ କରିଥିଲେ।ସେ ଆହୁରି ମଧ୍ୟ କହିଥିଲେ ଯେ କଂଗ୍ରେସ ଭାରତକୁ ଏକବିଂଶ ଶତାଦ୍ଦୀରେ ପହଞ୍ଚାଇ ସାରିଥିଲା ବେଳେ ପ୍ରଧାନମନ୍ତ୍ରୀ ଆମକୁ ମଧ୍ୟଯୁଗକୁ ଫେରାଇ ନେଇ ଯାଉଛନ୍ତି ।ବିଜେପି ଦେଶରେ ନିଆଁ ଲଗାଉଛିି । ଦେଶରେ ବିଭାଜନ ସୃଷ୍ଟି କରୁଛି ଏବଂ ହିଂସା ଲାଗି ଉସ୍‌କାଉଛି । ବର୍ତ୍ତମାନ ଏହି କାରଣ ପାଇଁ ଦେଶରେ ଯେଉଁ ନିଆଁ ଲାଗିଛି ତାହା ଲିଭାଇବା କଷ୍ଟକର ବ୍ୟାପାର । ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କୁ ସେମାନଙ୍କ ପରିଚୟ ପାଇଁ ହତ୍ୟା କରାଯାଉଛି, ସେମାନଙ୍କ ଧର୍ମ ପାଇଁ ସେମାନଙ୍କୁ ଆକ୍ରମଣ କରାଯାଉଛି ଏବଂ ସେମାନେ ଭକ୍ଷଣ କରୁଥିବା ଖାଦ୍ୟ ପାଇଁ ସେମାନଙ୍କୁ ନୃଶଂସତାର ଶିକାର ହେବାକୁ ପଡୁଛି। ଏଭଳି ସ୍ଥିତି ମଧ୍ୟଯୁଗୀୟ ବର୍ବରତା ବିନା ଆଉ କ’ଣ ହୋଇପାରେ ବୋଲି ରାହୁଲ୍‌ ପ୍ରଶ୍ନ କରିଛନ୍ତି।  କେବଳ କଂଗ୍ରେସ ଦଳ ହିଁ ଏକମାତ୍ର ଶକ୍ତି ଯାହା ଏହି କାର୍ଯ୍ୟ କରିପାରିବ । ସେମାନେ ଭାଙ୍ଗୁଥିବା ବେଳେ କଂଗ୍ରେସ ଗଢିବାରେ ବିଶ୍ୱାସ କରେ । କଂଗ୍ରେସର କର୍ମୀ ଓ ନେତା ଚାହିଁଲେ ଏପରି କାର୍ଯ୍ୟର କଡା ଜବାବ ଦିଆଯାଇ ପାରିବ ।

ମୁ ଯଦି କିଛି କରିପାରିଛି  ତାହା ମା ଇନ୍ଦିରାଙ୍କ ଆଶୀର୍ବାଦ, ଦଳର କର୍ମୀ ଓ  ଦେଶବାସୀଙ୍କ ଅବର୍ଣ୍ଣନୀୟ ସ୍ନେହଶ୍ରଦ୍ଧା ଯୋଗୁ ସମ୍ଭବ ହୋଇଛି : ସୋନିଆ 

ଦୀର୍ଘ ୧୯ବର୍ଷ କାଳ କଂଗ୍ରସସ ର ସଭାନେତ୍ରୀ ଦାଇତ୍ୱ ନେଇ କଂଗ୍ରେସକୁ ଦୁଇ ଦୁଇଥର କ୍ଷମତାକୁ ଆଣିଦେଇଥିବା ସୋନିଆ ତାଙ୍କ ସବୁ ସଫଳତାର ଶ୍ରେୟ ତାଙ୍କ ଶାଶୁ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଦାନ କରିଛନ୍ତି | ୧୯ ବର୍ଷର ଏକ ଲମ୍ବା ସଫଳ ଇଂନିଙ୍ଗସ ପରେ ଅଧ୍ୟକ୍ଷ ଭାର ନିଜ ପୁଅ ରାହୁଲଙ୍କୁ ହସ୍ତାନ୍ତର କରିବା ଅବସରରେ ସୋନିଆ ତାଙ୍କ ଅଭିଭାଷଣରେ ଉପସ୍ଥିତ ଦଳୀୟ କର୍ମୀ ଏବଂ ନେତୃମଣ୍ଡଳୀଙ୍କୁ ଭାବବିହ୍ଵଳ କରିଦେଇଥିଲେ। ଉଲ୍ଲେଖ ଥାଉ କି, ୧୯୯୮ ମସିହାରେ ସୋନିଆ ଦଳର ମଙ୍ଗ ଧରିବା ପରେ କଂଗ୍ରେସ ଦୁଇ ଦୁଇ ଥର ଦେଶର ଶାସନ କ୍ଷମତା ହାସଲ କରିଛି। ତେବେ ନିଜର ତଥା ଦଳର ଏହି ବିରଳ ସଫଳତାର ଶ୍ରେୟ ସେ ତାଙ୍କ ଶାଶୂ ତଥା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କୁ ଅର୍ପଣ କରିଛନ୍ତି। ଇନ୍ଦିରା ତାଙ୍କୁ ନିଜ ଝିଅ ଭଳି ପାଳିବା ସହ ପ୍ରତି କ୍ଷଣରେ ଭାରତର ଅନନ୍ୟ ସଂସ୍କୃତି ସମ୍ପର୍କରେ ପ୍ରଶିକ୍ଷିତ କରିଥିଲେ। ୧୯୮୪ରେ ଯେତେବେଳେ ଇନ୍ଦିରାଜୀଙ୍କୁ ହତ୍ୟା କରାଗଲା, ସତେ ଯେପରି ମୋ’ ମା’ଙ୍କୁ ମୋ’ଠାରୁ କେହି ଛଡ଼େଇନେଲା ଭଳି ଲାଗିଲା ବୋଲି ସୋନିଆ ଆଜି କହିଲା ବେଳେ ତାଙ୍କ ଆଖି ଛଳ ଛଳ ହୋଇଯାଇଥିଲା। ସେହିପରି ୧୯୯୧ ମସିହାରେ ତାଙ୍କ ସ୍ୱାମୀ ତଥା ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ହତ୍ୟା ପରେ ସୋନିଆଙ୍କୁ ଦଳର ମୁଖ୍ୟ ହେବାକୁ କୁହାଗଲା ବେଳେ ସେ ବିଚଳିତ ହେବା ସହ ଉତ୍କଣ୍ଠା ପ୍ରକାଶ କରିଥିଲେ। ତେବେ ପରେ ଦେଶବାସୀଙ୍କ ଅବର୍ଣ୍ଣନୀୟ ସ୍ନେହଶ୍ରଦ୍ଧା ତାଙ୍କୁ ୧୯୯୮ରେ ଅଧ୍ୟକ୍ଷା ହେବାକୁ ବାଧ୍ୟ କରିଥିଲା। ଏଭଳି ଗୁରୁ ଦାୟିତ୍ୱ ପ୍ରତି ସେ ଅନଭିଜ୍ଞ ଥିଲେ ସୁଦ୍ଧା ଅନ୍ୟମାନଙ୍କ ବଳିଷ୍ଠ ସହଯୋଗ ତାଙ୍କୁ ଜଣେ ସଫଳ ନେତ୍ରୀ କରାଇପାରିଥିଲା ବୋଲି ସେ କହିଛନ୍ତି। ସେହିପରି ତାଙ୍କ ଦାୟିତ୍ୱ କାଳ ଭିତରେ କଂଗ୍ରେସ ଅନେକ କ୍ଷେତ୍ରରେ ନିର୍ବାଚନ ହାରି ବହୁ କଠିନ ସମୟର ମୁକାବିଲା କରିଛି। ବିଶେଷ କରି ୨୦୧୪ ସାଧାରଣ ନିର୍ବାଚନ ପରଠାରୁ ଦଳ ବିରୋଧୀ ଭୂମିକାର ଦାୟିତ୍ୱ ନିଭାଇ ଅନେକ ପରିହାସର ଶିକାର ହୋଇଥିଲେ ହେଁ କଂଗ୍ରେସ କେବେ ମୁଣ୍ଡ ନୁଆଁଇ ନାହିଁ। ଆମର କେବେ କୌଣସିଥିରେ ଡରିବାର ନାହିଁ କି ମଥା ଝୁଙ୍କାଇବାର ନାହିଁ। କାରଣ ଆମର ସଂଘର୍ଷ ଏହି ଦେଶର ସମ୍ମାନ ଏବଂ ଆତ୍ମପରିଚିତି ପାଇଁ ବୋଲି ସୋନିଆ କହିଛନ୍ତି। 

0
0
0
s2sdefault