ହେଡଲାଇନସ୍:

 ବାରିପଦାରେ ୪,୫୦୦ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର-  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ତାରିଖରେ ଓଡ଼ିଶାର ବାରିପଦା ସହରକୁ ଗସ୍ତରେ ଆସିବେ । ଏହି ଅବସରରେ ଶ୍ରୀ ମୋଦି କେନ୍ଦ୍ର ସରକାରଙ୍କ ପ୍ରାୟ ୪,୫୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ପ୍ରକଳ୍ପ ସମୂହକୁ ରାଷ୍ଟ୍ର ନିମନ୍ତେ ଲୋକାର୍ପଣ କରିବେ । ଏହା ମଧ୍ୟରେ ୪ ଲେନ୍ ବିଶିଷ୍ଟ ରାଜମାର୍ଗ , ରୈଳଲାଇନ୍ ର ଦୋହରିକରଣ , ମଲଟି ମୋଡାଲ ଲଜିଷ୍ଟିକ୍ ହବ୍ ପ୍ରମୁଖ ଅନ୍ତର୍ଭୁକ୍ତ । 

ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏନ୍ଏଚ୍ଏଆଇର ଜେନେରାଲ ମ୍ୟାନେଜର ଆଦିତ୍ୟ କୁମାର ରାୟ କହିଥିଲେ ଯେ ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡ଼ିଶାରେ ତିନି ଗୋଟି ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରାଯିବ । ୪୩.୨ କିମି ବିଶିଷ୍ଟ ଏନ୍ଏଚ୍-୨୧୫ ର ରିମୁଳି-କୋଇଡ଼ା ଅଂଶର ୪ ଲେନ୍ କରାଯିବ । ଏଥିପାଇଁ  ୮୨୮.୩୬ କୋଟି ଟଙ୍କାର ବ୍ୟୟ ବରାଦ୍ କରାଯାଇଛି । ସେହିପରି ୧,୩୧୩ କୋଟି ଟଙ୍କା ବ୍ୟୟରେ ୧୦୪.୨ କିମି ବିଶିଷ୍ଟ ଏନ୍ଏଚ୍-୬ ର ସିଙ୍ଗଡ଼ା-ବିଂଜବାହାଲ ଅଂଶର ୪ ଲେନ୍ କାର୍ଯ୍ୟ ଏବଂ ୧,୧୭୬.୪ କୋଟି ଟଙ୍କାରେ ୫୩.୨ କିମି ବିଶିଷ୍ଟ ଏନ୍ଏଚ୍-୨୧୫ ର କୋଇଡ଼ା-ରାଜମୁଣ୍ଡା ଅଂଶର ୪ ଲେନ୍ କାର୍ଯ୍ୟ ଆଦି ପ୍ରକଳ୍ପ ସାମିଲ ରହିଛି ।

ସେହିପରି ପ୍ରଧାନମନ୍ତ୍ରୀ ୧,୦୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ୫୧୩ କିମି ବିଶିଷ୍ଟ ପାରାଦୀପ-ହଳଦିଆ-ଦୁର୍ଗାପୁର ପାଇପଲାଇନର ଏକ ଅଂଶ ଭାବେ ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଅଂଶ  ଲୋକାର୍ପିିତ କରିବେ । ଏହି ପାଇପଲାଇନ ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲା ମଧ୍ୟ ଦେଇ ୨୪୦ କିମି ଅତିକ୍ରମ କରିବ । ଏହି ଗ୍ୟାସ୍ ପାଇପଲାଇନ ପଶ୍ଚିମବଙ୍ଗର ପୂର୍ବୀମେଦିନାପୁର, ବର୍ଦ୍ଧମାନ, ହୁଗ୍ଲୀ ଏବଂ ହାୱଡ଼ା ମଧ୍ୟରେ ୪୩୦ କିମି ଅତିକ୍ରମ କରିବ । ପାରାଦୀପ-ହଳଦିଆ ପାଇପଲାଇନର କ୍ଷମତା ୧.୧ ଏମ୍ଏମ୍ଟିପିଏ ରହିଥିବା ବେଳେ ହଳଦିଆ-ଦୁର୍ଗାପୁର ପାଇପଲାଇନର କ୍ଷମତା ୧.୩ ଏମ୍ଏମ୍ଟିପିଏ ରହିଛି  ବୋଲି ଏସ୍ଇଆର୍ପିଏଲର ଇଡି  ପି ସି ଚୌବେ ପ୍ରକାଶ କରିଥିଲେ ।    ।

ପୂର୍ବତଟ ରେଳପଥ  ଚିଫ୍ ପିଆର୍ଓ ଶ୍ରୀ ଜେ ପି ମିଶ୍ର ନୂତନ ରେଳ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଟାଟାନଗର ରୁ ବାଦାମପାହାଡ଼ କୁ ଦ୍ୱିତୀୟ ଯାତ୍ରୀବାହୀ ରେଳ ଚଳାଚଳ ଶୁଭାରମ୍ଭ କରାଯିବ । ଏହାସହ ୧୩୧.୩୪ କୋଟି ଟଙ୍କା ବ୍ୟୟରେ ୧୧.୩ କିମି ବିଶିଷ୍ଟ ଚିଲିକିଦରା-ସଗଡ଼ପଟା ଲାଇନ ଏବଂ ୯ କିମି ବିଶିଷ୍ଟ ନାରଣପୁର-ବସନ୍ତପୁର ରେଳଲାଇନ ଦୋହରୀକରଣର ଲୋକାର୍ପଣ କରାଯିବ ।  ଏହି ପ୍ରକଳ୍ପ କେନ୍ଦୁଝର ଏବଂ ଯାଜପୁର ଭଳି  ଖଣିଜସମ୍ପଦ ପୂର୍ଣ୍ଣ ଜିଲାକୁ ସଂଯୋଗ କରିବ ଏବଂ ଏହା ରାଜସ୍ୱ ବୃଦ୍ଧି କରିବାରେ ସହାୟକ ହେବ । ଏହି ଦୁଇଟି ଅଂଶ ବାଂଶପାଣି-ଯଖପୁରା ୧୮୦ କିମି ବିଶିଷ୍ଟ ଦୋହରୀକରଣ ରାସ୍ତାର ଏକ ଅଂଶ ଭାବେ ୯୪୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବା ପାଇଁ ୨୦୧୦-୧୧ ବର୍ଷରେ ମଞ୍ଜୁରୀ ଦିଆଯାଇଥିଲା । ଏହି ଦୋହରୀକରଣ  ବର୍ତମାନ ରେଳଲାଇନର କ୍ଷମତାକୁ ବୃଦ୍ଧି କରିବ ଏବଂ ଆଗାମୀ ଦିନରେ ପାରାଦୀପ ବନ୍ଦରକୁ ଖଣିଜ ପରିବହନ ସମେତ ଅବହେଳିତ ଅଂଚଳଗୁଡ଼ିକୁ ପାସେଞ୍ଜର ଟ୍ରେନ ସୁବିଧା ଉପଲବ୍ଧ କରାଇବ ବୋଲି ସେ କହିଥିଲେ ।

ସେହିପରି ୨୫ କୋଟି ଟଙ୍କା ବ୍ୟୟରେ ବାଲେଶ୍ୱରଠାରେ ନିର୍ମିିତ ମଲ୍ଟି ମୋଡାଲ ଲଜିଷ୍ଟିକ୍ ପାର୍କ (ଏମ୍ଏମ୍ଏଲ୍ପି)ରେ  ୩୮୩୨୫ ବର୍ଗମିଟର ବିଶିଷ୍ଟ ଆମଦାନୀ/ରପ୍ତାନୀ ନିମନ୍ତେ କଷ୍ଟମ ସୁବିଧା କେନ୍ଦ୍ର, ଏକ ସୁଦୀର୍ଘ ତଥା ସମ୍ପୂର୍ଣ୍ଣ ରେଳପଥକୁ ୨ଟି ୱେୟାରହାଉସ୍, ରୋଡ୍ୱେ ବ୍ରିଜ୍ ଆଦି ଭଳି ବିଭିନ୍ନ ସୁବିଧା ଉପଲବ୍ଧ ହେବ । 

ଏଏସ୍ଆଇ, ଭୁବନେଶ୍ୱର ସର୍କଲର ସୁପରିଟେଣ୍ଡିଂ ଆର୍କିଲୋଜିଷ୍ଟ ଶ୍ରୀ ଅରୁଣ ମଲ୍ଲିକ କହିଥିଲେ ଯେ ଆସନ୍ତା ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ମୋଦି ୪୦ ଲକ୍ଷ ଟଙ୍କା ବ୍ୟୟବରାଦରେ ଏଏସ୍ଆଇ ପ୍ରାଚୀନ ହରିପୁରଗଡ଼ ଦୁର୍ଗ ଠାରେ ରସିକରାୟ ମନ୍ଦିରର ସଂରକ୍ଷଣ ଏବଂ ସ୍ଥପତି ଖନନ କାର୍ଯ୍ୟ ର ଉଦଘାଟନ ହେବ । ହରିପୁରଗଡ଼ ହେଉଛି ୧୪ ଶତାବ୍ଦୀର ମୟୂରଭଞ୍ଜ ଜିଲାର ଭଞ୍ଜ ସାମ୍ରାଜ୍ୟର ଏକ ସଶକ୍ତ ଦୁର୍ଗ । 

ଭୁବନେଶ୍ୱର ଆଂଚଳିକ ପାସପୋର୍ଟ ଅଫିସର  ଶ୍ରୀ ସୁଧାଂଶୁ ଶେଖର ମିଶ୍ର କହିଥିଲେ ଭଦ୍ରକ, କଟକ, ଯାଜପୁର, ଆସ୍କା, କେନ୍ଦୁଝର ଏବଂ ଢେଙ୍କାନାଳଠାରେ ପୋଷ୍ଟ ଅଫିସଗୁଡ଼ିକରେ ପାସପୋର୍ଟ ସେବାକେନ୍ଦ୍ର ର ଶୁଭରାମ୍ଭ କରାଯିବ । ଆଗାମୀ ଦିନରେ ସବୁ ଲୋକସଭା ନିର୍ବାଚନ ମଣ୍ଡଳୀରେ ଥିବା ପୋଷ୍ଟ ଅଫିସ୍ ରେ ପାସପୋର୍ଟ ସେବା କେନ୍ଦ୍ର ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । 

ଏହି ସାମ୍ବାଦିକ ସମ୍ମିଳନୀରେ ଇଣ୍ଡିଆନ୍ ଅଏଲ ଆଣ୍ଡ ଏସ୍ଏଲ୍ସି ସିଜିଏମ୍ ଶ୍ରୀ ପ୍ରିତୀଶ ଭରତ ଏବଂ ଶ୍ରୀ ଶ୍ରୀନିବାସ ପାତ୍ର, ବରିଷ୍ଠ ମ୍ୟାନେଜର, କର୍ପୋରେଟ କମ୍ୟୁନିକେସନ , ଆଇଓସିଏଲ୍ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault