ହେଡଲାଇନସ୍:

ମୈଦାନ ରେଡି : ଜାନୁଆରୀ ୫ରେ ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୟୂରଭଞ୍ଜ ଜିଲ୍ଲାର ପ୍ରଗତି ଓ ବିକାଶ କ୍ଷେତ୍ରରେ ବିଜେଡ଼ି ବାଟ ଓଗାଳିଛି : ଗୋଲୋକ 

ବାରିପଦା(ଅରବିନ୍ଦ ଦାସ )

ପ୍ରଧାନମନ୍ତ୍ରୀ ମୋଦି ଜାନୁଆରୀ ୫ରେ ବାରିପଦା  ଗସ୍ତରେ ଆସୁଛନ୍ତି । ତାଙ୍କର ୨ଘଣ୍ଟା ୨୦ ମିନିଟର ଏହି ବାରିପଦା ଗସ୍ତ କାର୍ଯ୍ୟକ୍ରମ ସମୟରେ ସ୍ଥାନୀୟ ପୁଲିସ ଲାଇନ ହାଇ ସ୍କୁଲ ପଡ଼ିଆରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ଛଉପଡ଼ିଆ ପରିସରରେ ବିଜେପି ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ । ତେବେ ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତକୁ ହାତରେ ଗୋଟାଏ ଦିନ ସମୟ ରହିଥିବା ବେଳେ ସରକାରୀ କାର୍ଯ୍ୟକ୍ରମ କେଉଁଠାରେ ହେବ ସେହି ସ୍ଥାନ ବର୍ତ୍ତମାନ ପର୍ଯ୍ୟନ୍ତ ନିର୍ଣ୍ଣୟ ହୋଇପାରି ନ ଥିବା ବିଷୟ ବିଜେପି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ବାରିପଦା ଦୁର୍ଗା ହୋଟେଲ ସମ୍ମିଳନୀ କକ୍ଷରେ ବିଜେପିର ବରିଷ୍ଠ  ନେତା ଜୀବନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ଦେଇଥିବା ସୂଚନାରୁ ଜଣାପଡ଼ିଛି । ରାଜ୍ୟ ମୁଖପାତ୍ର ଶ୍ରୀମହାପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଦୃଢ଼ ବିକାଶର ଦୃଢ଼ ସଙ୍କଳ୍ପ ନେଇ ଏକ ନୂଆ ଓଡ଼ିଶା ପ୍ରଦେଶ ଗଠନର ଲକ୍ଷ ନେଇ ଏକ ବିକାଶର ବାସ୍କେଟ ଧରି ମୋଦି ବାରିପଦା ଗସ୍ତରେ ଆସୁଛନ୍ତି । ମୋଦିଙ୍କ ବିକାଶ ବାସ୍କେଟ ମଧ୍ୟରେ ରହିଛି, ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପ୍ ଲାଇନ ସହିତ ଉତ୍ତର ଓଡ଼ିଶାରେ ରେଳପଥର ବିକାଶ ନିମନ୍ତେ କେତେକ ପ୍ରକଳ୍ପ, ଓଡ଼ିଶାର କେତେକ ଜାତୀୟ ରାଜପଥ ପ୍ରକଳ୍ପ ଓ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ପ୍ରତାପୁରସ୍ଥିତ ଐତିହାସିକ ହରିପୁରଗଡକୁ ଜାତୀୟ ପର୍ଯ୍ୟଟନ ସ୍ଥଳି ଭାବେ ଲୋକାର୍ପିତ କରାଯିବା । ଓଡ଼ିଶାର ବିକାଶର ସୂର୍ଯେ୍ୟାଦୟ ମୟୂରଭଞ୍ଜ ଜିଲ୍ଲାରୁ ହିଁ ଆରମ୍ଭ ହେବ । ସେÿହିପରି  ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ନେତୃତ୍ୱରେ ପରିଚାଳିତ ବିଜେଡ଼ି ସରକାରକୁ ତୀବ୍ର ସମାଲୋଚନା କରିବାକୁ ଯାଇ କହିଥିଲେ, ମୟୂରଭଞ୍ଜ ଜିଲ୍ଲାର ପ୍ରଗତି ଓ ବିକାଶ କ୍ଷେତ୍ରରେ ନିଜେ ବିଜେଡ଼ି ବାଟ ଓଗାଳିଛି । କେନ୍ଦ୍ର ସରକାର ଜିଲ୍ଲାକୁ ଉଜ୍ଜ୍ୱଳା, ପ୍ରଧାନମନ୍ତ୍ରୀ ଆବାସ ଓ ଶୌଚାଳୟ ଯୋଜନା ଆଦିରେ ସର୍ବାଧିକ ଅର୍ଥ ଯୋଗାଇ ଦେଇଥିବା ବେଳେ ବିଜେଡ଼ି ଏହି ଅର୍ଥ ହିତାଧିକାରୀମାନଙ୍କ ନିକଟରେ ପହଁଞ୍ଚିବାକୁ ଦେଉନାହିଁ । ଆଦିବାସୀ ଅଧୁ୍ୟଷିତ ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ନିକୋ କେବୁଲ କାରଖାନା, କାଠପାଳ ସ୍ପିନିଂ ମିଲ ସହିତ ରାଇରଙ୍ଗପୁରଠାରେ ଥିବା ଏକ କାରଖାନାକୁ ନିଜର ଅପାରଗତା କାରଣରୁ ବନ୍ଦ କରିଦେଇଛି । ସେହିପରି ଆୟୁର୍ବେଦିକ ଓ ହୋମିଓପ୍ୟାଥିକ୍ ମହାବିଦ୍ୟାଳୟରେ ତାଲା ଝୁଲାଇ ଦେଇଛି ।  ବିଜୁବାବୁଙ୍କର ସ୍ୱପ୍ନ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ସହିତ ବାରିପଦା ପୌରପରିଷଦକୁ ଜମ୍ଭୀରା ନଦୀରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ତାଙ୍କର ଲମ୍ବା ଶାସନ କାଳରେ ସମ୍ପୂର୍ଣ୍ଣ କରାଇ ପାରିନାହାନ୍ତି । ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ପଙ୍ଗୁ ହୋଇଯାଇଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରେ ମୟୂରଭଞ୍ଜ ଜିଲ୍ଲାରେ ରେଳପଥର ବିକାଶ ନିମନ୍ତେ ରେଳମନ୍ତ୍ରୀଙ୍କ ସହିତ ଆଲୋଚନା ସାରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ଏହାକୁ ନେଇ ଦିଲ୍ଲୀକୁ ଚିଠି ଲେଖିଲେ । ସେ ଚିଠି ଲେଖା ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟରେ ପରିଚିତ ହୋଇସାରିଛନ୍ତି । ୧୯୯୮ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ପରେ ଦୀର୍ଘ ୨୦ ବର୍ଷ ବ୍ୟବଧାନରେ ମୋଦିଙ୍କ ବାରିପଦା ଗସ୍ତ ମୟୂରଭଞ୍ଜବାସୀଙ୍କ ନିମନ୍ତେ ଗର୍ବ ଓ ଗୌରବ ହୋଇଥିବା ବେଳେ ଜେଏମଏମ ତାଙ୍କୁ କଳାପତକା ପ୍ରଦର୍ଶନ କରିବାର ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ଓ ପରିତାପର ବିଷୟ । ପ୍ରଧାନମନ୍ତ୍ରୀ ମୋଦିଙ୍କ ବାରିପଦା ଗସ୍ତ ସମୟରେ ମୟୂରଭଞ୍ଜ ଜିଲ୍ଲା ସହିତ ଜିଲ୍ଲାବାହାରୁ ପ୍ରାୟ ଦେଢ଼ ଲକ୍ଷରୁ ଅଧିକ ଜନସମାଗମ ହେବାର ସମ୍ଭାବନା ରହିଛି । ଜନସାଧାରଣଙ୍କ ସୁବିଧାକୁ ନଜରରେ ରଖି ଛଉପଡ଼ିଆ ପରିସରରେ ୪୦ଟି ଏଲସିଡ଼ି ଟିଭି ମାଧ୍ୟମରେ କାର୍ଯ୍ୟକ୍ରମ ସିଧାସଳଖ ପ୍ରସାରଣ ହେବ । ପଡ଼ିଆ ମଧ୍ୟକୁ ପ୍ରବେଶ ନିମନ୍ତେ ଅଧିକ ୪ଟି ରାସ୍ତା ଖୋଲାଯାଇ ମୋଟ ୭ଟି ରାସ୍ତା ରହିବ । ଏହି ସମୟରେ ସହର ମଧ୍ୟକୁ ଆସୁଥିବା ଯାନବାହାନକୁ ମଧୁବନ ମିନି ଷ୍ଟାଡ଼ିୟମ, ଷ୍ଟେସନ ବଜାର ପଡ଼ିଆ, ଦାରୋଗାଡ଼ାହି, ଭଞ୍ଜପୁର ଜଗଦ୍ଧାତ୍ରୀମେଳା ପଡ଼ିଆ , ମୁର୍ଗାବାଡ଼ି ଓ ଦେଉଳି ଆଦି ରାସ୍ତା ପାଶ୍ୱର୍ରେ ରହିଥିବା ଖୋଲା ପଡ଼ିଆ ଆଦିରେ ପାର୍କିଂ ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟ ମୁଖ୍ୟପାତ୍ର ଗୋଲକ ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ଏହି ସମୟରେ ରାଜ୍ୟ ଉପସଭାପତି ରାଜକିଶୋର ଦାସ, ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି କୃଷ୍ଣ ଚନ୍ଦ୍ର ମହାପାତ୍ର, ଜିଲ୍ଲା ମୁଖପାତ୍ର କବି ବିଷ୍ଣୁ ଶତପଥୀ, ପ୍ରଦୀପ ମହାନ୍ତି ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ମଳୟ ଜେନା, ନରୋତ୍ତମ ପାଣିଗ୍ରାହୀ, ନାରାୟଣ ପଟ୍ଟନାୟକ, ରବୀନ୍ଦ୍ର ପଣ୍ଡା, ଲକ୍ଷ୍ମଣ ତ୍ରିପାଠୀ, କୁମାର ମଙ୍ଗଳମ ପ୍ରମୁଖ ଉପସ୍ଥିତ ରହିଥିଲେ ।  ପ୍ରକାଶ ଥାଉକି, ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ ପ୍ରମୁଖ ଯୋଗ ଦେବାର ରହିଅଛି । 

 

0
0
0
s2sdefault