ଓଡିଶାର ବିକାଶ ପାଇଁ ବିଜେପି ସରକାର ଅଙ୍ଗୀକାରବଦ୍ଧ : ମୋଦି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

- ପାଇକ ବିଦ୍ରୋହର ବୀର ନାୟକମାନଙ୍କୁ ସ୍ମରଣ କଲେ ପ୍ରଧାନମନ୍ତ୍ରୀ

-କେନ୍ଦ୍ର ସରକାର ୫ ଗୁଣା ଧନରାଶି ପ୍ରଦାନ କରିଛନ୍ତି 

- ନୂଆ ବିମାନବନ୍ଦର, ସଡକ ଆଦି ଭିତିଭୂମି ତିଆରି କରାଯାଉଛି 

ଭୁବନେଶ୍ୱର - କେନ୍ଦ୍ର ସରକାର ସବୁବେଳେ ଲୋକଙ୍କର ସୁଖ ସୁବିଧା ପାଇଁ ପ୍ରୟାସରତ । ଏଥିପାଇଁ ଜନତାଙ୍କ ପାଇଁ ଅନେକ ଜନହିତକର ଯୋଜନାମାନ କାଯର୍ୟକାରୀ କରାଯାଇଛି  । କେନ୍ଦ୍ର ସରକାରଙ୍କ  ଲକ୍ଷ୍ୟ ହେଉଛି ଓଡିଶାର ବିକାଶ  । ମହିଳା, ଶିଶୁ , ଯୁବକ ,କୃଷକ ମାନଙ୍କ ବିକାଶ ପାଇଁ ଆମେ ସର୍ବଦା ଚେଷ୍ଟିତ  । ଓଡିଶାବାସୀଙ୍କ ସ୍ୱାର୍ଥପୂରଣ ଦିଗରେ କେନ୍ଦ୍ର ସରକାର ସର୍ବଦା ଜାଗ୍ରତ ଅଛନ୍ତି । ପୂର୍ବ ସରକାର ମାନଙ୍କ ଅପେକ୍ଷା ଓଡିଶାକୁ ୫ ଗୁଣା ଅଧିକ କେନ୍ଦ୍ରୀୟ ଅନୁଦାନ ଦିଆଯାଉଛି । ଓଡିଶାରେ ସଂଯୋଗୀକରଣକୁ ବିଶେଷ ଗୁରୁତ୍ୱ ଦେଇ ଜାତୀୟ ରାଜପଥ , ରେଳପଥ ଏବଂ ବିମାନ ବନ୍ଦର କରାଯାଉଛି । ପୂର୍ବରୁ ଓଡିଶାର ମାତ୍ର ୨୦ ପ୍ରତିଶତ ପରିବାର ନିକଟରେ ଏଲପିଜି ସଂଯୋଗ ଥିଲା ବର୍ତମାନ ତାହା ୭୦ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରକାଶ କରିଛନ୍ତି । 

ଜୟ ଜଗନ୍ନାଥ .. କହି ଖୋର୍ଦ୍ଧା ଗୋଶାଳା ପଡିଆରୁ ନିଜର ଅଭିଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମୋଦୀ ଓଡିଆରେ ଓଡିଶାବାସୀଙ୍କୁ ନମସ୍କାର ଜଣାଇଥିଲେ । ଗୋଟିଏ ବର୍ଷରେ ତିନି ତିନି ଥର ଓଡିଶା ଆସି ମୁଁ ନିଜକୁ ସୌଭାଗ୍ୟ ମନେକରୁଛି  ଏଥି ସହିତ ହିଁ ଓଡିଶାର ବୀର ପୁରୁଷଙ୍କୁ ମୋଦି ନତମସ୍ତକ  ସମ୍ମାନ ଜଣାଇ ମୋଦୀ ଓଡିଶାର ବୀର ପୁରୁଷ ଓ ମହିୟସୀ ମହିଳା ଯଥା ଐର ଖାରବେଳ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ , ମାଧବ  ଚନ୍ଦ୍ର, ପଣ୍ଡିକି ବାହୁବଳେନ୍ଦ୍ର ,ଚାଖି ଖୁଂଟିଆ , ବୀର ସୁନେ୍ଦ୍ର ସାଏ , ଚକରା ବିଶୋଇ , ବାଜି ରାଉତ, ଲକ୍ଷ୍ମଣ ନାୟକ , ମଧୁ ବାବୁ , କୃଷ୍ଣ ଚନ୍ଦ୍ର ଗଜପତି , ପବିତ୍ର ପ୍ରଧାନ , ମା ରମାଦେବୀ , ମାଳତୀ ଦେବୀ , ପାର୍ବତୀ ଗିରିଙ୍କୁ ପ୍ରଣାମ ଜଣାଇଥିଲେ  ।  

ବରୁଣେଇ ପାହାଡ ନିକଟରୁ ବୀର ପାଇକମାନଙ୍କୁ ସ୍ମରଣ କରି ଖୋର୍ଦ୍ଧା ତଥା ଓଡିଶାର ମାଟିକୁ ପବିତ୍ର ଓ ପୂଣ୍ୟଭୂମି ବୋଲି ବର୍ଣ୍ଣନା କରିଥିଲା । ସେ କହିଥିଲେ ଯେ, ପୂର୍ବ ସରକାରମାନେ ପାଇକ ବିଦ୍ରୋହକୁ ଭୁଲି ଯାଇଥିଲେ । ଉପଯୁକ୍ତ ସମ୍ମାନ ଦେବାରେ ଅବହେଳା କରିଥିଲେ । ତାଙ୍କ ସରକାର ପାଇକ କ୍ରାନ୍ତିର ୨୦୦ ବର୍ଷ ପୂର୍ତି ସମାରୋହ ପାଳନ ପୂର୍ବକ ଏକ ସ୍ମାରକୀ ଡାକ ଟିକଟ ଓ ସ୍ୱତନ୍ତ୍ର ମୁଦ୍ରା ଉନ୍ମୋଚନ କରିଛନ୍ତି ।ଉତ୍କଳ  ବିଶ୍ୱବିଦ୍ୟାଳୟରେ ସ୍ୱତନ୍ତ୍ର ଗବେଷଣା ଚେୟାର ସ୍ଥାପନ କରାଯାଇଛି । 

ଆଜି ସକାଳେ ଭାରତରତ୍ନ  ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ୧୦୦ ଟଙ୍କିଆ ମୁଦ୍ରା ପ୍ରଚଳନ କରାଯାଇଛି । ୨୦ ବର୍ଷ ତଳେ ମହାବାତ୍ୟା ବେଳେ ବାଜପେୟୀ ଓଡିଶାର ଦୁଃଖରେ ଭାଗୀଦାର ହୋଇ ପୁନଃ ନିର୍ମାଣ ପାଇଁ ଅଶେଷ ସହାୟତା ପ୍ରଦାନ କରିଥିଲେ । ସେହି ପୁନଃନିର୍ମାଣ କାଯର୍ୟକୁ ବର୍ତମାନର କେନ୍ଦ୍ର ସରକାର ଆଗେଇ ନେଉଛନ୍ତି । ବାଜପେୟୀଙ୍କ ସ୍ୱପ୍ନର ସଡକ ନେଟୱାର୍କକୁ ସମ୍ପ୍ରସାରିତ କରାଯାଉଛି । ଏଥିଲାଗି ଆଜି ୧୪,୫୨୩ କୋଟି ଟଙ୍କାର ଭିତିଭୂମି ପ୍ରକଳ୍ପ ସମୁହର ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଛି । ରାଜ୍ୟର ବିକାଶ ପାଇଁ ପୂର୍ବ ସରକାରମାନଙ୍କ ଅପେକ୍ଷା ବର୍ତମାନର କେନ୍ଦ୍ର ସରକାର ୫ ଗୁଣା ଧନରାଶି ପ୍ରଦାନ କରିଛନ୍ତି । ନୂଆ ବିମାନବନ୍ଦର, ସଡକ ଆଦି ଭିତିଭୂମି ତିଆରି କରାଯାଉଛି । ଓଡିଶାରେ ସାଢେ଼ ୪ ବର୍ଷ ପୂର୍ବେ ୨୦ ଲକ୍ଷ ଲୋକଙ୍କ ପାଖରେ ଗ୍ୟାସ ସଂଯୋଗ ଥିଲା ।  ଏବେ ୩୫ ଲକ୍ଷ ଲୋକଙ୍କୁ ମାଗଣାରେ ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଛି । ରାଜ୍ୟର ୧୯ଟି ଜିଲ୍ଲାରେ ପାଇପ ଯୋଗେ ଗ୍ୟାସ ଯୋଗାଣ ଲାଗି କାଯର୍ୟ ·ଲିଛି । ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ଦକ୍ଷତା ବିକାଶ ପ୍ରତିଷ୍ଠାନ

 ସ୍ଥାପନ କରାଯାଉଛି । ମୁଦ୍ରା ଯୋଜନାରେ ଓଡିଶାରେ ୧ କୋଟି (ୟୁନିଟ) ଋଣ ସହାୟତା ମଞ୍ଜୁର କରାଯାଇଛି । ୧୨ ଲକ୍ଷ ଘର ନିର୍ମାଣ କରାଯାଇଥିବା ବେଳେ ୧୮ ଲକ୍ଷ ·ଷୀ ଫସଲ ବୀମା ଯୋଜନାରେ ଯୋଡି ହୋଇଛନ୍ତି । ଧାନ ସମେତ ୨୨ଟି ଫସଲକୁ ଏହି ବୀମା ଯୋଜନାରେ ଅର୍ନ୍ତଭୁକ୍ତ କରାଯାଇଛି । ତଥାପି ଓଡିଶାର ଅନେକ ·ଷୀ ଧାନ ମଣ୍ଡିରେ ଠିକ୍ ଭାବେ ବିକ୍ରୀ କରିନପାରି ପଡୋଶୀ ରାଜ୍ୟରେ ବିକ୍ରି କରୁଛନ୍ତି । ଚାଷୀଙ୍କ ପାଇଁ ସର୍ବନିମ୍ନ ସମର୍ଥନ ମୂଲ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଥିବା ବେଳେ ଓଡିଶାରେ ·ଷୀମାନେ ସେଥିରୁ ସୁବିଧା ପାଇ ପାରୁନାହାନ୍ତି । ବ୍ୟବସ୍ଥାର ଅଭାବ ହେତୁ ·ଷୀ ହନ୍ତସନ୍ତ ହେଉଛନ୍ତି, ମଧ୍ୟସ୍ଥି ଫାଇଦା ଉଠାଉଛନ୍ତି । 

ଫସଲ ବୀମା ଯୋଜନା ଅଧିନରେ ଓଡିଶାର ଚାଷୀଙ୍କୁ ଏ ପଯର୍ୟନ୍ତ ୧୭୦୦ କୋଟି ଟଙ୍କାର ବୀମା ଦାବି ପ୍ରଦାନ କରାଯାଇଛି ବୋଲି ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ·ଷୀଙ୍କ ଦ୍ୱାରା ଉତ୍ପାଦିତ  ଶୀଘ୍ର ନଷ୍ଟ ହେଉଥିବା କୃଷିଜାତ ସାମଗ୍ରୀର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ଶୃଙ୍ଖଳ ପ୍ରତିଷ୍ଠା  ଲାଗି ପଦକ୍ଷେପ ନିଆଯାଉଛି ।ମତ୍ସ୍ୟଜୀବୀମାନଙ୍କ ସୁବିଧା ପାଇଁ ୭୫୦୦ କୋଟି ଟଙ୍କାର ଏକ ପାଣ୍ଠିପ୍ରତିଷ୍ଠା  କରାଯାଇଛି । ଏଥିରୁ ରିହାତି ଦରରେ ସେମାନଙ୍କୁ ଋଣ ପ୍ରଦାନର ସୁବିଧା ମିଳିବ । ନିର୍ବାଚନ ପୂର୍ବରୁ ଓଡିଶାରେ ୧୦ ଲକ୍ଷ ହେକ୍ଟର ଜମିରେ ସେଚ ସୁବିଧା ଦେବା ଲାଗି ପ୍ରତିଶୃତି ଦିଆଯାଇଥିଲା । କିନ୍ତୁ ସର୍ବଶେଷ ତଥ୍ୟ ଅନୁଯାଇ ଏ ପର୍ଯ୍ୟନ୍ତ  ରାଜ୍ୟରେ ମାତ୍ର ୨୨ ହଜାର ହେକ୍ଟର ଜମିକୁ ସେଚ ସୁବିଧା ମିଳିଛି । ଏକ ତୃତୀୟାଂଶ ବ୍ଲକର ୭୦ ପ୍ରତିଶତ ଜମିକୁ ସେଚ ସୁବିଧା ମିଳିପାରି ନାହିଁ । ଏଥିଲାଗି କିଏ ଦାୟୀ ବୋଲି ପ୍ରଶ୍ନ କରିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ କହିଥିଲେ । 

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଓଡିଶାରେ ପେଟ୍ରୋଲିୟମ କ୍ଷେତ୍ରରେ ବିକାଶ ଲାଗି ପଯର୍ୟାପ୍ତ ସୁଯୋଗ ରହିଛି । ଏହି କ୍ଷେତ୍ରରେ ୧.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗର ଯୋଜନା ହୋଇଛି । ପାରାଦୀପରେ ପେଟ୍ରୋରସାୟନ ପ୍ରକଳ୍ପ ସହ ପଲିପ୍ରପିଲିନ କାରଖାନା କାଯର୍ୟକ୍ଷମ ହୋଇଛି । ଭଦ୍ରକରେ ବୟନଶିଳ୍ପ ପାର୍କ ଏବଂ ବରଗଡରେ ବାୟୋଇନ୍ଧନ ପ୍ରକଳ୍ପ ନିର୍ମାଣ କରାଯାଉଛି । ଚଣ୍ଡିଖୋଲରେ ଭୂତଳ ତୈଳ ସଂରକ୍ଷଣ ଭଣ୍ଡାର ନିର୍ମାଣ ଲାଗି ନିଷ୍ପତି ନିଆଯାଇଛି । ଦେଶର ୧୦୦ଟି ଜାତୀୟ ଜଳମାର୍ଗ ବିକାଶ ଲାଗି ସରକାର ପଦକ୍ଷେପ ନେଉଛନ୍ତି । ଏଥିଲାଗି ୪ ହଜାର କୋଟି ଟଙ୍କା ବିନିଯୋଗ ହେବ । ଓଡିଶାରେ ଅନେକ ନଦନଦୀ ଥିଲେ ମଧ୍ୟ ଜଳମାର୍ଗର ବିକାଶ ପାଇଁ ରାଜ୍ୟ ଆଗୁଆ ପଦକ୍ଷେପ ନେବାକୁ ପଡିବ । ଏହିସବୁ ଯୋଜନା ଓ କାଯର୍ୟପ୍ୟାକୁ ନେଇ ବିଜେପି ଏକ ବଡ ଶକ୍ତି ରୂପେ ରାଜ୍ୟରେ ଉଭା ହୋଇଛି । ସବ୍ କା ସାଥ, ସବ୍ କା ବିକାଶ ମନ୍ତ୍ରରେ ଅଭିମନ୍ତ୍ରିତ ବିଜେପି ଜନକଲ୍ୟାଣ ଲାଗି କାର୍ଯ୍ୟ  କରୁଛି । ବିଜେପି ଜନମାନସର ସ୍ୱପ୍ନକୁ ପୁରା କରିବା ଲାଗି ଆଗ୍ରହୀ । ଜନତା ଈଶ୍ୱରଙ୍କ ରୂପ ହୋଇଥିବାରୁ ସେମାନେ ରାଜ୍ୟର ଘରେ ଘରେ ଓ ପ୍ରତି ଗ୍ରାମରେ ଏହି ସ୍ୱର ପହଂ·ଇବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । 

ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ, ଓଡିଶା ପ୍ରଭାରୀ ଅରୁଣ ସିଂ, ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗୋ, କେନ୍ଦ୍ରୀୟ ସମ୍ପାଦକ ସୁରେଶ ପୁଜାରୀ, ରଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ | 

0
0
0
s2sdefault