ଧର୍ମେଦ୍ରଙ୍କ ବାସିପିଠା କଟାକ୍ଷର ଧାରୁଆ ଉତ୍ତର ଦେଲେ ସୁଶାନ୍ତ :  "ପିଠା ଯେତେ ବାସୀ ହେବ ତାର ସୁଆଦ ସେତେ ଅଧିକ"

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ/ଭୁବନେଶ୍ୱର (ଶାସକ ପ୍ରଶାସକ)

 ନିର୍ବାଚନ ଯେତିକି ପଖଉଛି ରାଜନୈତିକ ଆରୋପ ପ୍ରତ୍ୟାରୋପ ସେତିକି ତୀବ୍ର ହେଉଛି | ଯିଏ ଯେଉଁଠି ମଉକା ପାଇଲା ପ୍ରତିପକ୍ଷକୁ ସମାଲୋଚନା କଲା | ଆଉ ପ୍ରତିପକ୍ଷ କି ଛାଡିବ, ସେ ବି ତାର ପାଲଟା ଜବାବ ସାଙ୍ଗେ ସଂଗେ | ଏବେ ଚାଲିଛି ପିଠା ରାଜନୀତି | ସରକାରଙ୍କ ପକ୍ଷରୁ ଖବରକାଗଜରେ ପୁଲ ପେଜ ପିଠା ବିଜ୍ଞାପନ ବାହାରିଲେ ଯାହାର ବି  ଚକ୍ଷୁଶୂଳ ହେବ ସ୍ୱାଭାବିକ | ରାଜନୀତିର ଚେସ ପାଲିରେ ସରକାରଙ୍କ ଏହି ଚାଲକୁ ବିରୋଧୀ ବି ମୁକାବିଲା କରିବାକୁ ସମୟ ନେଉ ନାହାନ୍ତି | ସବୁଠି ପିଠାକୁ ନେଇ ବିରୋଧୀଙ୍କ ସମାଲୋଚନା | କିଏ କହିଲାନି ପିଠା ନ ପିଟା ନ ପିତା...ଇତ୍ୟାଦି ଇତ୍ୟାଦି | ଆଉ ତାକୁ ବି ବିଜେଡି ନେତା ମାନେ କାଉଣ୍ଟର କରିବାରେ ବ୍ୟସ୍ତ | ଏଇ ଦି ତିନି ଦିନ ତଳେ କେନ୍ଦ୍ର ପେଟ୍ରୋଲିଅମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଇଥିଲେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ଜଣ ପରାମର୍ଶ ପାଦ ଯାତ୍ରାରେ ଯୋଗ ଦେବା ପାଇଁ | ଆଉ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଖବରକାଗଜରେ ବାହାରିଥିବା ବିଜ୍ଞାପନକୁ ଦେଖାଇ " ଇଏ ସରକାରଙ୍କ ପିଠା ନୁହେଁ, ବାସି ପିଠା"  ବୋଲି କହି ତାତ୍ସଲ୍ୟ କରିଥିଲେ |  କେବଳ ସେତିକି ନୁହେଁ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସିଧା ଟାର୍ଗେଟରେ ଥିଲେ ବରଗଡ଼ ଜିଲ୍ଲାର ଲୋକପ୍ରିୟ ତଥା ପାରିବାର ଯୁବ ନେତା ମନ୍ତ୍ରୀ ସୁଶାନ୍ତ ସିଂହ | ସୁଶାନ୍ତଙ୍କ ଉପରେ ଏମିତି ବର୍ଷିଲେ ଯେ  ଯେମିତି ଲାଗୁଥିଲା ଯେ ଶ୍ରୀ ପ୍ରଧାନ ମନ୍ତ୍ରୀ ସୁଶାନ୍ତ ଙ୍କର ଉପରେ ବିଜେପୁର ଉପନିର୍ବାଚନ ରେ ହେଇଥିବା ଶୋଚନୀୟ ପରାଜୟ ର ରାଗ ସୁଝାଉଛନ୍ତି ।  ଜିଲ୍ଲାର ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ହାତରେ ଥିବା ଦୁଇ ବିଭାଗ ଉପରେ ମନ୍ତବ୍ୟ ଦେଇ ଲୋକଙ୍କୁ ବିଦ୍ୟୁତ ଯୋଗାଇ ଦିଆଯାଇପାରୁନି ଓ ଦାଦନ ସଂଖ୍ୟା ବଢୁଛି ବୋଲି କହିଥିଲେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ । ହେଲେ ରାଜ୍ୟ ସରକାରଙ୍କ ଏହି ମହତ୍ୱାକାଂକ୍ଷୀ କାର୍ଯ୍ୟକ୍ରମକୁ  କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ କଟାକ୍ଷ ଓ ଶକ୍ତି ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ସମାଲୋଚନାର ମୁହଁତୋଡ ଜବାବ ଦେଇଛନ୍ତି ନିଜେ ମନ୍ତ୍ରୀ ଶ୍ରୀ ସିଂହ ଅତ୍ୟନ୍ତ ସାବଲୀଳ ଓ ଲୋକଙ୍କ ଦ୍ୱାରା ଗ୍ରହଣୀୟ ଭାଷାରେ | ପିଠା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଂକ ମନ୍ତବ୍ୟ ଉପରେ ବିଜେଡି ପକ୍ଷରୁ ଅନ୍ୟ ନେତା ମାନେ ଯାହା ଉତ୍ତର ଦେଇଛନ୍ତି ତାଠୁ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଉତ୍ତର ଥିଲା ଅତ୍ୟନ୍ତ ପରିମାର୍ଜିତ, ଟୁ ଦି ପଏଣ୍ଟ ଆଉ ଲୋକଙ୍କ ମନକୁ ଛୁଇଁବା ଭଳି | ତାଙ୍କ ଉତ୍ତରରେ ରାଜନୈତିକ ଜବାବ ଥିଲା, ହେଲେ ତାହା ତାଙ୍କ ସଭାରେ ଉପସ୍ଥିତ ଲୋକଙ୍କ ମରମକୁ ବି ଛୁଇଁଥିଲା | 

 ଏକ ରାଜ୍ୟସ୍ତରୀୟ ଭଲିବଲ ଟୁର୍ନାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ  କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର ବାସୀ ପିଠା ଉପାଖ୍ୟାନ  ଓ ତାଙ୍କ ପ୍ରତି କରିଥିବା ଅନ୍ୟାନ୍ୟ କଟାକ୍ଷର ଉତ୍ତର ଦେଇଥିଲେ ମନ୍ତ୍ରୀ ସୁଶାନ୍ତ ସିଂ । ସେ କହିଥିଲେ ଯେ ପିଠା କାର୍ଯକ୍ରମ ହେଉଛି ସରକାରଙ୍କ ସବୁ ଯୋଜନାକୁ ସିଧାସଳଖ ହିତାଧିକାରୀ ମାନଂକର ପାଖକୁ ପହଞ୍ଚାଇବା ପାଇଁ ଏକ ପ୍ରୟାସ । ଏହି କାର୍ଯ୍ୟକ୍ରମରେ  ଫଳରେ ହିତାଧିକାରୀ ମାନେ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ର ସୁଫଳ ନିଜ ପଞ୍ଚାୟତ ରେ ଖୁବ ଶୀଘ୍ର ପାଇ ପାରିବେ ।ଏଥିପାଇଁ ସେମାନଙ୍କୁ ବ୍ଲକ ମୁଖ୍ୟାଳୟ କିମ୍ବା ଜିଲ୍ଲା ମୁଖ୍ୟାଳୟ କୁ ଯିବାକୁ ପଡ଼ିବ ନାହିଁ । ଫଳରେ ଗରିବ ଜନସାଧାରଣକୁ ହଇରାଣ ହେବାକୁ ପଡ଼ିବ ନାହିଁ । ଏହାସହିତ ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ ଯେ ପିଠା ଯେତେ ବାସୀ ହେବ ତାର ସ୍ୱାଦ ସେତେ ଭଲ ହେବ ପିଠାକୁ ଲୋକେ ସାଧାରଣତଃ ବାସୀ ଖାଇବାକୁ ପସନ୍ଦ କରନ୍ତି । ଏହାସହିତ ଅଂଚଳରେ ଦାଦନ ସମସ୍ୟାର ଜବାବ ଦେଇ ମନ୍ତ୍ରୀ କହିଥିଲେ ଯେ ଦାଦନ ସମସ୍ୟା ଅଛି କିନ୍ତୁ ବିଗତ ବର୍ଷ ମାନଂକର ତୁଳନାରେ ଏହା ବହୁ ପରିମାଣ ରେ କମି ଯାଇଛି । ରାଜ୍ୟର ପଟଣାଗଡ଼ ଅଂଚଳରେ ଖପ୍ରାଖୋଲ ଓ ନୂଆପଡ଼ା ଅଂଚଳରୁ ସର୍ବାଧିକ ଦାଦନ ଖଟିବାକୁ ଯାଇଥାନ୍ତି, ଏଥିପାଇଁ ସେ ଅଂଚଳରେ ସରକାର ସ୍ୱତନ୍ତ୍ର ଭାବରେ କିଛି କାର୍ଯକ୍ରମ ଆରମ୍ଭ କରିଛନ୍ତି ଓ ତାହାର ସୁଫଳ ମଧ୍ୟ ଆସିବାରେ ଲାଗିଛି । 

        ସେହିଭଳି ବିଦ୍ୟୁତ ସମସ୍ୟା ବାବଦରେ କେନ୍ଦ୍ର ମନ୍ତ୍ରୀ ଉଠାଇଥିବା ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ ଯେ ପ୍ରତ୍ୟେକ ଘରକୁ ବିଜୁଳି ସଂଯୋଗ କରିବା ରାଜ୍ୟ ସରକାରଙ୍କର ଲକ୍ଷ୍ୟ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ମିଳିତ ଉଦ୍ୟମରେ ଚାଲୁଥିବା ସୌଭାଗ୍ୟ ଯୋଜନା ଅନ୍ତର୍ଗତ ବିଦ୍ୟୁତ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ NTPC କୁ ଠିକା ପ୍ରଦାନ କରାଯାଇଛି ।ହେଲେ NTPC ନିଜେ କାମ ନକରି ତା ତଳକୁ ଗୁଡ଼ାଏ ଠିକାଦାର ନିଯୁକ୍ତି କରିଛି । ଯାହାଫଳରେ କି କାର୍ଯରେ ବିଳମ୍ବ ହେଉଛି । 2000ମସିହାରେ ରାଜ୍ୟରେ 16 ଲକ୍ଷ ବିଦ୍ୟୁତ ଉପଭୋକ୍ତା ଥିଲେ 2018 ସୁଦ୍ଧା ଏହା ବଢି 70 ଲକ୍ଷ ଓ ଏବେ 80 ଲକ୍ଷ ହେଇଗଲେଣି ।ଆସନ୍ତା କିଛି ମାସ ମଧ୍ୟରେ ରାଜ୍ୟରେ ସମସ୍ତ 92 ଲକ୍ଷ ପରିବାର କୁ ବିଦ୍ୟୁତ ଯୋଗାଇ ଦୁଆଯିବ ବୋଲି ମନ୍ତ୍ରୀ ଜଣାଇଥିଲେ । ରାଜ୍ୟ ସରକାର ଓଡ଼ିଶାର ଜନସାଧାରଣ ଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ଓଡିଶା ସରକାର ଙ୍କର ଗୁଡ଼ାଏ ଯୋଜନା ଅନ୍ୟ ରାଜ୍ୟ ମାନେ ଅନୁକରଣ କରୁଛନ୍ତି ।

 

0
0
0
s2sdefault