ହେଡଲାଇନସ୍:

ଚକଡା ରୋଗରେ ହତାଶ ଚାଷୀକୂଳ : ନକଲି କୀଟନାଶକ ବେପାରୀଙ୍କ ଏଜେଂଟ ସାଜିଛି କୃଷି ବିଭାଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ରାଜ୍ୟରେ ଚକଡା ରୋଗକୁ ଯେଭଳି ଭାବେ ବ୍ୟାପୀ ଚାଲିଛି ତାକୁ ନେଇ ସମଗ୍ର ଚାଷୀକୂଳରେ ଏବେ ହା ହା କାର ସ୍ଥିତି ଉପୁଜିଛି । ସେପଟେ ରାଜ୍ୟ କୃଷି ବିଭାଗ ନକଲି କୀଟନାଶକ ବେପାରୀଙ୍କ ସହ ହାତ ମିଳାଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି । ପ୍ରଦେଶ କଂଗ୍ରେସ ପକ୍ଷରୁ ଏ ସଂପର୍କରେ ଦିଆ ଯାଇଥିବା  ତଥ୍ୟରେ ରାଜ୍ୟ କୃଷି ବିଭାଗର ବିବାଦୀୟ ଭୂମିକାର ଖୁଲାସା କରାଯାଇଛି । ଶ୍ରୀ ନାୟକ କହିଛନ୍ତି ଯେ, ଚକଡା ଏକ କୃଷି ରୋଗ । ଯାହାକି ମାଟିଆ ଗୁଣ୍ଡିପୋକ ଦ୍ୱାରା ବ୍ୟାପୀ ଥାଏ ।ଏହି କୀଟର ନିୟନ୍ତ୍ରଣ ଉଚିତ୍ କୀଟନାଶକ ଓ ଠିକ୍ ପରିମାଣରେ ବ୍ୟବହାର ହେବା ଆବଶ୍ୟକ । ନହେଲ ଏହା ଗୁଣ୍ଡିପୋକକୁ ଅଧିକ ଶକ୍ତିଶାଳୀ ଓ କୀଟନାଶକ ପ୍ରତିରୋଧୀ କରିଥାଏ । ଫସଲକୁ ଗୁଣ୍ଡିପୋକ ଦାଉ ଓ ଚକଡା ରୋଗରୁ ସୁରକ୍ଷିତ ରଖିବା ପାଇଁ ରୋଗ ପ୍ରତିରୋଧୀ ଭେରାଇଟିର କୀଟନାଶକ ଅଛି । କିନ୍ତୁ ସରକାର ଚାଷୀଙ୍କୁ ଏହି ଭେରାଇଟିର କୀଟନାଶକ ଯୋଗାଉନାହାନ୍ତି । କାହିଁକି ଓ କାହା ସ୍ୱାର୍ଥରେ କୃଷି ବିଭାଗ ଉଚିତ୍ ଭେରାଇଟିର କୀଟନାଶକ ଯୋଗାଉ ନାହିଁ ବୋଲି ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି |

ତିନୋଟି ନୂତନ କୀଟନାଶକ ଫ୍ଲୋନିକାମିଡ, ପାଇମେଟ୍ରୋଜିନ୍, ଡାଇନୋଟିଫୁରନ ଗୁଣ୍ଡି ପୋକ ପାଇଁ ଅତ୍ୟନ୍ତ ଉପଯୋଗୀ । ଦୁର୍ଭାଗ୍ୟର କଥା ଏଗୁଡିକ ଓଡିଶା ବଜାରରେ ଉପଲବ୍ଧ ନାହିଁ । ଯଦି ବି କେଉଁଠି ମିଳୁଛି ତାହା ନକଲି କି ଅସଲି ତାହାର ଗୁଣବତା ପରୀକ୍ଷା ହୋଇପାରୁନାହିଁ । ଏହି ପରିପ୍ରେକ୍ଷୀରେ ଶ୍ରୀ ନାୟକ ସରକାରଙ୍କ ପ୍ରଶ୍ନ କରିଛନ୍ତି ଯେ କାହିଁକି ଉପର ତିନୋଟି ଭେରାଇଟି କୀଟନାଶକକୁ ସରକାର ଚାଷୀଙ୍କ ପାଇଁ ଉପଲବଧ କରାଉ ନାହାନ୍ତି? ସେହିପରି କ୍ଷମତାକୁ ଆସିବା ପରଠାରୁ ନବୀନ ପଟ୍ଟନାୟକଙ୍କ ସରକାର ୨୦୦୦ ମସିହାରୁ ଏଯାବତ୍ ଝଗ୍ଧବଗ୍ଧର ଚରଗ୍ଦଗ୍ଧସମସୟର ଞରଗ୍ଦଗ୍ଧସଦ୍ଭଶ ଖବଭକ୍ଟrବଗ୍ଧକ୍ଟrଚ୍ଚ ପକ୍ଷରୁ ପରୀକ୍ଷାରେ ଧରାପଡିବା ପରେ କୃଷି ବିଭାଗ  ପକ୍ଷରୁ ନକଲି କୀଟନାଶକ ବିକୁଥିବା ଗୋଟିଏ ବି ଔଷଧ କମ୍ପାନୀ ଓ ଡିଲରଙ୍କ ବିରୋଧରେ ବିଗତ ୧୮ ବର୍ଷ ମଧ୍ୟରେ କାର୍ଯ୍ୟାନୁଷ୍ଠାନ  ହୋଇନାହିଁ । ଏହା ପ୍ରମାଣ କରୁଛି ଯେ ନକଲି କୀଟନାଶକ ବେପାରୀ ଓ କୃଷି ବିଭାଗ ଭିତରେ ଚାଲିଥିବା ଭିତିରି ଯୌଥ ଉଦ୍ୟୋଗ ବୋଲି ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ତାମିଲନାଡୁରେ ଫସଲ ରୋଗ ଓ କୀଟନାଶକ ପରୀକ୍ଷା ପାଇଁ ୧୫ଟି ଓ ଆନ୍ଧ୍ର ପ୍ରଦେଶରେ ୭ଟି  State Pesticide Testing Laboratory  ଥିବା ବେଳେ ଓଡିଶାରେ ମାତ୍ର ଗୋଟିଏ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାଜ୍ୟରେ ଥିବା ଲାବ୍ରୋଟାରୀରେ ମୋଟ୍ ୩ ଜଣ କର୍ମଚାରୀ । ସେଥିରୁ ଦୁଇଜଣ ଅଣ ପ୍ରଶିକ୍ଷିତ । ପଶ୍ଚିମ ଓଡିଶାରେ ପ୍ରତ୍ୟେକ ବର୍ଷ ଚକଡା ରୋଗରେ ସେ ଅଂଚଳର ସର୍ବାଧିକ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଯେଉଁଥି ପାଇଁ ତିନି ବର୍ଷ ତଳେ ସମ୍ବଲପୁରରେ ରାଜ୍ୟର ଦ୍ୱିତୀୟ  State Pesticide Testing Laboratory  ପ୍ରତିଷ୍ଠା  କରାଯାଇଥିଲା । ଦୁର୍ଭାଗ୍ୟର କଥା ଏଯାବତ୍ ତାକୁ ସରକାର କାର୍ଯ୍ୟକ୍ଷମ କଲେନାହିଁ । ଯେଉଁଥିରେ କୋଟିକୋଟି ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରପାତି ଖତ ଖାଉଛି । ଗୋଟିଏ ପଟେ ରାଜ୍ୟର ଲକ୍ଷାଧିକ ଚାଷୀ ଚକଡାରୋଗ ଯୋଗୁଁ ହତାଶ ସ୍ଥିତିରେ ଥିବା ବେଳେ, କାହିଁକି ଓ କାହା ସ୍ୱାର୍ଥରେ ସମ୍ବଲପୁର ଲାବ୍ରୋଟାରୀକୁ ସରକାର ତାଲା ପକାଇ ରଖିଛନ୍ତି ବୋଲି ସରକାରଙ୍କୁ ଶ୍ରୀ ନାୟକ ପ୍ରଶ୍ନ କରିଛନ୍ତି ।

0
0
0
s2sdefault