ସବୁ ଦଳରେ ଅସନ୍ତୋଷ,ବିଜେପୁର ଅଙ୍କ ଗୋଳିଆ: ଉପରେ ଉପରେ ନେତା ମାନଭଙ୍ଗ କର୍ମୀଙ୍କ ଭିତରେ ଘଳିଆ, ସମୟ କହିବ ଏଠି କିଏ ମାରିନେବି ବାଳିଆ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଭୁବନେଶ୍ୱରରୁ ଗୋବିନ୍ଦ ପଣ୍ଡା   : ସ୍ବର୍ଗତ ବିଧାୟକ ସୁବଳ ସାହୁଙ୍କ ଧର୍ମପତ୍ନୀ ରୀତା ସାହୁଙ୍କୁ ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରାଯିବା ପରେ ସାମୟିକ ଭାବେ ଅଭିମାନ କରିଥିବା ବରଗଡ଼ ଜ଼ିଲ୍ଲା ବିଜେଡି ପୂର୍ବତନ ସଭାପତି ତଥା ଟାଣୁଆ ଯୁବ ସଂଗଠକ ବିଜେପୁର ପ୍ରଭାଦିତ୍ୟ ମିଶ୍ର ମାନଭଂଜନ କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକ । ବିଜେପି କଳେବଳେ କୌଶଳେ ତାଙ୍କୁ ନିଜ ସପକ୍ଷରେ ନେବାକୁ ଚାହୁଁଛି ବୋଲି ଅଭିଯୋଗ ହେଉଥିବା ବେଳେ ଖୋଦ ନବୀନ ବାବୁ ତାଙ୍କୁ ପାର୍ଟି ଅଫିସ ଡକାଇ ତାଙ୍କର ମନ ଭଂଜନ କରିବାପରେ ପ୍ରଭାଦିତ୍ୟ ଓ ତାଙ୍କ ସମର୍ଥକ ତଥା ଦଳର ସ୍ଥାନୀୟ ବଡ ନେତା ମାନେ ଦଳପାଇଁ ମନଦେଇ ଲଢେଇ କରିବାକୁ ସଂକଳ୍ପ ନେଇଛନ୍ତି ବୋଲି ଏଠାକୁ ଆସିଥିବା ବିଜେଡର ଅଂଚଳର ଜଣେ ଯୁବ ନେତା କହିଛନ୍ତି ।

 ନିର୍ବାଚନ ମଣ୍ଡଳୀର ଗାଇସିଲେଟ୍‍, ବରପାଲି, ବିଜେପୁର ବ୍ଲକର ଶତାଧିକ ବିଜୁ ଜନତା ଦଳର ଛାମୁଆ କର୍ମୀ ଓ ନେତା ଦଳର ପୂର୍ବତନ ଜିଲ୍ଲା ସଭାପତି ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରାଜ୍ୟ ସଭାପତିଙ୍କ ସହିତ ଦଳୀୟ କାର୍ଯ୍ୟାଳୟ ଠାରେ ଆଲୋଚନା କରି ବିଜେଡି ପ୍ରାର୍ଥୀନୀ ରୀତା ସାହୁଙ୍କୁ ଆଗାମୀ ଉପ-ନିର୍ବାଚନରେ ବିଜୟ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସମସ୍ତ କର୍ମୀ ସମର୍ଥନ ଦେଇଥିଲେ । କିଛି ଦିନ ତଳେ ଖୋଲାଖୋଲି ରିତା ସାହୁଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରୁଥିବା  ଶ୍ରୀ ମିଶ୍ରଙ୍କ ହୃଦୟ ନବୀନ ବାବୁଙ୍କ ଅନୁରୋଧରେ କେମିତି ତରଳିଗଲା(ଯାହା କି ଆଗକୁ ଜଣାପଡିବା), ସେ ପୁରା  ଦୃଢେ଼ାକ୍ତି ପ୍ରକାଶ କରିଥିଲେ ଯେ ଏ ଲଢେ଼ଇ ବିଜୁ ଜନତା ଦଳର ସ୍ୱାଭିମାନ ପାଇଁ ଏବଂ ସବୁ ପ୍ରକାର ଶକ୍ତି ଓ ପ୍ରାଣ ଦେଇ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ନିଜେ ଉଦ୍ୟମ କରିବେ ବୋଲି ଶ୍ରୀ ମିଶ୍ର କହିଥିଲେ । ଭୋଟରମାନଙ୍କର ଅକ୍ଲାନ୍ତ ପରିଶ୍ରମ, ନିଷ୍ଠା ଓ ଆନ୍ତରିକତା ଫଳରେ ବିଜୁ ଜନତା ଦଳ ଆଜି ସାରା ଓଡ଼ିଶାରେ ସବୁ ଲୋକଙ୍କର ବିଶ୍ୱାସଭାଜନ ହୋଇପାରିଛି । ଏହି ଧାରାକୁ ଆମକୁ ଆଗକୁ ନେବାକୁ ପଡିବ । ଓଡ଼ିଶା ତଥା ବିଜେପୁରବାସୀଙ୍କର ସେବା କରିବା ଆମର ଦାୟିତ୍ୱ । ବର୍ତ୍ତମାନ ବିଜେପୁର ଉପନିର୍ବାଚନ ହେବାକୁ ଯାଉଛି । ଏହି ଉପନିର୍ବାଚନରେ ବିଜେଡିର ବିଜୟ ଆପଣମାନଙ୍କ କଷ୍ଟ ଓ ପରିଶ୍ରମରେ ସମ୍ଭବ ହେବ । ବର୍ତ୍ତମାନ ସମୟରେ ଆପଣମାନେ ସଂଗଠନକୁ ବିଜେପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ପାଇଁ ଆମ ସମସ୍ତଙ୍କର ମିଳିତ ଉଦ୍ୟମ ହେବା ଉଚିତ୍‍ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ । ବିଜେପୁରର ନେତୃମଣ୍ଡଳୀ ସଭାପତିଙ୍କ ନିଷ୍ପତ୍ତି ଅନୁଯାୟୀ ରୀତା ସାହୁଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇ ଆଗାମୀ ଦିନରେ ଦୃଢ଼ ସଂକଳ୍ପବଦ୍ଧ ହୋଇ କାମ କରିବେ ବୋଲି ଜୟକୃଷ୍ଣ ଦଣ୍ଡସେନା, ନରସିଂହ ପୂଜାରୀ, କିଶୋର ଦେବତା କହିଥିଲେ । ଏହି ଆଲୋଚନା ବୈଠକରେ ବରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଳିକ, ମନ୍ତ୍ରୀ ପ୍ରତାପ ଜେନା, ଦଳର ସାଧାରଣ ସଂପାଦକ ତଥା ବ୍ରହ୍ମଗିରି ବିଧାୟକ ସଂଜୟ କୁମାର ଦାସବର୍ମା, ରାଜ୍ୟ ସଂପାଦକ ବିଜୟ ନାୟକ, ସୌଭାଗ୍ୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଦିବାସୀ ନେତା ନାରଦ ବରିହା, ମାଳତୀ ସାହୁ, ପୂର୍ବତନ ବ୍ଲକ ସଭାପତି ଧୀରଜ ପ୍ରଧାନ, କମଳା ପ୍ରଧାନ, ବିଜେପୁର ବ୍ଲକ ସଭାପତି ରାଧେଶ୍ୟାମ ମହାପାତ୍ର, ଲଳିତ ପାଢ଼ୀ, ରାଜ୍ୟ ଯୁବ ସଂପାଦକ ପ୍ରଦୀପ ବିଶୋୟୀ ପ୍ରମୁଖ ତାଙ୍କର ବକ୍ତବ୍ୟ ପ୍ରଦାନ କରିଥିଲେ ।

ହେଲେ ସବୁ ଆଲୋଚନା ସାରିବା ପରେ ହଁ ହଁ ମାରି ବାହାରିବା ପରେ ଆଦିବାସୀ ନେତା ନାରଦ ବରିହା ଯାହା କହିଗଲେ ଆମ ପ୍ରତିନିଧିଙ୍କୁ ତାହା ସବୁ ବିଜେଡି କର୍ମୀଙ୍କ ମନରେ ରହିବ ସ୍ୱାଭାବିକ । ରୀତା ଜିତିବା ପରେ ଆମ ସହ ଦଳରେ ରହିବେକି ନା ସେକଥା କହିହେବନି ,କି ଆମକୁ ପଚାରିବେ କି ନା ସେକଥା ମଧ୍ୟ କହିହେବନି, ଏଭଳି କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିଜେଡିର ଏହି ଜଣାଶୁଣା ଆଦିବାସୀ ନେତା ଜଣକ ।

ହେଲେ ଏ ସମସ୍ୟା କେବଳ ବିଜେଡିର ନୁହେ, ବିଜପିର ବି ଏକା ସମସ୍ୟା. ବିଜେପିର ସମ୍ଭାବ୍ୟ ପ୍ରାର୍ଥୀ ବି ଏଂପୋର୍ଟେଡ଼  ସେ ବି ମୂଳ ବିଜେପି ନୁହନ୍ତି. ଦଳ ବିରୋଧୀ ଅଭିଯୋଗରେ ବିଜେଡିରୁ ବହିସ୍କୃତ ହେବାପରେ ବିଜେପି ତାଙ୍କୁ ଦଳରେ ମିଶାଇଛି ।  ଯାହାର କାରଣ ସ୍ୱରୂପ ଜିଲ୍ଲା ବିଜେପି ସଭାପତି ନାରାୟଣ ସାହୁ କ୍ଷୁବ୍ଧ ହୋଇ ଇସ୍ତଫା ଦେବାକୁ ସଭାପତିଙ୍କୁ ଚିଠି ଲେଖିଥିଲେ.। ବିଜେପି କର୍ମୀମାନେ ବି କହିବା କଥା ଯେ ଦଳ ଭିତରେ ଟାଣୁଆ ନେତା ଥାଉ ଥାଉ ବାହାରୁ ଆମଦାନୀ କରି ନେତାଙ୍କୁ ଆଣିବାରେ କଣ ଆବଶ୍ୟକତା ଅଛି? `

ତେଣୁ ଦେଖିବାକୁ ହେଲେ ବେନି ଦେଲେ ସମ ଦଶା।  . ଉଭୟ ଦଳର କର୍ମୀ, ନେତା ଓ ଭୋଟରଙ୍କ ଲାଗି ଉଭୟ ପ୍ରାର୍ଥୀ ନୂଆ ଆଉ ଇମ୍ପୋର୍ଟେଡ଼, ଯେଉଁମାନେ କି ଦଳ କି ଦଳର କର୍ମୀଂକ  ସହିତ ନଥିଲେ । 

ଆମେ ମନେ ପକାଇଦେଇପାରୁ ଯେ ଠିକ ଅନୁରୂପ ଭାବେ ଏକ ମାନଭଞ୍ଜନ ହୋଇଥିଲା ବିଜେପି ନେତା କନକବର୍ଦ୍ଧନ ସିଂଦେଓଙ୍କ ଘରେ ଆଉ ମାନ କରିଥିବା ବରଗଡ଼ ଜିଲ୍ଲା ସଭାପତି ନାରାୟଣ ସାହୁଙ୍କର . ଅଶୋକଙ୍କ ଯୋଗଦାନ ପରିପ୍ରେକ୍ଷୀରେ ନାରାୟଣ  କହିଥିଲେ ଯେ ଅଶୋକ ବିଜେପିରେ ଯୋଗଦେବାକୁ ବିରୋଧ କରୁନୁ , ହେଲେ ତାଙ୍କ ପ୍ରାର୍ଥୀତ୍ବ କୁ ସମର୍ଥନ କରି ପାରିବୁନି  ଓ ସ୍ଥାନୀୟ ବିଜେପି କର୍ମକର୍ତା ଙ୍କ ପ୍ରତି ବିଶ୍ୱାସଘାତକତା କରିପାରିବୁନି ` ହେଲେ ଆଜି ଭୁବନେଶ୍ୱର ଠାରେ ଏକାନ୍ତ ବୈଠକ ପରେ ତାଙ୍କ ଟାଣ ସ୍ୱର ନର୍ମ ହୋଇଯାଇଛି  ଆଜି କହିଛନ୍ତି ଯେ ଯାହା ଦଳ ନିଷ୍ପତି ନେବା ସେ ମାନି ନେବେ. ହେଲେ କାଲି ସେ ଜାଣି ନଥିଲେ ଦଳ(ଧର୍ମେନ୍ଦ୍ର)  ନିଷ୍ପତି ନେଇସାରିଛନ୍ତି ଯେ ଅଶୋକଙ୍କୁ ବିଜେପି ପ୍ରାର୍ଥୀ କରିବେ ବୋଲି !

କିନ୍ତୁ ଭୁବନେଶ୍ୱର ଡକାଇ ତାଙ୍କୁ ମାନଭଞ୍ଜନ କରାଇବା pare ନାରାୟଣ କହିଥିଲେ-“ବିଜେପିରେ କୌଣସି ଅସନ୍ତୋଷ ନାହିଁ। ଦାୟିତ୍ୱ ମୁକ୍ତ ହେବା ପାଇଁ ରାଜ୍ୟ ସଭାପତିଙ୍କୁ କହିଥିଲି। ମାତ୍ର ସେ ମନା କରିଦେଲେ। ମୋ’ ଉପରେ ଆସ୍ଥା ଓ ବିଶ୍ୱାସ ରଖିଥିବାରୁ ମୁଁ ରାଜ୍ୟ ନେତୃମଣ୍ଡଳୀଙ୍କୁ ଧନ୍ୟବାଦ ଦେଉଛି। ମୁଁ ବିଜେପି ଅଛି ଓ ଆଗକୁ ରହିବି। ଏପରିକି ବିଜେପି ପାଇଁ କାମ କରିବି। ଆଗାମୀ ଉପନିର୍ବାଚନରେ ବିଜେପୁରରେ ବିଜେପିର ବିଜୟ ହେବ। ବର୍ତ୍ତମାନ ସୁଦ୍ଧା ପ୍ରାର୍ଥୀ କଥା ଉଠି ନାହିଁ । ବିଜେପୁର ପାଇଁ ପ୍ରାର୍ଥୀ ଚୟନ ସଂସଦୀୟ ବୋର୍ଡ଼ କରିବ । ବିଜେପି ସଂସଦୀୟ ବୋର୍ଡ ଯେଉଁ ନିଷ୍ପତ୍ତି ନେବ, ତାକୁ ସମସ୍ତେ ମାନିବୁ। ଆମେ ସମସ୍ତେ ବିଜେପିର କାର୍ଯ୍ୟକର୍ତ୍ତା। ଏଠି କୌଣସି ବ୍ୟକ୍ତି ବଡ଼ ନୁହେଁ।” ଇଏତ ଗଲା ଦୁଇ ଦଳ kathaa

 ଆଉ କଂଗ୍ରେସସ କଥା ଏପର୍ଯ୍ୟନ୍ତ କିଛି ଜଣ ପଡୁନି. ଦଳରେ ତର୍ଜମା ଚାଲିଛି. ଦଳର ଜଣେ ନେତାଙ୍କ କହିବା କଥା ଯେ ବିଜେଡି ବିଜେପି ସେଠାରେ କିଣା ବିକା ଚଳାଇଛନ୍ତି. । ହେଲେ ସେଠି କଂଗ୍ରେସ ଜିତିଥିଲା ।, ଆଉ କଂଗ୍ରେସ ଭୋଟର ମାନେ କଂଗ୍ରେସକୁ ହିଁ ସମର୍ଥନ ଦେବେ. ।  ଏ ପର୍ଯ୍ୟନ୍ତ ନିର୍ବାଚନ କମିସନ କିଛି ଘୋଷଣା କରି ନାହାନ୍ତି, ନାଇଁ ନଦେଖଉନୁ ଲୁଗା ଫିଙ୍ଗି ସେମାନଙ୍କ ଭଳି ଦୌଡ଼ିବୁ କାହିଁକି.? କଂଗ୍ରେସର ପ୍ରାର୍ଥୀ କିଏ ହେବ ଆଉ ରଣନୀତି କଣ ହେବ ତାକୁ ନେଇ କସରତ ଚାଲିଛି. ଠିକଣା ସମୟରେ କଂଗ୍ରେସ ମଇଦାନକୁ ଓଲ୍ହାଇବ ।` 

ସେପଟେ କିନ୍ତୁ ବିରୋଧୀ ବିଜେପି କ୍ୟାମ୍ପ, ଚଳଚଞ୍ଚଳ କିଭଳି ବିଜେପୁର କୁ ନିଜ ସପକ୍ଷରେ ଆଣିବ ସେଥିପାଇଁ ପ୍ରସ୍ତୁତି ଜୋରଦାର କରିଦେଇଛି । ବିଗତ ପଂଚାୟତ ନିର୍ବାଚନ ରେ ବିଜେପି ସାତ ଟି ରୁ ୬ ଟି ଜିଲାପରିଷଦ ଆସନ ଜିତିଥିବାରୁ ନେତା ଓ କର୍ମୀ ବିଜେପୁର ଜିତିବା ନିଶ୍ଚିତ ବୋଲି ଆଶାକରୁଛନ୍ତି।  

ହେଲେ ଏକଥା ସତ୍ୟ ଯେ ତିନି ଦଳ ପାଇଁ ଏଇଟା ରାଜ୍ୟ ରାଜନୀତିରେ ଅସ୍ତିତ୍ବର ପ୍ରଶ୍ନ । ଏହି ଭୋଟ ରେ ବିଜେଡିର ବିଜୟ ହେଲେ ନବୀନଙ୍କ  ଲୋକପ୍ରିୟତା ବଜାୟ ରହିଛି ବୋଲି ପୁଣି ମୋହର ଲଗାଇବା । ବିଜେପି ଜିତିଲେ ପ୍ରମାଣିତ ହେବ ଯେ ଜ଼ିଲ୍ଲା ପରିଷଦ ନିର୍ବାଚନ ରେ ଅଧିକ ସିଟ ପାଇଥିବା ବିଜେପି ପ୍ରତି ବାସ୍ତବିକ ଲୋକଙ୍କ ସମର୍ଥନ ବଢିଛି । ଯଦି କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ଘଟେ ନହେଲେ ଜିଲ୍ଲା ପରିଷଦ ଫଳ ସହ ବିଧାନସଭା ଫଳ ପାଇଁ ମାପଦଣ୍ଡ ନୁହେଁ ବୋଲି ପ୍ରମାଣିତ କରିବା ଅବା ଉପରେ କଂଗ୍ରେସସ ନେତା ଯେତେ ବାଡ଼େଇପିଟି ହେଲେ ବି କଂଗ୍ରେସ ଭୋଟର କଂଗ୍ରେସ ପ୍ରାର୍ଥୀଙ୍କ ସହ ରହିବେ। ତେବେ ବିଜେପୁରବାସୀ କାହାକୁ ବାଛିବେ ତାହା ସମୟ କହିବ ।  !!!!!!

ଏଠି ଏଇଆ କୁହାଯାଇପାରେ........

ସବୁ ଦଳରେ ଅସନ୍ତୋଷ ଏଠି ବିଜେପୁର ଅଙ୍କ ଗୋଳିଆ

ଆମଦାନୀ ଏଠି ନେତା ହେଉଛନ୍ତି ମୂଳ କର୍ମୀ ନେତା ଅଳିଆ 

ଉପରେ ଉପରେ ନେତା ମାନଭଙ୍ଗ କର୍ମୀଙ୍କ ଭିତରେ ଘଳିଆ

ସମୟ କହିବ  ଏ ବଦୀପାଲାରୁ କିଏ ମାରିନେବି ବାଳିଆ

0
0
0
s2sdefault