ରାଜ୍ୟସଭାରେ ଗୃହୀତ ହେଲା ଉଚ୍ଚବର୍ଗ ଗରିବଙ୍କ ପାଇଁ ୧୦% ସଂରକ୍ଷଣ ବିଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ :  ରାଜ୍ୟ ସଭାରେ ଅର୍ଥନୈତିକ ଦୃଷ୍ଟିକୋଣରୁ ଅନଗ୍ରସର ଲୋକଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବିଲ ଆଜି ଗୃହୀତ ହୋଇଯାଇଛି  ହୋଇଛି । କେନ୍ଦ୍ରର ଏନଡିଏ ସରକାରଙ୍କ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଇଛି | ସମ୍ବିଧାନର ୧୨୪ ତମ ସଂଶୋଧନ ବିଲ ସପକ୍ଷରେ ୧୬୫ ଟି ମତ ପଡିଥିବା ବେଳେ ବିପକ୍ଷରେ  ମାତ୍ର ୭ଟି ମତ ପଡିଥିଲା । ଏହା ପୂର୍ବରୁ ବିଲକୁ ସିଲେକ୍ଟ କମିଟିକୁ ପଠାଇବା ଲାଗି ବିରୋଧୀ ଦଳଙ୍କ ଦାବି ଅଗ୍ରାହ୍ୟ ହୋଇଯାଇଥିଲା । ଏହି ଦାବି ବିରୋଧରେ ୧୫୫ଟି ଓ ସପକ୍ଷରେ ମାତ୍ର ୧୮ଟି ଭୋଟ ପଡିଥିଲା । ସଂସଦର ଦୁଇ ସଦନରେ ପାଶ ହେବା ପରେ ଏହାକୁ ଏବେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପ୍ରେରଣା କରାଯିବ | 

0
0
0
s2sdefault