ହେଡଲାଇନସ୍:

କେନ୍ଦ୍ର ସରକାରଙ୍କୁ ଝଟକା : ରାତି ଅଧିଆ ନିୟମ ବାତିଲ, ଫେରିଲେ ସିବିଆଇ ନିର୍ଦ୍ଦେଶକ ଆଲୋକ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ : ରାତି ଅଧିଆ ବଦଳି ହୋଇଥିବା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ମିଳିଛି ରାହତ ଆଉ କେନ୍ଦ୍ର ସରକାରଙ୍କୁ ଶକ୍ତ ଝଟକା |ଆଲୋକଙ୍କ ବଦଳିକୁ ଅବୈଧ ସିଦ୍ଧ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ | ଏହାର ପରିଣାମ ସ୍ୱରୂପ ଆଲୋକ ବର୍ମା ପୁଣି ସିବିଆଇ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି | ସୂଚନାଯୋଗ୍ୟ ଯେ ସିବିଆଇ ବିବାଦ ଆରମ୍ଭ ହେବା ମାତ୍ରେ ସିବିଆଇ ମୁଖ୍ୟ ଆଲୋକ ଓ ସହ ମୁଖ୍ୟ ଆସ୍ଥାନାଙ୍କୁ ଛୁଟିରେ ପଠାଇଦିଆଯାଇଥିଲା | କେନ୍ଦ୍ର ସରକରଙ୍କ ନିର୍ଦ୍ଦେଶ ସିବିଆଇ ନିର୍ଦ୍ଦେଶକ ଦୁଇ ବର୍ଷିଆ ନିଯୁକ୍ତିର ନୀତି ବିରୋଧୀ ନିଷ୍ପତ୍ତି ବୋଲି ଦର୍ଶାଇ  କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଆଲୋକ  ସୁପ୍ରିମ କୋର୍ଟ ଯାଇଥିଲେ | କମନ କଜ ନାମକ ସଂସ୍ଥା ବି ସୁପ୍ରିମ କୋଟଙ୍କ ଦ୍ୱାରସ୍ଥ ହୋଇଥିଲା | ସୂଚନାଯୋଗ୍ୟ ଯେ ଆଲୋକଙ୍କ ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ଜାନୁଆରୀ ୩୧ରେ ସରୁଛି 

 

0
0
0
s2sdefault