ହେଡଲାଇନସ୍:

"ପୁରୀରୁ  ଲଢ଼ିବା ଚର୍ଚ୍ଚା କେବଳ କଳ୍ପନା ଜଳ୍ପନା ' : ପ୍ରଧାନମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆଦିଲ୍ଲୀ

-ଆପଣ ପୁରୀରୁ ଆସନ୍ତା ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚା ହେଉଛି | ତାହା କେତେଦୂର ସତ !!!

-ଏହା କେବଳ କଳ୍ପନା ଜଳ୍ପନା ମାତ୍ର

ପୁରୀରୁ ନିର୍ବାଚନ ଲଢ଼ିବା ସମ୍ପର୍କରେ ଗଣମାଧ୍ୟମ ସରବରାହ ସଂସ୍ଥା ଏଏନଆଇକୁ ନିଜ ଉତ୍ତର ରଖି କହିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି |  ଏଏନଆଇକୁ ସାକ୍ଷାତକାରରେ  ପ୍ରଧାନମନ୍ତ୍ରୀ ମୋଦି ପ୍ରକାଶ କରିଛନ୍ତି ଯେ, ପୁରୀରୁ ନିର୍ବାଚନ ଲଢ଼ିବା ସମ୍ପର୍କିତ ଚର୍ଚା  କେବଳ କଳ୍ପନା ଜଳ୍ପନା । ଗଣମାଧ୍ୟମ ପକ୍ଷରୁ ଏଭଳି ପରିକଳ୍ପନା କରାଯାଉଛି ବୋଲି ସାମୟିକ ଭାବରେ ଓଡ଼ିଶାରେ ଚାଲିଥିବା ଚର୍ଚ୍ଚାରେ ସାମୟିକ ବିରାମ ଚିହ୍ନ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ 

 ଆସନ୍ତା ସାଧାରଣ ନିର୍ବାଚନରେ ଦେଶର ସଷୀଙ୍କ ସମସ୍ୟା ହିଁ ମୁଖ୍ୟ ପ୍ରସଙ୍ଗ ହେବ  । ଏହାକୁ ଦୃଷ୍ଟିରେ କଂଗ୍ରେସ ନିକଟରେ କ୍ଷମତା ଦଖଲ କରିଥିବା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କୃଷି ଋଣ ଛାଡ଼ କରି ନିଜର ଭୋଟ ବ୍ୟାଙ୍କ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛି |  ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଋଣ ଛାଡ଼ ବିପକ୍ଷରେ ମତ ଦେଇଛନ୍ତି । ତେବେ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ,  କୃଷି ଋଣ ଛାଡ୍ ଦ୍ୱାରା ଚାଷୀଙ୍କ ସମସ୍ୟାର ସମାଧାନ ହେବନାହିଁ  ।  କୃଷି ଋଣ ଛାଡ଼ କେବଳ ଏକ ରାଜନୀତିକ ଷ୍ଟଣ୍ଟ ବା କେବଳ ରାଜନୈତିକ ପ୍ରଚାର ସର୍ବସ୍ବ |  କୃଷି ଋଣ ଛାଡ଼ କଲେ ପ୍ରକୃତ ଚାଷୀ ଲାଭବାନ ହୁଏନାହିଁ । କୃଷି ଋଣ ଛାଡ଼ ·ଷୀଙ୍କ ସମସ୍ୟାର ସମାଧାନ କରିପାରିବ ନାହିଁ କାରଣ ଅଧିକାଂଶ ଚାଷୀ ବ୍ୟାଙ୍କରୁ ନୁହେଁ ବରଂ ସାହୁକାରଙ୍କଠାରୁ ଋଣ ନିଅନ୍ତି  । କୃଷି ଋଣ ଛାଡ଼ ଘୋଷଣା କରି କେବଳ ଚାଷୀଙ୍କୁ ଲଲିପପ୍ ଦିଆଯାଉଛି, ମିଥ୍ୟା ପ୍ରଚାର କରାଯାଉଛି  । କୁହାଯାଉଛି ସବୁ କୃଷି ଋଣ ଛାଡ଼ ହୋଇଗଲା । କିନ୍ତୁ ବାସ୍ତବରେ ସେମିତି କିଛି ହେଉନାହିଁ  । ତେଣୁ ଯେଉଁମାନେ ଏଭଳି କରୁଛନ୍ତି, ସେମାନେ ଏପରି ମିଥ୍ୟା ପ୍ରଚାରରୁ ଦୂରେଇ ରୁହନ୍ତୁ ! ପୂର୍ବରୁ ମଧ୍ୟ ଅନେକ ଥର କୃଷି ଋଣ ଛାଢ଼ ହୋଇଥିଲା କଣ ସେଥିରୁ ଚାଷୀଙ୍କୁ ଲାଭ ମିଳିଛି ? ତେଣୁ କୃଷି ଋଣ ଏକ ରାଜନୀତିକ ପ୍ରଚାର ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ହେଲେ, ପ୍ରଥମେ ସେମାନଙ୍କୁ ସଶକ୍ତ କରିବାକୁ ପଢ଼ିବ ଆମ ସରକାର ସେହି କାମ କରୁଛି । ଚାଷୀମାନେ କେମିତି ଠିକ୍ ଭାବେ ବିହନଠାରୁ ଆରମ୍ଭ କରି ଉତ୍ପାଦର ସଠିକ୍ ମାର୍କେଟିଂ କରିପାରିବେ, ସେକଥାକୁ ଗୁରୁତ ଦିଆଯିବା ଦରକାର । 

ଏହି ଅବସରରେ ପ୍ରଧାନମନ୍ତ୍ରୀ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଖୋଲାଖୋଲି ଆଲୋଚନା କରିଛନ୍ତି  ।  ସେ କହିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ ଆମ ପାଇଁ ବଢ଼ ଚ୍ୟାଲେଞ୍ଜ ଥିଲା  ଯେଉଁ ଯବାନମାନଙ୍କୁ ଏଥିପାଇଁ ନିୟୋଜିତ କରାଯାଇଥିଲା, ସେମାନେ ଫେରିବା ପଯର୍ୟନ୍ତ ଆମେ ବେଶ ଚିନ୍ତାରେ ଥିଲୁ  ସକାଳ ହେବା ପୂର୍ବରୁ ସୀମାରେ ପହ ିଯିବା ପାଇଁ ଯବାନମାନଙ୍କୁ କୁହାଯାଇଥିଲା  କିନ୍ତୁ ସମସ୍ତ ଯବାନ ଯେତେବେଳ ସକାଳ ପୂର୍ବରୁ ଫେରିପାରିନଥିଲେ ଚିନ୍ତା ଅଧିିକ ବତିଯାଇଥିଲା  । ପାକିସ୍ତାନ ଗୋଟିଏ ଥରରେ ସୁଧୁରିବ ନାହିଁ  ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମଥର ପାଇଁ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଇସ୍ତଫା ସମ୍ପର୍କରେ ମୁହଁ ଖୋଲିଛନ୍ତି  । ସରକାରଙ୍କ ସହ ବିବାଦ କାରଣରୁ ଉର୍ଜିତ ପଟେଲ ଇସ୍ତଫା ଦେଇଥିବା କୁହାଯାଉଥିଲେ ହେଁ ମୋଦି ଏହାକୁ ସିଧାସଳଖ ଖଣ୍ଡନ କରିଛନ୍ତି । ସେ କହିଛନ୍ତି,  ମୁଁ ପ୍ରଥମଥର ପାଇଁ ଏହା ପଛର କାରଣ କହିବାକୁ ଯାଉଛି ତାଙ୍କ ଉପରେ କୌଣସି ରାଜନୀତିକ ·ପ ନଥିଲା ସେ(ଉର୍ଜିତ ପଟେଲ) ନିଜେ ବ୍ୟକ୍ତିଗତ ଭାବେ ମୋତେ ଚିଠି ଲେ ଇସ୍ତଫା ଦେବା କଥା କହିଥିଲେ । ଏଭଳି ପଦକ୍ଷେପ ଗ୍ରହଣ କରିବାର  ୬/୭ ମାସ ପୂର୍ବରୁ ସେ ବ୍ୟକ୍ତିଗତ କାରଣ ପାଇଁ ସେ ଇସ୍ତଫା ଦେବା କଥା ମୋତେ କହିଥିଲେ ଏପରି କି ଲିତ ଭାବେ ଇସ୍ତଫା କଥା ଜଣାଇଥିଲେ ତେଣୁ ତାଙ୍କ ଉପରେ ରାଜନୀତିକ ·ପ ଥିଲା ବୋଲି କହିବା ଭୁଲ ଏଭଳି ପ୍ରଶ୍ନ ଆଦୌ ଉଠୁନାହିଁ ।

ବିମୁଦ୍ରାକରଣ ଏକ ଅ·ନକ ଝଟ୍କା ନଥିଲା ଅପରପକ୍ଷେ କଳାଧନ ଲୁ·ଇ ରଥିବା ଲୋକଙ୍କୁ ଏଭଳି ଘଟଣା ଘଟିବ ବୋଲି ଗୋଟିଏ ବର୍ଷ ଆଗରୁ ସତର୍କ କରାଇ ଦିଆଯାଇଥିଲା । ମୋଦି କହିଛନ୍ତି,  ଆମେ ବିମୁଦ୍ରାକରଣ ଲାଗୁ ହେବାର ଗୋଟିଏ ବର୍ଷ ପୂର୍ବରୁ ଲୋକଙ୍କୁ ସତର୍କ କରାଇଥିଲୁ ଯେଉଁମାନେ କଳାଧନ ରଛନ୍ତି ସେମାନେ ଏହାକୁ ବ୍ୟାଙ୍କରେ ଜମା କରି ଦିଅନ୍ତୁ । ଏଥିପାଇଁ ସାମାନ୍ୟ ଫାଇନ ଦେବାକୁ ପଢ଼ିବ ଏବଂ ଏଥିପାଇଁ ଆମ ସରକାର ସବୁ ପ୍ରକାରର ସହଯୋଗ କରିଥାଆନ୍ତା ହେଲେ କଳାଧନ ରଥିବା ଲୋକମାନେ ଭାବିଲେ ଅନ୍ୟ ସବୁ ସରକାରଙ୍କ ଭଳି ମୋଦି ମଧ୍ୟ କେବଳ ଡରାଇବାକୁ ଚେଷ୍ଟା କରୁଛନ୍ତି । କେବଳ କିଛି ଲୋକ ନିଜ ପାଖରେ ଥିବା ଟଙ୍କାକୁ ଜମା କରିଥିଲେ ବିମୁଦ୍ରାକରଣ ପୂର୍ବରୁ ଦେଶରେ ସମାନ୍ତରାଳ ଅର୍ଥନୀତି ରହିଥିଲା, ଯାହା ଦେଶକୁ ଭିତରୁ ଭିତରୁ ଖୋଳ କରି ଚାଲିଥିଲା ବିମୁଦ୍ରାକରଣ ନିଷ୍ପତ୍ତି  ରାତାରାତି ନିଆଯାଇ ନଥିଲା । ଏଥିପାଇଁ ପ୍ରାୟ ଗୋଟିଏ ବର୍ଷ ଲାଗିଥିଲା ଦେଶର ଅର୍ଥନୀତିକୁ ସୁଦୃତ କରିବାକୁ ଏହା ଜରୁରୀ ଥିଲା କିନ୍ତୁ ହଁ ଗୋଟିଏ ଟ୍ରେନ୍ ଯେତେବେଳେ ଟ୍ରାକ ବଦଳାଏ, ନିଶ୍ଚିତ ଭାବେ ଏହାର ଗତି ମ୍ୟର ହୁଏ କିନ୍ତୁ ବିମୁଦ୍ରାକରଣ ଲାଗୁ ହେବା ପରେ ଟିକସ ଦାତାଙ୍କ ସଂଖ୍ୟା ବତିଛି । ପ୍ରଧାନମନ୍ତ୍ରୀ ରାମମନ୍ଦିର ପ୍ରସଙ୍ଗରେ ବିଚାରବିଭାଗୀୟ ପ୍ରକ୍ରିୟା ଶେଷ ହେବା ପରେ ହିଁ ଅଧ୍ୟାଦେଶ କଥା ବି·ରକୁ ଅଣାଯିବ ବୋଲି ପ୍ରକାଶ କରିଛନ୍ତି ।  ତେବେ ସେ କହିଛନ୍ତି ଯେ କଂଗ୍ରେସ ପକ୍ଷରୁ ଜାଣିଶୁଣି ବି·ରପ୍ରକ୍ରିୟାକୁ ଧୀମା କରାଯାଉଛି  । 

...

 

0
0
0
s2sdefault