ହେଡଲାଇନସ୍:

ଜାମ୍ମୁ ଓ କାଶ୍ମୀରର ନୂତନ ଉପରାଜ୍ୟପାଳଙ୍କୁ ଅଭିନନ୍ଦନ ଜଣାଇଲେ ବୈଜୟନ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର(ଶାସକ ପ୍ରଶାସକ) : ଜାମ୍ମୁ ଓ କାଶ୍ମୀରର ନୂତନ ଉପରାଜ୍ୟପାଳ ମନୋଜ ସିହ୍ନାଜୀଙ୍କୁ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ମୁଁ ମନୋଜଜୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ସେ ନମ୍ର କିନ୍ତୁ ଅତ୍ୟନ୍ତ ବୁଦ୍ଧିମାନ, ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଅଭିଜ୍ଞ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ପଦ ପାଇଁ ଅତ୍ୟନ୍ତ ଯୋଗ୍ୟ ବୋଲି ଶ୍ରୀଯୁକ୍ତ ପଣ୍ଡା କହିଛନ୍ତି। ନିକଟରେ ଶ୍ରୀ ସିହ୍ନା ଓ ଶ୍ରୀ ପଣ୍ଡା ଙ୍କୁ ମଣିପୁରରେ ଉପୁଜିଥିବା ରାଜନୈତିକ ସଙ୍କଟର ସମଧାନ ପାଇଁ ପାର୍ଟି ତରଫରୁ ଦାୟିତ୍ଵ ଦିଆଯାଇଥିବା ସମୟରେ ଉଭୟ ନେତା ମଣିପୁର ଗସ୍ତ କରିଥିଲେ ଏବଂ ମଣିପୁର ରାଜ୍ୟପାଳଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ।

0
0
0
s2sdefault