ହେଡଲାଇନସ୍:

ଦୀର୍ଘ ୩ବର୍ଷ ପରେ  ‘ସୁମିତ୍ରା'ଙ୍କ ଘର ବାହୁଡା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

21-02-sumitra.jpg - 96.32 kB

ଭୁବନେଶ୍ୱର  : ନାମ - ସୁମିତ୍ରା କାଳନ୍ଦୀ, ଗ୍ରା-ହରିଜନ କଲୋନୀ, ପୋ-ଘାଟସିଲା, ପୋଲିସ୍ ଷ୍ଟେସନ-ଘାଟସିଲା, ଜିଲ୍ଲା - ଇଷ୍ଟ ସିଙ୍ଗଭୂମି, ରାଜ୍ୟ- ଝାଡ଼ଖଣ୍ଡ, ସ୍ୱାମୀ ନାମ - ବିମଲ କାଳନ୍ଦୀ, ପୁଅ ନାମ - ବିଷ୍ଣୁ କାଳନ୍ଦୀ, ଦୀର୍ଘ ୩ ବର୍ଷ ପୂର୍ବରୁ ନିଜର ସ୍ୱାମୀ ବିମଲ୍ କାଳନ୍ଦୀ ସହ ଝଗଡ଼ା କରି ଘରୁ ପଳେଇ ଆସିଥିଲେ ସୁମିତ୍ରା କାଳନ୍ଦୀ । ସେ ଝାଡ଼ଖଣ୍ଡର ସିଂହଭୂମ  ଜିଲ୍ଲାର ହରିଜନ କଲୋନୀର ବାସୀନ୍ଦା । ଘରୁ ପଳେଇ ଆସିବା ପରେ ବାସସ୍ଥାନ ସନ୍ଧାନରେ ସେ ପୁରୀରେ ପହଂଚିଥିଲେ  । ପୁରୀରେ ଏଣେ ତେଣେ ବୁଲୁଥିବା ଅବସ୍ଥାରେ ତାଙ୍କୁ ଓଡ଼ିଶାର ସ୍ୱେଚ୍ଛାସେବୀ ସଂଗଠନର ପିପୁଲ୍ସ ଫୋରମ୍ଉଜ୍ୱାଲା ପ୍ରକଳ୍ପର ଉଦ୍ଧାରକର୍ତ୍ତା ସେଠାରୁ ଉଦ୍ଧାର କରିଥିଲେ । ତାଙ୍କୁ ଉଜ୍ୱାଲା ଆଣି ତତ୍କାଳ  ଚିକିତ୍ସା  ତଥା ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଇଥିଲା । ଉଜ୍ୱାଲା ପ୍ରକଳ୍ପର କାଉନ୍ସେଲରମାନେ ତାଙ୍କୁ କାଉନ୍ସିଲିଂ କରି ତାଙ୍କର ଘରର ଠିକଣା ଜାଣିାରିଥିଲେ । ଝାଡ଼ଖଣ୍ଡର ପୋଲିସ ସହିତ ଯୋଗାଯୋଗ କରିଥିଲେ ଉଜ୍ୱାଲା ପ୍ରକଳ୍ପର କର୍ମକର୍ତ୍ତାମାନେ ଏବଂ ସେମାନଙ୍କର ସହାୟତାରେ ଏତେ ଦିନର ପ୍ରତୀକ୍ଷା ପରେ ଶେଷରେ ସୁମିତ୍ରା କାଳନ୍ଦୀଙ୍କର ସ୍ୱାମୀ ଓ ପୁଅ ତାଙ୍କ ପାଖରେ ପହଞ୍ଚôବାରେ ସକ୍ଷମ ହୋଇପାରିଛନ୍ତି । ନିଜର ସ୍ୱାମୀ ଓ ପୁଅକୁ ଦେଖି ସୁମିତ୍ରା ଖୁସିରେ ଆତ୍ମହରା ହୋଇଉଠିଥିଲେ । ଘରକୁ ଫେରିବା ସମୟରେ ସୁମିତ୍ରା, ତାଙ୍କ ସ୍ୱାମୀ ତଥା ପୁଅ ‘ଉଜ୍ୱାଲା'ର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

0
0
0
s2sdefault