ହେଡଲାଇନସ୍:

ଜମୁଛି ବ୍ୟାସସରୋବର ମେଳା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ଯାଜପୁରରୋଡ୍/ବ୍ୟାସନଗରରୁ ଜୟଶଙ୍କର ଦାଶ  : ବ୍ୟାସନଗର ଯାହାକି ପ୍ରଥମେ ଡୋଲିପୁର ପରେ ଯାଜପୁରରୋଡ୍ ଓ ବର୍ତ୍ତମାନ ବ୍ୟାସଦେବ ଏବଂ ବ୍ୟାସ ସରୋବର ନାମାନୁସାରେ ବ୍ୟାସନଗର ସହର ରୂପେ ପରିଚିତ । ପୌରାଣିକ ପୀଠ ବ୍ୟାସ ସରୋବର ଆମ ଐତିହ୍ୟ ପରମ୍ପରା ସହିତ ନିବିଡ଼ ସମ୍ପର୍କ ରହିଛି । ଏଠାରେ ଦୁର୍ଯେ୍ୟାଧନଙ୍କ ଜାନୁ ଭଗ୍ନ ହୋଇଥିବା ମଧ୍ୟ ପୁରାଣରେ ବର୍ଣ୍ଣିତ ହୋଇଛି । ଏହି ପୀଠ ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି ବୋଲି ଶାସକ ପ୍ରଶାସକଗଣ ବ୍ୟାସ ସରୋବର ମହୋତ୍ସବର ଉଦ୍ଘାଟନୀ ଉତ୍ସବରେ ଘୋଷଣା କରିଛନ୍ତି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପୌର ପରିଷଦ ପକ୍ଷରୁ ଦ୍ୱାଦଶତମ ମହୋତ୍ସବ ପାଳିତ ହେଉଛି । ଏହା ଭୌମ ଏକାଦଶୀ ତିଥିରେ ଚଳିତ ମାସ ୨୭ ତାରିଖଠାରୁ ଉଦ୍ଘାଟିତ ହୋଇ ଫେବୃଆରୀ ୬ ପର୍ଯ୍ୟନ୍ତ ଅର୍ଥାତ ୧୧ ଦିନ ଧରି ଚାଲିବ । ଏହି ମହୋତ୍ସବ ପାଇଁ ୨୭ ଲକ୍ଷ ୬୭ ହଜାର ୫୦୦ ଟଙ୍କାର ବ୍ୟୟବରାଦ କରାଯାଇଥିବା ପୌରାଧ୍ୟକ୍ଷା ସବିତା ରାଉତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ । ଉତ୍ସବରେ ବିଭିନ୍ନ ବ୍ୟବସାୟୀ, ସରକାରୀ, ବେସରକାରୀ ଏବଂ ଡିଆରଡିଏ ଯାଜପୁର ଉଦ୍ୟୋଗ ପକ୍ଷରୁ ନିଜ ନିଜର ଷ୍ଟଲ ମଧ୍ୟ ଖୋଲାଯାଇଛି । ଏଥିସହିତ ପ୍ରତ୍ୟେକ ସନ୍ଧ୍ୟାରେ ଭୋକାଲ ଓ ରାଜ୍ୟ ସାଂସ୍କୃତିକ ବିଭାଗ ଓ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ  ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ  ହେଉଛି । ଏଥିରେ ଚଳଚ୍ଚିତ୍ର ତାରକା, ଗାୟକମାନେ ଯୋଗ ଦେଉଥିବାବେଳେ ସମ୍ବଲପୁରୀ ନୃତ୍ୟ, ଛଉନୃତ୍ୟ, ଘୋଡ଼ାନାଚ, ଓଡ଼ିଶୀ ନୃତ୍ୟ ଆଦି ପରିବେଷିତ ହେଉଛି । ଏହାକୁ ଦେଖିବା ଲାଗି ବ୍ୟାସନଗର ତଥା ଆଖପାଖ ଅଞ୍ଚଳର ଲୋକମାନେ ବହୁ ସଂଖ୍ୟାରେ ଭିଡ଼  ଜମାଉଛନ୍ତି । ମେଳାରେ ବିଭିନ୍ନ ପ୍ରକାର ମହୋହରି ସାମଗ୍ରୀ ବିକି୍ର ହେଉଥିବାବେଳେ ଘରକରଣା ସାମଗ୍ରୀ ମଧ୍ୟ ବିକି୍ର ହେଉଛି । ଏହି ଦୋକାନଗୁଡ଼ିକରେ ମହିଳାମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷତ ହେଉଛି ।  କୁନିକୁନି ପିଲାମାନେ ଦୋଳିର ମଜା ନେଉଥିବାବେଳେ ମେଳାରେ ଗୁପ ଚୁପ , ଚାଟ୍, ଚାଓମିନି, ଆଇସକି୍ରମ, ଦହିବରା, ଦୋସା, ଠୁଙ୍କାପୁରୀ ଆଦି ବିକି୍ର ହେଉଥିବାରୁ ଲୋକେ ଏହାକୁ ଖାଇବା ସହ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖି ଆନନ୍ଦରେ ଘରକୁ ଫେରୁଛନ୍ତି । ବେପାରୀମାନେ ଏହି ୧୧ଦିନ ଧରି ଅନୁଷ୍ଠିତ  ହେବାକୁ ଥିବା ମେଳାରେ ବେଶ ଭଲ ଦୁଇ ପଇସା ରୋଜଗାର କରିବେ ବୋଲି ଆଶା ବାନ୍ଧିଛନ୍ତି । ଏହି ମହୋତ୍ସବ ଅବସରରେ ବିଭିନ୍ନ ବର୍ଗର ବରେଣ୍ୟ ବ୍ୟକ୍ତିବିଶେଷଙ୍କୁ ବ୍ୟାସରତ୍ନ ଓ ବ୍ୟାସ ଗୌରବ ସମ୍ମାନରେ ସମ୍ମାନିତ କରାଯିବାକୁ ସ୍ଥିର ହୋଇଥିବା ଜଣାପଡ଼ିଛି । ଶୀତକାକରକୁ ଖାତିର ନକରି ଲୋକେ ମନଭରି ମେଳାକୁ ଉପଭୋଗ କରୁଥିବା ପ୍ରକାଶ କରିଛନ୍ତି ।

 

 

 

0
0
0
s2sdefault