ହେଡଲାଇନସ୍:

ଓଡିଶା ଡିଜାଇନ୍କୁ ଆନ୍ତର୍ଜାତିକ ସ୍ତରରେ ପହଚାଂଇବା ଲାଗି ଖଦିବୋର୍ଡ ସଭାପତିଙ୍କ ପ୍ରତିଶ୍ରୁତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର :   ଟା୍ରଇଟୁନ ଏକାଡେମୀର ଡିଜାଇନ ଛାତ୍ରଛାତୀ୍ର ମାନଙ୍କ ଦ୍ୱାରା ଶନିବାର ଦିନ ଡିଜାଇନ ପ୍ରଦର୍ଶନୀ ‘ଉଦ୍ଭବ’ ଉତ୍ସବ  ଅନୁଷ୍ଟିତ ହୋଇଯାଇଛି । ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥ ତଥା ଓଡିଶା ଖଦି ଓ ଗ୍ରାମୋଦ୍ୟଗ ବୋର୍ଡ ସଭାପତି ତେଜେଶ୍ୱର ପରିଡା, ଏସିଆନ୍ ଏଜ୍ ଦୈନିକ ଇଂରାଜୀ ଖବର କାଗଜର ଓଡିଶା ମୁଖ୍ୟ ଅକ୍ଷୟ କୁମାର ସାହୁ ଏବଂ କନ୍ନଡ ଓ ଓଡିଆ ଚଳଚିତ୍ର ଜଗତର ଉଦୀୟମାନ ଅଭିନେତା ଉଦୟନ ଅପରାଜିତ ଉଦ୍ଘାଟନ କରିଥିଲେ । ଏହାଛଡା ଡିଜାଇନିଂ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଅନେକ ବ୍ୟକ୍ତିବିଶେଷ ଏହି ଉତ୍ସବରେ ଯୋଗଦେଇଥିଲେ । ଏମାନଙ୍କ ମଧ୍ୟରେ ଥିଲେ ବିଶିଷ୍ଟ ଇଂଟେରିୟର ଡିଜାଇନର ରୟନ ସାହୁ,ଆର୍କିଟେକ୍ ଦିବ୍ୟଜ୍ୟୋତି ମହାନ୍ତି ଏବଂ ସୀମା ଶ୍ରୀବାସ୍ତବ , ବିଶିଷ୍ଟ ଫ୍ୟାସନ ଡିଜାଇନର ମଧୁମିତା ପଣ୍ଡା ଏମଂ ନିବେଦିତା ଆଚାର୍ଯ୍ୟ   ।

ଛାତ୍ରଛାତୀ୍ରମାନେ ବହୁ ଉତ୍ସାହର ସହିତ ନିଜ ନିଜ ମଧ୍ୟରେ ଥିବା ସୃଜନତ୍ମାକ ପ୍ରତିଭାକୁ ନିୟୋଜିତ କରି ଅତ୍ୟାବଶ୍ୟକ ବେଶ୍ ଆକର୍ଷଣୀୟ ସାମଗ୍ରୀରେ ରୂପାନ୍ତରିତ କରିଥିଲେ । ଏହି ଉସôବର ମହତ୍ୱ ହେଉଛି ପିଲାମାନଙ୍କ ମଧ୍ୟରେ ଥିବା ପ୍ରତିଭାକୁ ବ୍ୟବହାର କରି କିପରି ନୂତନ ତଥା ଆକର୍ଷଣୀୟ ଉତ୍ପାଦ ସୃଷ୍ଟି କରିବା  । ବର୍ଜିତ ବା ଘୋରି ହୋଇଯାଇଥିବା ଗାଡି ଟାୟାରକୁ ବ୍ୟବହାର କରି ତିଆରି କରିଥିବା ସୋଫା ସେଟ୍ ଓ ଷ୍ଟୋର କଟେଂନର ଏବଂ ପୁରୁଣା ଜିନ୍ସ ପ୍ୟାଂଟ୍କୁ ବ୍ୟବହାର କରି ଅତ୍ୟାଧୁନିକ ଲେଡିଜ୍ ହ୍ୟାଣ୍ଡ୍ବ୍ୟାକ୍ ପ୍ରଦର୍ଶନୀରେ ବେଶ୍ ଦର୍ଶକମାନଙ୍କ ଲାଗି ଆକର୍ଷଣୀୟ ହୋଇଥିଲା  । ଖଦି ବୋର୍ଡ ସଭାପତି ଛାତ୍ରଛାତ୍ରୀମାନଙ୍କୁ ନିଜ ସୃଷ୍ଟିକୁ କିପରି ଜାତୀୟ ଓ ଆନ୍ତର୍ଜାତୀୟ ବଜାରରେ ପହଂଚାଯାଇପାରିବ ସେ ନେଇ ସମସ୍ତ ସହଯୋଗ ଯୋଗାଇଦେବା ଲାଗି ମୁଖ୍ୟ ଅତିଥି ତେଜେଶ୍ୱର ପରିଡା ପ୍ରତିଶ୍ରୁତି ଦେଇଥିଲେ  ।
ଏହି ଅବସରରେ ଟ୍ରାଇଟୁନ୍ ଏକାଡେମୀର ଅଧ୍ୟକ୍ଷ ସ୍ୱଦେଶ ମୁଦୁଲି କହିଥିଲେ ଯେ ଅନୁଷ୍ଠାନରୁ ଉଦ୍ୟମ ଥିଲା କିପରି ନିତିଦିନ ବ୍ୟବହାର କରାଯାଉଥିବା ତଥା ପରିତ୍ୟକ୍ତ ପଦାର୍ଥକୁ ନେଇ  ନୂତନ ପଦାର୍ଥ ସୃଷ୍ଟି କରିିବା  । ଉଦାହଣ ସ୍ୱରୁପ ପ୍ଳାଷ୍ଟିକ ଏବଂ ଟାୟାର ପରି ପରି ବର୍ଯ୍ୟବସ୍ତୁକୁ ସୌଖିନ୍ ବ୍ୟବହାର କରିବା ଏବଂ ପରିବେଷକୁ ସୁସ୍ଥ ସୁରକ୍ଷିତ ରଖିବା  ।

0
0
0
s2sdefault