ଲଜ୍ଜ୍ୟା : ଜିଲା ପ୍ରଶାସନ ଭୁଲିଗଲା ଉତ୍କଳମଣି ଗୋପବନ୍ଧୁଙ୍କୁ

0

ଭଦ୍ରକ-  ଓଡିଶାର ପ୍ରାତଃସ୍ମରଣୀୟ ତଥା ଓଡିଶା ମା ର ସୁଯୋଗ୍ୟ ସନ୍ତାନ ଉତ୍କଳମଣି ଗୋପବନ୍ଧୁ ଦାଶ୍ଙଙ୍କ ଅମଳିନ ତ୍ୟାଗ ଓ ବଳିଦାନକୁ ଏ ଜାତି କେବେ ଭୁଲି ପାରିବନି ।  ଖୋଦ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳମଣିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଭବ୍ୟ କାର୍ଯ୍ୟକ୍ରମ ରାଜ୍ୟସ୍ତରରେ ଆୟୋଜିତ ହୋଇଥିଲା ।  ହେଲେ ଭଦ୍ରକ ଜିଲ୍ଲା ପ୍ରଶାସନ କିନ୍ତୁ ଉତ୍କଳମଣିଙ୍କୁ ସମ୍ମାନ ଦେବାକୁ ଉଚିତ ମନେ କରିନାହାନ୍ତି । ତାଙ୍କର ଜନ୍ମଦିନରେ ଜିଲା ପ୍ରଶାସନ, ପୌରପାଳିକା କିମ୍ବା ଜିଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସହର ମଧ୍ୟରେ ଥିବା ଦୁଇଟି ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ କେହି ଫୁଲଟିଏ ଚଢାଇବା ତ ଦୂରର କଥା, ଜୟନ୍ତୀକୁ ଭୁଲିଯାଇଥିଲେ ।  ଯାହା ବୁଦ୍ଧିଜୀବୀ ମହଲରେ ଘୋର ପ୍ରତିକ୍ରିୟା ସୃଷ୍ଟି କରିଛି ।  ଏଠାରେ ସୂଚନାଯୋଗ୍ୟ  ଉପଜିଲାପାଳ, ତହସିଲଦାର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଭଳି ଉଚ୍ଚ ପଦାଧିକାରୀମାନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଗୋପବନ୍ଧୁଙ୍କ ପାଖ ଦେଇ ସମସ୍ତେ ଯାତାୟତ କରିଥିଲେ ମଧ୍ୟ ସେମାନଙ୍କ ନଜର ତାଙ୍କ ପ୍ରତି ନପଡିବା ଅତ୍ୟନ୍ତ କ୍ଷୋଭର ବିଷୟ ବୋଲି ଭଦ୍ରକ ସହର ରେ ଚର୍ଚା ହୋଇଥିଲା. ।  

ଅନ୍ୟପକ୍ଷରେ ଭଦ୍ରକର ଉକôଳମଣି ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ପ୍ରାତଃରେ ପୂର୍ବତନ କାଉନ୍ସିଲର ପ୍ରଣୟ କୁମାର ଦାସ, ସାମ୍ବାଦିକ ରବି ନାରାୟଣ ଖିଲାର, ଗୌରହରି  ନାୟକ, ରବି ନାରାୟଣ ସାହୁ, ସମ୍ବିତ ନାୟକ, ଅପୂର୍ବ ରଂଜନ ବେହେରା, ଜ୍ଞାନପ୍ରକାଶ ପାଣି,  ଅବିନାଶ ପଣ୍ଡା, ଆଶିଷ ଅମିତାଭ ମହାପାତ୍ର, ଚାରୁଦ ନାୟକ, ନବକିଶୋର ସ୍ୱାଇଁ, ମୃତୁ୍ୟଞ୍ଜୟ ରାଉତ, ସୁକାନ୍ତ ମହାନ୍ତି, ନିଶିକାନ୍ତ ନାୟକ, ସମାଜସେବୀ ଲକ୍ଷ୍ମୀ ମହାପାତ୍ର,  ସାମ୍ବାଦିକ ଶୁଭେନ୍ଦୁ ଧଳ ପ୍ରମୁଖ ଭଦ୍ରକ କୋର୍ଟ ପରିସର ଓ ଡାହାଣୀଗଡିଆ ଛକରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । 

 ସହିଦ ଭଗତ ସେନା ଭଦ୍ରକ ଶାଖା ପକ୍ଷରୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି ।  ସଂଗଠନର ଆବାହକ ଶୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ସଦସ୍ୟ  ଅତିଶ କୁମାର ବେହେରା, ହିମାଂଶୁ ମହାପାତ୍ର, ପଦ୍ମନାଭ ପଣ୍ଡା, କମଳ ଲୋଚନ ଦାସ, ବିଭୂ ରଂଜନ ରାଉତ, ରାଧାମାଧବ ଦାସ, ହେମନ୍ତ ମହାପାତ୍ର, ଜିତେନ୍ଦ୍ର ପ୍ରଧାନ, ଦେବାଶୁଂ ରାଉତ, ଦିପକ ମହାପାତ୍ର, ଅଶୋକ ବେହେରା, ଶରତ ଦାସ, ସୁଧାଂଶୁ ଧଳ, କହ୍ନେଇ ଚରଣ ଦାସ, ଜ୍ୟୋତିରଂଜନ ସାହୁ, ବିକାଶ ସ୍ୱାଇଁ, ଦିଲ୍ଲିପ କୁମାର ସାହୁ, ସେକ୍ ଆଲାମ, ସେକ ଆସିଫ, ପାଇଲଟ ଖାନ, ଚନ୍ଦ୍ରକାନ୍ତ ଦାସ, ଏନ ସନ୍ତୋଷ ରାଓ, ବାସୁ ରାଓଙ୍କ ସମେତ ଡ଼ାହାଣିଗଡ଼ିଆ ଛକ ଠାରେ ପହଂଚି ଗୋପବନ୍ଧୁଙ୍କ ପ୍ରତିମୂର୍ତୀରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଵାସହ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଶପଥ ନେଇଥିଲେ ।   ଭଦ୍ରକ ସୋସିଆଲ ସର୍ଭିସ ନାମକ ସ୍ୱେଚ୍ଛାସେବୀ ସଂଗଠନ କର୍ମକର୍ତାମାନେ ପୂର୍ବାହ୍ନରେ ଭଦ୍ରକ କୋର୍ଟ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତିକୁ ପରିଷ୍କାର କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । 

Leave A Reply

Your email address will not be published.