ସିକେନାଇଡୁ ଟ୍ରଫି ଓଡିଶା-ଛତିଶଗଡ

0

 

 

ବଲାଙ୍ଗିରରୁ ନିରୋଜ ମିଶ୍ର  – ଗାନ୍ଧୀ ଷ୍ଟାଡିୟମରେ ଠାରେ ଓଡିଶା-ଛତିଶଗଡ ମଧ୍ୟରେ ·ଲିଥିବା ଦ୍ଵିତୀୟ ଦିନରେ ଛତିଶଗଡ ଦଳ ଟସ୍ ଜିଣି ପ୍ରଥମେ ଫିଲ୍ଡିଙ୍ଗ କରିବାର ନିଷ୍ପତି ନେଇଥିଲେ । ଏହି  ନିଷ୍ପତିକୁ ସଫଳ ସାବ୍ୟସ୍ତକରି ଛତିଶଗଡ ଦଳ ଖେଳ ଶେଷ ସୁଦ୍ଧା ଓଡିଶାର ଚାରି ଗୋଟି ଉଇକେଟ ନେବାରେ ସକ୍ଷମ ହୋଇଥିଲେ ।ଖେଲ ଶେଷ ସୁଦ୍ଧା ଓଡିଶା ·ରି ଉଇକେଟ ବିନିମୟରେ ୭୯ ରନ୍ ସଂଗ୍ରହ ବ୍ୟାଟିଂ ବ୍ୟାପର୍ଯ୍ୟାୟ ସମ୍ମୁଖୀନ ହୋଇଛି । ଓଡିଶା ଦଳ ତରଫରୁ ରାଜେଶ ଧୁପର ସର୍ବାଧିକ ୩୧ ଅପରାଜିତ ରନ୍ ଏବଂ ସତ୍ୟଜିତ ସାବତ ୪ ରନ୍ କରି ଅପାରଜିତ ଅଛନ୍ତି । ଆଉଟ ହୋଇଥିବା ଖେଲାଲି ମାନେ ହେଲେ ହେଲେ ଦେବାଶିଷ ସାମନ୍ତରାୟ ୨ ରନ୍, ଅଭିନାସ ନାଏକ ୫, ଦେବେନ୍ଦ୍ର କୁଅଁର ୨୧, ଭେଙ୍କଟେସ୍ ଭାଣ୍ଡେ୧୦ରନ୍ କରିଥିଲେ । ଛତିଶଗଡ ସଫଳ ବୋଲର ସକିବ ଅହମଦ ୧, ଅଜୟ ମଣ୍ଡଲ ୧ ଉଇକେଟ ଅକ୍ତିଆର କରିଥିଲେ । ମ୍ୟାଚକୁ ଅମ୍ପାୟାର  ସାଇଦର୍ସନ ଓ ଅଜିତ କୁମାର ପରିଚାଳନା କରିଥିବାବେଳେ, ମ୍ୟାଚ ରେଫରିଥିଲେ ପି ଏମ୍ ଏସ୍ ରେଡି ଏବଂ ଅନଲାଇନ ସ୍କୋରର ବିରାଜ ଦାସ, ରକ୍ତିମାନ ସାଧୁ,  ଭିଡିଓ ଏନାଲାଇଲେସିସ ସାବନ ପାଢ଼ୀ ଓ ଗୋବିନ୍ଦ ବେହେରା  । 

Leave A Reply

Your email address will not be published.