ରାଜ୍ୟସ୍ତରୀୟ ବିଶ୍ୱ ମାନବିକ ଅଧିକାର ଦିବସ ପାଇଁ ପ୍ରସ୍ତୁତି ବୈଠକ 

2

ଭୁବନେଶ୍ୱର, (ଶାସକ ପ୍ରଶାସକ): ରାଜ୍ୟ ମାନବିକ ଅଧିକାର ଆୟୋଗର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ବିମଳ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାରଙ୍କ ସବୁ ବିଭାଗର ବରିଷ୍ଠ ଅଧିକାରମାନଙ୍କୁ ନେଇ ବିଶ୍ୱ ମାନବିକ ଅଧିକାର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆୟୋଗଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛିା 

ଚଳିତ ଡିସେମ୍ବର ୧୦ ତାରିଖରେ ଭୁବନେଶ୍ୱରସ୍ଥ ଜୟଦେବ ଭବନ ପରିସରରେ ବିଶ୍ୱ ମାନବିକ ଅଧିକାର ଦିବସ ମହା ଆଡମ୍ବର ସହକାରେ ପାଳନ କରାଯିବ ବୋଲି ସର୍ବସମ୍ମତି କ୍ରମେ ବୈଠକରେ ସ୍ଥିର କରାଯାଇଛିା ଆୟୋଗର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଶ୍ରୀ ଦାସ ବିଶ୍ୱ ମାନବିକ ଅଧିକାର ଦିବସକୁ ସଫଳତାର ସହ ପାଳନ ନିମନ୍ତେ ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ | 

ଆଜିର ଏହି ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆୟୋଗର ସଭ୍ୟ ଅସିମ ଅମିତାଭ ଦାସ, ସଚିବ ସୁନୀଲ କୁମାର ନାୟକ, ଅତିରିକ୍ତ ପୋଲିସ୍ ଡିଜି ବିନୟାନନ୍ଦ ଝା, ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର, ଅତିରିକ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, ଯୁଗ୍ମ ନିର୍ଦ୍ଦେଶକ ବିପିନ ବିହାରୀ ବାରିକୀ, ଆୟୋଗର ରେଜିଷ୍ଟ୍ରାର ଶେଖ୍ ମହମ୍ମଦ କୁ୍ୟରେସି, ଯୁଗ୍ମ ସଚିବ ଜ୍ୟୋତି ଏମ୍ ପ୍ରଧାନ, ଆଇନ ବିଭାଗର ସ୍ୱତନ୍ତ୍ର ସଚିବ ଅମ୍ବୁଜା ମୋହନ ଦାସ, ଆର୍.କେ. ଦାସ, ଅତିରିକ୍ତ ସଚିବ ଓ୍ୱାର୍କସ,ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବି.ସି. ସାହୁ, ଗୃହ ବିଭାଗର ଉପସଚିବ ଗୌର ପ୍ରସାଦ ଦାସ ପ୍ରମୁଖ ଯୋଗଦେଇଥିଲୋ

Leave A Reply

Your email address will not be published.