ବରଗଡ଼ (ଶାସକ ପ୍ରଶାସକ) – ହାଇଦ୍ରାବାଦ ବଳାତ୍କାର, ହତ୍ୟା ଘଟଣାକୁ ନେଇ ମଙ୍ଗଳବାର ବରଗଡ଼ ମହିଳା ସମିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଏକ ସ୍ମାରକପତ୍ର ପଠାଇଛି । ସମିତିର ବରିଷ୍ଠ ନେତ୍ରୀ ଗୀତା ମିଶ୍ର ଓ ମମତା ମିଶ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରଗଡ଼ ଜିଲାପାଳ ଅଫିସକୁ ଯାଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଭାରତୀୟ ଦଣ୍ଡବିଧି ଆଇନରେ ସଂଶୋଧନ ଅଣାଯାଇ ହାଇଦ୍ରାବାଦ ଭଳି କୌଣସି ବଳାତ୍କାର, ହତ୍ୟା ଅଭିଯୁକ୍ତଙ୍କୁ ଅବିଳମ୍ବେ ମୃତ୍ୟୁଦଣ୍ଡ ବ୍ୟବସ୍ଥା ପାଇଁ ସ୍ମାରକପତ୍ରରେ ନିବେଦନ କରାଯାଇଛି। ସ୍ମାରକପତ୍ର ପ୍ରଦାନ ପରେ ପ୍ରତିନିଧି ଦଳ ମୁହଁରେ କଲା କନା ବାନ୍ଧି ଗାନ୍ଧୀଛକ ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସାମନାରେ ପ୍ରତିକାତ୍ମକ ଧାରଣା ଦେଇ ହାଇଦ୍ରାବାଦ ଗଣ ଦୁସକର୍ମ ଘଟଣାର ନିନ୍ଦା କରି ଶ୍ଳୋଗାନ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.