ଧାନ ବିକ୍ରିରେ ବ୍ୟାପକ ଅନିମିୟତା ଅଭିଯୋଗ : ମଣ୍ଡିକୁ ବନ୍ଦ କରିଦେଲା କୃଷକ ସଙ୍ଗଠନ 

2

ବେଲପଡା/ବନମାଳୀ ନାୟକ  : ବ୍ୟାପକ କଟନି-ଛଟନି ହେଉଥିବା ଅଭିଯୋଗ ଆଣି ଧୁମାଭଟା ମଣ୍ଡି କୁ ବନ୍ଦ କରିଦେଲା ଜୟ କୋସଲ କୃଷକ ସଙ୍ଗଠନ ଆଜି ସଙ୍ଗଛନ ର ଶତାଧକ  କର୍ମକର୍ତା ମଣ୍ଡି ସ୍ଥାନକୁ ଆସି ସରକାରଙ୍କ ଚାଷି ବିରୋଧ ନୀତିକୁ ନିନ୍ଦା କରି ହଙ୍ଗାମା କରିଥିଲେ | ପରିସ୍ଥିତି ବ୍ୟାପକ ଅଣାୟତ୍ତ ହେଉଥିବା ଦେଖିବାକୁ ମିଲିଥିଲା |  ଚାଷିଙ୍କ ଅଭିଯୋଗ ଅନୁଯାୟୀ  ଧାନବିକ୍ରିରେ ୭-୮ କେଜି କାଟି ଦେଉଥିବା ଯୋଗୁଁ ଚାଷି ଅସନ୍ତୁଷ୍ଟ ହେଉଥିବା ଦେଖା ଯାଉଛି | ମିଲର୍ସ ଙ୍କୁ ଫାଇଦା ପହଞ୍ଚେଇବା ଲାଗି ଚାଷିଙ୍କୁ ମାରି ଦଉଛନ୍ତି ସରକାର ବୋଲି ଚାଷି ଅଭିଯୋଗ ଆଣି ହୋ ହଲ୍ଲା କରିଥିଲେ |

ଜୟ କୋଶଲ କୃଷକ ସଙ୍ଗଠନ ର ସଭାପତି ପ୍ରକାଶ କୁମାର ବୁଡେକ,ସହ ସଂପାଦକ ଲଲିତ କୁମାର ବୁଡେକ, ଚାଷି ନେତା ଅଚ୍ୟୁତ,  ସିପୁନ ଖମାରୀ, ବନମାଲୀ ନାଏକ, ଦେବାନନ୍ଦ ବୁଡେକ,ତୁଷବନ୍ଦୁ ବୁଡେକ, ପ୍ରକାଶ ଦେଓ,ଝସକେତନ ବୁଡେକ,ମାଧ ତରିଆ,ଜୟକିଷାନ ରଣା, ଟିକଚନ ମଲ୍ଲିକ,କଲାକାହ୍ନୁ ରଣା ନେତୃତ୍ୱରେ ଏହି ପ୍ରତିବାଦ ହୋଇଥିଲା

 

 

Leave A Reply

Your email address will not be published.