Recover your password.
A password will be e-mailed to you.
ନୂଆପଡା(ଅମିତ ପୁରୋହିତ); ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଏଡିଏମ ସିତାରାମ ପଟେଲ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିଲା ବେଳେ ସମ୍ମାନୀତ ଅତିଥି ରୂପେ ଜିଲ୍ଲା କୁଷ୍ଠ ରୋଗ ଅଧିକାରୀ ଡ. ପି ଆର ବିରତିଆ, ଜିଲ୍ଲ କୋଷାଗାର ଅଧିକାରୀ ନରେନ୍ଦ୍ର ମେହେର, ଅବସରପ୍ରାପ୍ତ ଶିଶୁ ବିଶେଷଜ୍ଞ ଡ. ବଜରଙ୍ଗବଳୀ ଜଗତ, ବ୍ରହ୍ମକୁମାରୀ ସୁମତି ଆଦି ମଞ୍ଚାସୀନ ଥିଲେ । ଭିନ୍ନକ୍ଷମ ବ୍ୟକ୍ତି ବିଶେଷଙ୍କୁ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ବିଭିନ୍ନ ଯୋଜନା ବିଷୟରେ ଉପସ୍ଥିତ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ସଚେତନ କରାଯାଇଥିଲା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଅତିଥି ମାନଙ୍କ ଦ୍ୱାରା ହିତାଧିକାରୀଙ୍କୁ ହ୍ୱିଲ ଚେଆର ପ୍ରଦାନ କରାଯାଇଥିଲା । ଜଣେ ଭିନ୍ନକ୍ଷମଙ୍କୁ ବିବାହ କରିଥିବାରୁ ୫୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ବୋଡେନ ବ୍ଲକ ଅନ୍ତର୍ଗତ ଖଇରା ଗ୍ରାମର ଲକ୍ଷି ଓ ଡମ୍ବରୁଧର ଦଣ୍ଡସେନାଙ୍କୁ ପ୍ରଦାନ କାରାଯାଇଥିଲା । ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ପାଳନ ଅବସରରେ ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ଥିବାର ଦେଖାଯାଇଥିଲା । କାର୍ଯ୍ୟକ୍ରମ ପାଳନ ପୂର୍ବରୁ ହେଉଥିବା ପ୍ରଚାରପ୍ରସାର ଅତି ନିମ୍ନମାନର ବୋଲି ଅଭିଯୋଗ ହେଉଅଛି । କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀ ଚୈାକି ପରିବର୍ତ୍ତେ ତଳେ ବସିଥିବାର ଦେଖାଯାଇଥିଲା ।ଏହି ପରି କାର୍ଯ୍ୟକ୍ରମ ପାଳନ ନିମନ୍ତେ ସରକାରୀ ସ୍ତରରେ ଖର୍ଚ୍ଚ ହେଉଥିବା ଅର୍ଥ ବାଟବଣା ହେଉଛି ବୋଲି ଜନସାଧାରଣରେ ଅଭିଯୋଗ ଆସୁଅଛି । ବିଭୁଦତ୍ତ ମିଶ୍ର କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ ବ୍ଲକ ସମାଜ ସୁରକ୍ଷା ଅଧିକାରୀ ସ୍ମୃତିରେଖା ନନ୍ଦ ଓ ପପ୍ପୁ ବାରିକ ସହଯୋଗ କରିଥିଲେ । Prev Post
Recover your password.
A password will be e-mailed to you.