ବିଶ୍ୱ ଏଡ୍ସ ଦିବସରେ ଏଡ୍ସ ସଚେତନତା ସହ “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ

1

ଭୁବନେଶ୍ୱର(ଶାସକ ପ୍ରଶାସକ):  ବିଶ୍ୱ ଏଡ୍ସ ଦିବସ ଉପଲକ୍ଷେ ଭୁବନେଶ୍ୱର ସ୍ଥିତ ବ୍ଲାଇଣ୍ଡ ଆସୋସିଏସନ  ହଲରେ ବିଜୁ ଛାତ୍ର ଜନତା ଦଳ, ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ୱ ପ୍ରତାପ ସାହୁଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର  ହୋଇଛି  । ଏହି “ଜୀବନ ବିନ୍ଦୁ” କାର୍ଯ୍ୟକ୍ରମ ରେ ୨୮୮ ୟୁନିଟ ରକ୍ତ ସଂଗୃହିତ ହୋଇଛି । ବିଜୁ ଜନତା ଦଳର ମୋ ପରିବାର ଆବାହକ, ଶ୍ରୀ ଅରୂପ ପଟ୍ଟନାୟକ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ  । ବିଧାୟକ ପ୍ରଣବ ବଳବନ୍ତରାୟ, ଅନନ୍ତ ନାରାୟଣ ଜେନାଙ୍କ ସହିତ  ସଂଗ୍ରାମ କେଶରୀ ପାଇକରାୟ, ଜନ୍ମେଜୟ ଲେଙ୍କା, ଅମରେଶ ଜେନା, ଅମରେଶ ପତ୍ରୀ, ସୌଭାଗ୍ୟ ନାୟକ, ରାଜ କମଲ ଜେନା, ଦେବାଶିଷ ସିଟ୍, ସମୀର ପ୍ରଧାନ, ଦୁର୍ଗା ସାମନ୍ତରାୟ, ଜ୍ୟେତି ଜେନା, ଶ୍ରୀଚନ୍ଦନ ପାତ୍ର, ସ୍ମୃତି ରଂଜନ ପଟ୍ଟନାୟକ, ଅମରଜିତ୍ ସେନାପତି, ଭଗବାନ ପଢିଆରୀ, ଧୃତି ମାର୍ଥା ପ୍ରମୁଖ ଉପସ୍ଥିତ ରହି ରକ୍ତ ଦାତା ଏବଂ ସ୍ୱେଛାସେବୀଙ୍କୁ ଉତ୍ସାହିତ କରିଥିଲେ  । କ୍ୟାପିଟାଲ ହସ୍ପିଟାଲ ରକ୍ତ ଭଣ୍ଡାର ଏବଂ ମ୍ୟୁନିସ୍ପାଲିଟି ହସ୍ପିଟାଲ ରକ୍ତ ଭଣ୍ଡାର ଏହି ଶିବିରରେ ରକ୍ତ ସଂଗ୍ରହ କରିଥିଲେ  । ରକ୍ତଦାନ ସହିତ ଏହି କାର୍ଯ୍ୟକ୍ରମରେ  ବିଶ୍ୱ ଏଡ୍ସ ଦିବସର ସଚେତନତା ଏବଂ ଦସ୍ତଖତ ଅଭିଯାନ ଅନିଷ୍ଠିତ ହୋଇଥିଲା  । ଶୁଭମ କୁମାର ପଣ୍ଡା, ବିବେକ ସ୍ୱାଇଁ, ଆଶୁତୋଷ ମହାପାତ୍ର ଏବଂ ସାଥିମାନେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  । 

 

Leave A Reply

Your email address will not be published.