ବଡ଼ବିଲ (ଶାସକ ପ୍ରଶାସକ) ଗତକାଲି ଠାରୁ ରାଜ୍ୟରେ କଡାକଡି ଭାବେ ଲାଗୁ ହୋଇଛି ଟ୍ରାଫିକ ନିୟମ। ବଡ଼ବିଲରେ ମଧ୍ୟ ଗାଡି ଚେକିଂ କଡାକଡିଭାବେ କରାଯାଉଥିବା ଦେଖିବାକୁ ମିଳିଛି। ମୁଖ୍ୟତଃ ବିନା ହେଲମେଟରେ ଗାଡି ଚଳାଇବା, ଗାଡି ଚଳାଇବା ସମୟରେ ମୋବାଇଲରେ କଥା ହେଉଥିବା ଏବଂ ଦୁଇଚକିଆ ଯାନରେ ଦୁଇରୁ ଅଧିକ ଜଣଙ୍କୁ ନେଇ ଯାଉଥିବା ଚାଳକଙ୍କ ଉପରେ ଜୋରିମାନା ଲାଗୁ କରିଛି ପୋଲିସ। ଗତକାଲି ବଡ଼ବିଲର ମୁଖ୍ୟ ରାସ୍ତା ଗୁଡିକରେ ଚେକିଂ କରାଯାଇ ୬୦ ଜଣଙ୍କଠାରୁ ମୋଟ ୬୪୦୦୦ ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ଆଜି ଅପରାହ୍ନ ସୁଦ୍ଧା ୨୦ ଜଣଙ୍କଠାରୁ ୨୦ ହଜାର ଟଙ୍କା ଆଦାୟ ହୋଇଥିବା ଜଣାପଡିଛି। ଜୋରିମାନା ଦେଇଥିବା ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି ବୋଲି କହିଛନ୍ତି ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ। ଆଗକୁ ଏଭଳି ଭୁଲ ନ କରି ନିୟମ ମାନିବା ପାଇଁ ଲୋକଙ୍କୁ ପରାମର୍ଶ ଦେଉଛୁ ବୋଲି ସେ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post