ରାଇରାଙ୍ଗପୁର ଅଧ୍ୟାପିକା ରୁକ୍ମିଣୀ ଆତ୍ମହତ୍ୟା ମାମଲା : ହସ୍ତକ୍ଷେପ କଲେ ଡିଜି ସତ୍ୟଜିତ ମହାନ୍ତି 

3

କର୍ତ୍ତବ୍ୟରେ ଅବହେଳା କରିଥିବା  ଆଇଆଇସି ମହାଳିକ ନିଲମ୍ବିତ 

ବ୍ୟକ୍ତିଗତ ତତ୍ତ୍ୱାବଧାନରେ ମାମଲାର ତଦନ୍ତ କରିବାକୁ ଏସପି ସ୍ମିଥ ପି ପରମାରଙ୍କୁ ନିର୍ଦ୍ଦେଶ 

ଉପରୁ ଆଦେଶ ପାଇଁ ରାଇରାଙ୍ଗପୁର ଯାଇ ଏସପି ଛାନଭିନ ଆରମ୍ଭ 

ବାରିପଦା (Dillip Mohanty): ରାଇରାଙ୍ଗପୁର ଅଧ୍ୟାପିକା ରୁକ୍ମିଣୀ ଆତ୍ମହତ୍ୟା ମାମଲାରେ ହସ୍ତକ୍ଷେପ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି | କର୍ତ୍ତବ୍ୟରେ ଅବହେଳା କରିଥିବା ଅଭିଯୋଗରେ ରାଇରଙ୍ଗପୁର ଥାନା ଆଇଆଇସି ମାହାଳିକଙ୍କୁ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବିତ କରିଛନ୍ତି | ତଦନ୍ତକୁ କଡାକଡି କରିବା ପାଇଁ ଡିଜି ନିର୍ଦ୍ଦେଶ ସମ୍ପୂର୍ଣ ତଦନ୍ତ ପ୍ରକ୍ରିୟାକୁ ତର୍ଜ୍ଜମା କରି ନିଜ ତତ୍ତ୍ୱାବଧାନରେ ମାମଲାର ତଦନ୍ତ କରିବାକୁ ଏସପି ସ୍ମିଥ ପି ପରମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମହାନିର୍ଦ୍ଦେଶକ ଶ୍ରୀ ମହାନ୍ତି | ଡ଼ିଜିଙ୍କ ନିର୍ଦ୍ଦେଶ ପାଇବା ପରେ ରାଇରଙ୍ଗପୁର ଯାଇ ଏସପି ଶ୍ରୀ ପରମର ଛାନଭିନ ଆରମ୍ଭ କରିଛନ୍ତି |  

 

Leave A Reply

Your email address will not be published.