୩୧ତମ ବିଶ୍ୱ ଏଡ୍ସ ସଚେତନତା ଦିବସ ପାଳିତ

3

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ସ୍ଥାନୀୟ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ତାଲୁକ ଲିଗାଲ ସର୍ଭିସ କମିଟି ଓଡ଼ଗାଁ ଆନୁକୂଲ୍ୟରେ ୩୧ ତମ ଏଡ୍ସ ସଚେତନତା ଦିବସ ପାଳିତ ହୋଇଯାଇଛି । ଆଇନଜିବୀ ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ  ସଚେତନତା ସଭାରେ ଓଡ଼ଗାଁ ନ୍ୟାୟାଧିକାରୀ ସୁମିତ୍ରା ସାହୁ ମୁଖ୍ୟ ଅତିଥି, ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡା. ବଳରାମ ପ୍ରଧାନ ମୁଖ୍ୟବକ୍ତା ଏବଂ ବାର ଆସୋସିଏସନ୍ ସଭାପତି ଆଇନଜିବୀ ଇନ୍ଦୁଭୁଷଣ ମିଶ୍ର, ଏପିପି ପ୍ରମୋଦ କୁମାର ବିଶ୍ୱାଳ, ପୁର୍ଣ୍ଣଚନ୍ଦ୍ର ସାହୁ, ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ଦେବୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏଚ ଆଇ ଭି ହେଉଛି ଏକ ଭୁତାଣୂ ଯାହାଦ୍ୱାରା ଏଡ୍ସ ରୋଗ ହୋଇଥାଏ । ଏହି ଭୁତାଣୂ ଦ୍ୱାରା ଶରୀରର ପ୍ରତିରୋଧକ ଶକ୍ତି କମିଯାଏ । ଫଳରେ ଏହି ଭୁତାଣୂ ରକ୍ତ ମାଧ୍ୟମରେ ଶରୀରରେ ରକ୍ତ ମାଧ୍ୟମରେ ତାର ସ୍ଥାନକୁ ସୁଦୃଢ କରେ । ବିଶେଷ କରି ଏକାଧିକ ମହିଳା ଓ ପୁରୁଷଙ୍କ ମଧ୍ୟରେ ଯୌନ ସମ୍ପର୍କ ଦ୍ୱାରା ୮୭.୧% ଏହି ରୋଗ ବ୍ୟାପିଥାଏ । ମା ଠାରୁ ଶିଶୁ ୫.୪%, ସମଲିଙ୍ଗି ଯୌନ ସମ୍ପର୍କ ଦ୍ୱାରା ୧.୫%, ଇଞ୍ଜେକସନ୍ ଡ୍ରଗ ମାଧ୍ୟମରେ ୧.୬%, ରକ୍ତଦାନ ମାଧ୍ୟମରେ ୧% ଏବଂ ଅଜଣାରେ ୩.୩% ଏହିପରି ଶତପ୍ରତିଶତ ଏଡ୍ସ୍ସ ରୋଗ ବ୍ୟାପିବା ସମ୍ପର୍କରେ ଗୋଷ୍ଠୀ  ସ୍ୱାସ୍ଥ୍ୟ ଅଧିକାରୀ କହିଥିଲେ । ଏଥିରୁ ଦୁରେଇ ରହିବା ପାଇଁ ଆମେମାନେ ସତର୍କ ରହିବା ଜରୁରୀ ବୋଲି ମୁଖ୍ୟ ଅତିଥି କହିଥିଲେ । ୧୯୯୫ ମସିହାରେ ପ୍ରଥମ ଏଚ ଆଇ ଭି ସଂକ୍ରମିତ ଏଡ୍ସ ରୋଗୀ ଓଡ଼ଗାଁରୁ ଚିହ୍ନଟ ହୋଇଥରଲା ବୋଲି ସମ୍ବାଦିକ ଆଦର୍ଶ କୁମାର ପଟ୍ଟନାୟକ ସୁଚନା ଦେଇଥିଲେ । ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ର, ଗଣମାଧ୍ୟମ ପ୍ରତିନିଧି ଓ ବୁଦ୍ଧିଜିବୀମାନେ ଆଲୋଚନା ବେଳେ ଅଂଶ ଗ୍ରହଣ କରିଥିଲେ । ଲିଗାଲ କମିଟିର ରାଜୀବ ପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.