ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଓଡିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତିର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ବିଶ୍ବ ଏଡସ୍ ଦିବସ-୨୦୧୯ ପାଳିତ ହୋଇଯାଇଛି ।
ଏହି ଅବସରରେ ଏଏନଏମ୍ ପ୍ରଶିକ୍ଷଣ ବିଦ୍ୟାଳୟର ଓ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ଛାତ୍ରୀ ମାନେ ଯୋଗଦେଇ ବିଭିନ୍ନ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ନଗର ପରିକ୍ରମା କରି ଜନସଚେତନତା କରାଇଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡାଃ . ଗୁନୁରାଣୀ ପଟ୍ଟନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏଥିରେ ଡିଏମଓ ଡା . ରମେଶ ଚନ୍ଦ୍ର ମିଶ୍ର ଏବଂ ମହାବିଦ୍ୟାଳୟର ଅଧ୍ୟାପିକା ଡ଼ଃ ଭାରତୀ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ପକ୍ଷରୁ ଗୁଣ୍ଡିଚା ବାଡ଼ି ପଡିଆ ଠାରେ ଏଡସ୍ -ଏଚଆଇଭି ସଚେତନତା ପାଇଁ ଦେଢ ଟନ ବାଲିରେ ରେଡ଼-ରିବନ ନିର୍ମାଣ କରାଯାଇଥିଲା ।
ପରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟଳୟ ପରିସରରେ ଥିବା ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଯକ୍ଷ୍ମା ଓ ଏଡସ୍ ନିୟନ୍ତ୍ରଣ ବିଭାଗ ଏଡିପିଏଚଓ ଡାଃ . ରବି ନାରାୟଣ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା ସଭାରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡାଃ. ଗୁନୁରାଣୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏଡସ୍ ରୋଗର ଭୟାବହତା ଉପରେ କହି ତାର ଲକ୍ଷଣ , ସତର୍କତା ଓ ସଚେତନତାର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ ।
http://www.youtube.com/watch?v=4rrtGUmHXEU&list=TLPQMDExMjIwMTkazUCSV7Nh0w&index=1
ମୁଖ୍ୟତଃ ଅସୁରକ୍ଷିତ ଯୌନ ସମ୍ପର୍କ , ଆନୁଷ୍ଠାନିକ ପ୍ରସବ , ଆକ୍ରାନ୍ତକାରୀ ସୁସ୍ଥତା ପାଇଁ ନିୟମିତ ଔଷଧ ସେବନ କରିବା , ଭାରତ ସରକାରଙ୍କ ଗାଇଡ଼ ଲାଇନ ପ୍ରକାରେ ଗର୍ଭବତୀ ମହିଳାଙ୍କ ସମସ୍ତ ପ୍ରକାର ପରୀକ୍ଷା କରିବା ଆବଶ୍ୟକତା , ଏଡସ୍ ରୋଗୀକୁ ଘୃଣା ନ କରି ଏଡସ୍ ରୋଗକୁ ଘୃଣା କରିବା , ରୋଗ ଚିହ୍ନଟ ହେବା ପରେ ନିୟମିତ ଔଷଧ ଖାଇ ସୁସ୍ଥ ରହିବା , ଡାକ୍ତରଖାନାରେ ରୋଗୀର ସମସ୍ତ ତଥ୍ୟ ସମ୍ପୂର୍ଣ୍ଣ ଭାବେ ଗୋପନୀୟ ରଖାଯିବା ପ୍ରଭୃତି ଉପରେ ଆଲୋଚନା କରାଯାଇଥିଲା ।
ଅନ୍ୟ ମାନଙ୍କ ମଧ୍ୟରେ ଏଡିପିଏଚଓ ଡାଃ. ପ୍ରଦୀପ ପାତ୍ର , ଡାଃ. ମୁବାରକ ଅଲ୍ଲୀ , ଡାଃ. ଭି- ଲୋକନାଥ ରାଜୁ , ଡାଃ. ରବି , ଡ଼ିପିଏମ- ସୌମ୍ୟା ରାଣୀ ଗୌଡ ଏବଂ ଡିଏମଆରସିଏଚ ଶୁସାନ୍ତ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ଏଡସ୍ ରୋଗର ଭୟାବହତା , ସତର୍କତା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
ସମସ୍ତ କାର୍ଯ୍ୟକ୍ରମକୁ ଆଇସିଟିସି କାଉନସିଲର ଶକ୍ତି ପ୍ରସାଦ ପଟ୍ଟନାୟକ , ଏସଆଇଏଫଡବ୍ଲ୍ୟୁ- ନେତ୍ରାନନ୍ଦ ଶତପଥୀ , ଏଡିପିଏଚସିଓ- ସୁଧୀର କୁମାର ଜେନା , ଡିପିଏଲ-ପି .କୋଟେଶ୍ୱର୍ ରାଓ ଏବଂ ନଳିନୀ ବେହେରା ପ୍ରମୁଖ ପରିଚାଳନାରେ କରିଥିଲେ । ଏହି ଅବସରରେ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉପସ୍ଥିତ ସମସ୍ତେ ସେମାନଙ୍କ ଏଡସ୍ ରୋଗ ନିୟନ୍ତ୍ରଣ ଓ ନିରାକରଣ ଉପରେ ସୁଚିନ୍ତିତ ମତାମତ ଲେଖି ଦସ୍ତଖତ କରିଥିଲେ।