ଖୋଲା ଶୌଚ ପାଇଁ ଯିବା ହେଲା କାଳ : ଟ୍ରେନ ଧକ୍କାରେ ଛାତ୍ର ମୃତ

3

ବାରିପଦା(ଦିଲ୍ଲୀପ ମହାନ୍ତି)- ଟ୍ରେନ ଧକ୍କାରେ ଛାତ୍ର  ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତ ଛାତ୍ର ଜଣକ ହେଲେ ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦାସ୍ଥିତ ଗୋପବନ୍ଧୁ ଶିକ୍ଷା ନିକେତନ ଦଶମ ଶ୍ରେଣୀଛାତ୍ର ତଥା ତେବେ ମୃତକ କୁଳିଅଣା ଥାନା ଅନ୍ତର୍ଗତ ଶାମାଖୁଣ୍ଟା ବ୍ଲକ ଖଣ୍ଡିଆ ଗ୍ରାମର ରମେଶ ଚନ୍ଦ୍ର ନାୟକଙ୍କ ପୁଅ ବିଜୟ କୁମାର ନାଏକ ବୋଲି ଜଣାପଡିଛି। ଟ୍ରେନରେ କଟି ଛାତ୍ରମୃତ୍ୟୁ ଘଟଣା ପ୍ରଚାର ହେବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଉତ୍ତେଜନା ଦେଖାଦେବା ପରେ ଉତ୍ତେଜିତ ଗ୍ରାମବାସୀମାନେ  ସ୍କୁଲ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି। ସ୍କୁଲ ହଷ୍ଟେଲରେ ଅନ୍ତେବାସୀ ପିଲାମାନଙ୍କ ସହ କୌଣସି ଶିକ୍ଷକ ରହୁନଥିବା ଅଭିଯୋଗକୁ ନେଇ ତାଲାବନ୍ଦ ଆନ୍ଦୋଳନ କରିବା ସହିତ ହଷ୍ଟେଲ ସୁପରିଟେଣ୍ଡେଣ୍ଟ ଦାୟିତ୍ବରେ ଥିବା ଶିକ୍ଷକଙ୍କୁ ତୁରନ୍ତ ବହିଷ୍କାର ଏବଂ ସ୍କୁଲ କତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଛାତ୍ରର ମୃତ୍ୟୁ ହୋଇଥିବା କାରଣରୁ ମୃତକ ଛାତ୍ରର ପରିବାରକୁ ଉଚିତ କ୍ଷତିପୂରଣ ପ୍ରଦାନ ଦାବି କରିଛନ୍ତି। ସେହିପରି ସ୍ଵଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ବାହାରେ ମଳତ୍ୟାଗ ନିଷେଧ ସହ ହଷ୍ଟେଲରେ ଅନ୍ତେବାସୀଙ୍କ ନିମନ୍ତେ ପାଇଖାନା ଥାଇବି ଜୀବନକୁ ବିପଦରେ ପକାଇ ମଳତ୍ୟାଗ ପାଇଁ ପଦାକୁ ଆସିବା ଏବଂ ବିଦ୍ୟାଳୟ କର୍ତ୍ତୁପକ୍ଷ ଏଥିପାଇଁ ବାରଣ କରିବା ପରିବର୍ତ୍ତେ ପ୍ରଧାନ ଶିକ୍ଷକ ହରିହର ପ୍ରଧାନ ସୁଯୋଗ ଦେଉ ଥିବାରୁ ତାଙ୍କ ବିରୋଧରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ।  ଅନ୍ୟପଟେ ହଷ୍ଟେଲରେ କୌଣସି ଶିକ୍ଷକ ରହୁନଥିବାରୁ   ୨୦୦ରୁ ଅଧିକ ଅନ୍ତେବାସୀ ଛାତ୍ରମାନଙ୍କ ସୁରକ୍ଷାକୁ ନେଇ ଏବେ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ ଏବଂ ଗ୍ରାମବାସୀ। ଏହାବ୍ୟତୀତ ସ୍ଥାନୀୟ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ବଦଳରେ ସ୍କୁଲ କତ୍ତୃପକ୍ଷଙ୍କୁ ନୀରବ ସମର୍ଥନ ଯୋଗାଇ ଆସିବା ପଛରେ କଣ ରହିଛି ରହସ୍ୟ ତାହା ମଧ୍ୟ ତଦନ୍ତସାପେକ୍ଷ। ।

Leave A Reply

Your email address will not be published.