ଗନ୍ଧମାର୍ଦନ ଅଞ୍ଚଳରେ ମାଓବାଦୀ ପୋଷ୍ଟର   

3

ଶାସକ ପ୍ରଶାସକ/ଜାମସେଠ:-ଆଜି ସକାଳୁ ସକାଳୁ  ଦେଖିବାକୁ ମିଳିଛି  ମାଓବାଦୀ ମାନଙ୍କ ପୋଷ୍ଟର ଓ ବ୍ୟାନର।ନୁଆପଡାରୁ ପାଇକମାଲ ରାସ୍ତାର ଚେରଙ୍ଗାଝାଞ୍ଜର ରୋଡ ଉପରେ ମାଓବାଦୀମାନଙ୍କ ପୋଷ୍ଟର ଓ ବ୍ୟାନର  ଲାଗିଥିବାର ଦେଖିବାକୁ ମିଲିଛି।

ମାଓବାଦୀ ମାନଙ୍କ ବିଭିନ୍ନ ଦାବୀ ସେଥିରେ ଉଲ୍ଲେଖ ରହିଛି । ସେମାନେ ଆସନ୍ତା ୨ରୁ ୮ତାରିଖ ଯାଏ ପିଏଲଜିଏ ସପ୍ତାହ ପାଳନ  କରିବାକୁ ଅନୁରୋଧ କରିଛନ୍ତି। ଦଳିତ ଆଦିବାସୀ  ମୁସଲିମ ଅଲ୍ପସଂଖ୍ୟକ କୁ ସାହାଯ୍ୟ କରିବାକୁ ଲେଖାଯାଇଛି। ବ୍ରାହ୍ମଣିୟ ହିନ୍ଦୁ ଫାସିବାଦକୁ ବିରୋଧ କରାଯାଇଛି। ଡିସେମ୍ବର ୬ତାରିଖକୁ ହିନ୍ଦୁ ଫାସିବାଦ ବିରୋଧୀ  ଦିବସ ଭାବେ ମାନିବାକୁ କୁହାଯାଇଛି। ପୋଷ୍ଟର ଗୁଡିକ ଓଦା ହୋଇଯାଇ ଥିବାରୁ ଲେଖା ଠିକ ଜଣା ପଡୁନାହିଁ। ବହୁତ ଦିନପରେ ଏ ଅଞ୍ଚଳରେ ମାଓବାଦୀଙ୍କର   ପୁନଃଆଵିର୍ଭାଵ ଦେଖିବାକୁ ମିଲିଛି ।

Leave A Reply

Your email address will not be published.