ଚତୁର୍ଥ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଜାନୁଆରୀ ୩୧ରୁ 

3

ଶୁଭସ୍ତମ୍ଭ ସ୍ଥାପନ ଓ କଂସ ବରଣ କାର୍ଯ୍ୟକ୍ରମ ସମ୍ପନ୍ନ 

ପଦ୍ମପୁର/ ଶାସକ ପ୍ରଶାସକ : ଆସନ୍ତା ଜାନୁଆରୀ ୩୧ ତାରିଖରୁ ଫେବୃୟାରୀ ୬ ତାରିଖ ପର୍ଯ୍ୟନ୍ତ ଗୋଇବାହାଲି ଗ୍ରାମରେ ହେବାକୁ ଥିବା ଚତୁର୍ଥ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ କମିଟି ପକ୍ଷରୁ ଶୁକ୍ରବାର ଶୁଭସ୍ତମ୍ଭ ସ୍ଥାପନ ଓ କଂସ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ପଣ୍ଡିତ ନିରଞ୍ଜନ ପୁରୋହିତଙ୍କ ପୌରାହିତ୍ୟରେ ପୁରନ୍ଦର ସାହୁ ଓ ତାଙ୍କ ଧର୍ମପତ୍ନୀ ସଂଯୁକ୍ତା ସାହୁ କର୍ତ୍ତା ଭାବେ କାର୍ଯ୍ୟ  ତୁଲାଇବେ। ଏହି ଅବସରରେ ନୃସିଂହନାଥଠାରୁ ମାର୍ଜାର କେଶରୀଙ୍କ ଆଜ୍ଞାମାଳ ଅଣାଯାଇଥିଲା। ପରେ କଂସ ଭୂମିକାରେ ଅଭିନୟ ପାଇଁ ମନୋରଞ୍ଜନ ଚିରଗୁନଙ୍କ ସମେତ ଅନ୍ୟାନ୍ୟ  କଳାକାର ମାନଙ୍କୁ ଧନୁଯାତ୍ରା ପାଇଁ ବରଣ କରାଯାଇଥିଲା। ଧନୁଯାତ୍ରାକୁ କିପରି ଆଡମ୍ବରପୂର୍ଣ୍ଣ କରାଯାଇ ପାରିବ ସେଥିପାଇଁ କମିଟି ପକ୍ଷରୁ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ ପଲସଦା, କେର୍ମେଲାବାହାଲ, ଭେଙ୍ଗରାଜପୁର ଆଦି ଗ୍ରାମ ପଞ୍ଚାୟତର ସମସ୍ତ ସଦସ୍ୟ  ଉପସ୍ଥିତ ଥିଲେ ।

Leave A Reply

Your email address will not be published.