ବରଗଡ(ଶାସକ ପ୍ରଶାସକ) ବରଗଡ ଜିଲ୍ଲା ପାଇକମାଲ ବ୍ଲକ ବୁକୁରାମୁଣ୍ଡାଠାରେ ଆଜି ରାଜମିସ୍ତ୍ରୀ ମାନଙ୍କର ଏକ ଦଶ ଦିନିଆ ପ୍ରଶିକ୍ଷଣ ଶିବିର ଆରମ୍ଭ ହେଇଯାଇଛି । ବରଗଡ଼ DRDA ର ପ୍ରକଳ୍ପ ନିର୍ଦେଶକ ଶ୍ରୀ କୃତିବାସ ରାଉତ ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିଲେ । ଆସନ୍ତା ୧୦ ଦିନ ଧରି ଏହି ଶିବିରରେ ରାଜମିସ୍ତ୍ରୀ ମାନେ ଏହି ଶିବିରରେ ଗୃହ ନିର୍ମାଣର ବିଭିନ୍ନ ଆଧୁନିକ କୌଶଳ ଶିଖିବା ସହିତ ନିଜର କାର୍ଯଦକ୍ଷତା କୁ ବୃଦ୍ଧି କରିପାରିବେ । ଏହି ଶିବିର ରେ ତାଲିମ ଗ୍ରହଣ କରିଥିବା ପ୍ରତ୍ୟେକ ରାଜମିସ୍ତ୍ରୀ ମାନଙ୍କୁ ଦୈନିକ 320 ଟଙ୍କା ଓ ଖାଇବା ଖର୍ଚ୍ଚ ପାଇଁ ପ୍ରତେକଙ୍କୁ ଦୈନିକ ଶହେ ଟଙ୍କା ଏହିଭଳି ଦୈନିକ ଚାରି ଶହ କୋଡ଼ିଏ ଟଙ୍କା ସରକାରଙ୍କର ତରଫରୁ ପ୍ରଦାନ କରାଯିବ ବୋଲି ପାଇକମାଲ ବିଡ଼ିଓ ଶ୍ରୀ ସଦାଶିଵ ନାୟକ କହିଛନ୍ତି। ଏହି ଅବସରରେ ସରପଞ୍ଚ ଶ୍ରୀ ଅଭିମନ୍ୟୁ ବରିହା APD (RH) ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ । ଆଜି ପ୍ରଥମ ପର୍ଯୟରେ ଏହି ଶିବିରରେ ତିରିଶ ଜଣ ରାଜମିସ୍ତ୍ରୀ ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post