୧ରୁ କୋଣାର୍କ ମହୋତ୍ସବ : ମୁଖରିତ ହେବ ନୃତ୍ୟମଣ୍ଡପ, ଝଲସିବ ଚନ୍ଦ୍ରଭାଗା କୂଳ

2

ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା କୋଣାର୍କ ଉତ୍ସବ ସହିତ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବର ଆୟୋଜନ

ଭୁବନେଶ୍ୱର : – ଓଡ଼ିଶାର ପ୍ରମୁଖ ଉପକୂଳ ନାଭିକେନ୍ଦ୍ର କୋଣାର୍କ ପୁନଶ୍ଚ ଦେଖିବ ବିଶ୍ୱବ୍ୟାପି ଦ୍ୱୈତ ଘଟଣାର ମିଳନବିନ୍ଦୁରେ କୋଣାର୍କର ବିବିଧ ଶାସ୍ତ୍ରୀୟ ନୃତ୍ୟ ସହିତ ସର୍ବୋକୃଷ୍ଟ ସୂର୍ଯ୍ୟମନ୍ଦିରର ପୃଷ୍ଠ ଭୂମିରେ ଆନ୍ତର୍ଜାତୀୟ ମନୋହର ବାଲୁକା କଳାର ଅପୂର୍ବ ସମାବେଶ, ଯାହା ପ୍ରତ୍ୟେକ ଦର୍ଶକଙ୍କ ନିମନ୍ତେ ସମ୍ପୂର୍ଣ୍ଣ ଦେୟମୁକ୍ତ  । ଆଜି କୋଣାର୍କ ମହୋତ୍ସବ ସମ୍ପର୍କିତ ତଥ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପର୍ଯ୍ୟଟନ ସଚିବ ବିଶାଳ ଦେବ | ଏ ଅବସରରେ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର ଯାଦବ, ପର୍ଯ୍ୟଟନ ଉନ୍ନୟନ ନିଗମ ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ଶଏ, ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଉପସ୍ଥିତ ଥିଲେ  

ସଚିବ ଶ୍ରୀ ଦେବଙ୍କ କହିବା ଅନୁଯାୟୀ  ଡ଼ିସେମ୍ବର ୧ ତାରିଖଠାରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରଠାରେ ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ପ୍ରତ୍ୟହ ସନ୍ଧ୍ୟା ୬ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ମୁକ୍ତାକାଶ ରଙ୍ଗମଞ୍ଚରେ କୋଣାର୍କ ନୃତ୍ୟୋତ୍ସବର ଆୟୋଜନ ହେବାକୁ ଯାଉଛି  । ଓଡ଼ିଶାର ଅନ୍ତର୍ନିହିତ ଐତିହ୍ୟକୁ ବାଦ୍‍ଦେଲେ ଏହି ଉତ୍ସବ ଉକ୍ରୃଷ୍ଟ ମାନର ପାରମ୍ପାରିକ ତଥା ଶାସ୍ତ୍ରୀୟ ନୃତ୍ୟର ଆୟୋଜନ କରୁଅଛି  । ଏକ ନିର୍ଜନ ମନୋଜ୍ଞ ସର୍ବୋକୃଷ୍ଟ ଲୋକକଳା ଏବଂ ପୌରାଣିକ ତଥ୍ୟ ସୃଷ୍ଟି କରିଛି ଏହି ବିଶ୍ୱ ବିସ୍ମୟ ସୂର୍ଯ୍ୟମନ୍ଦିର ଯାହା ତ୍ରୟୋଦଶ ଶତାବ୍ଦୀର ମହାନ କୀର୍ତ୍ତି  । କୋଣାର୍କ ଉତ୍ସବ ଯେଉଁଥିରେ ବହୁ ପ୍ରତିଭାବାନ୍‍ ନୃତ୍ୟ ବିଶାରଦ ପ୍ରାୟ ଶାସ୍ତ୍ରୀୟ ନୃତ୍ୟର କଳାକାରବୃନ୍ଦ ଓଡ଼ିଶୀ, ଭାରତନାଟ୍ୟମ, କଥକ, କୁଚିପୁଡ଼ି, ମୋହିନିଆଟ୍ଟମ ଏବଂ ଏବର୍ଷର ବିଶେଷ ଆକର୍ଷଣ ଇଣ୍ଡୋନେସିଆର ବାଲିନିଜ୍‍ ଦଳଗତ ନୃତ୍ୟ ପ୍ରଦର୍ଶନ କରିବେ  । 

 ସେହିପରି କୋଣାର୍କ ସୂର୍ଯ୍ୟ ମନ୍ଦିରଠାରୁ ୩ କି.ମି. ଦୂରରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡ଼ର ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚନ୍ଦ୍ରଭାଗାର ପ୍ରଶସ୍ତ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକାକଳାର ଆୟୋଜନ କରାଯାଉଅଛି  । ଏହି ଉତ୍ସବ ପ୍ରତ୍ୟହ ପୂର୍ବାହ୍ନ ୧୦ ଘଟିକା ଠାରୁ ରାତି ୧୦ ଘଟିକା ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ  । ଏହି ବିଶ୍ୱବ୍ୟାପି ପ୍ରତିଯୋଗିତାରେ ପ୍ରତିଯୋଗୀମାନେ ପାଞ୍ଚଦିନ ପର୍ଯ୍ୟନ୍ତ ନିଦ୍ଧିଷ୍ଟ ଘଟଣା ଉପରେ ଆଧାରିତ ବାଲୁକା ଚିତ୍ରକଳା ପ୍ରଦର୍ଶନ  କରିବେ  । ଚଳିତ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକା, ଆୟରଲାଣ୍ଡ, ଡେ଼ନ୍‍ମାର୍କ, ଋଷିଆ, କାନାଡ଼ା, ଟଗୋ ଓ ଶ୍ରୀଲଙ୍କା ଆଦି ଦେଶମାନଙ୍କରୁ ପ୍ରତିଭାବାନ ବାଲୁକାଶିଳ୍ପୀମାନେ ଅଂଶ ଗ୍ରହଣ କରିବେ  । ସେହିପରି ଦେଶ ଭିତରରୁ ଯଥା ରାଜସ୍ଥାନ, ମହାରାଷ୍ଟ୍ର, ଗୁଜୁରାଟ, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ସହିତ ଓଡ଼ିଶାରୁ ଖ୍ୟାତନାମା ବାଲୁକାକଳା ଶିଳ୍ପୀମାନେ ଅଂଶଗ୍ରହଣ କରିବେ  ।

୨୦୧୯ର ବିଷୟବସ୍ତୁ

୦୧.୧୨.୨୦୧୯ – ପ୍ରକୃତି ପର୍ଯ୍ୟଟନ

୦୨.୧୨.୨୦୧୯ – ସଂସ୍କୃତି, ପର୍ବ ଓ ପର୍ବାଣୀ 

୦୩.୧୨.୨୦୧୯ – ମହିଳା ସଶକ୍ତିକରଣ

୦୪.୧୨.୨୦୧୯ – ପ୍ଲାଷ୍ଟିକ୍‍କୁ ନା

୦୫.୧୨.୨୦୧୯ – ଐତିହ୍ୟ

ଏହି ଶିବିରରେ ମୋଟ ୧୨୩ଜଣ ବାଲୁକା  ଶିଳ୍ପୀ ଅଂଶ ଗ୍ରହଣ କରିବେ ବିଭିନ୍ନ ବର୍ଗରେ | ଚନ୍ଦ୍ରଭାଗା ନିକଟରେ ଏକ ଆକର୍ଷଣୀୟ ହସ୍ତଶିଳ୍ପ ମେଳା ଅନୁଷ୍ଠିତ  ହେବ  । ଏହି ମେଳରେ ବିଭିନ୍ନସ୍ଥାନର ସୁନ୍ଦର ସ୍ଥପତିମାନେ ସେମାନଙ୍କ ଦ୍ୱାରା ନିର୍ମିତ ଭିନ୍ନ ଭିନ୍ନ ସୁନ୍ଦର ହସ୍ତଶିଳ୍ପ ପ୍ରଦର୍ଶନ କରିବେ  । ଅଧିକନ୍ତୁ ଏଠାରେ ପରିବାର ସହିତ କିଛି ଆନନ୍ଦମୟ ମୁହୂର୍ତ୍ତ ଅତିବାହିତ କରିବା ସହିତ ସୁସ୍ୱାଦୁ ଭୋଜନ କରିବାର ନିଆରା ଅନୁଭୂତି ଏକତ୍ର ମିଳିବାର ସମ୍ଭାବନା ଛୁଟିଦିନମାନଙ୍କରେ ପର୍ଯ୍ୟାପ୍ତଭାବରେ ଉପଲବ୍ଧ  ହେବ ବୋଲି ଶ୍ରୀ ଦେବ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି |

 

Leave A Reply

Your email address will not be published.