ମର୍ମନ୍ତୁଦ ସଡକ ଦୁର୍ଘଟଣା:  ଜଣେ ମୃତ, ଦୁଇ ଗୁରୁତର 

2

ବରଗଡ :- ଗତକାଲି ବିଳମ୍ବିତ ରାତିରେ ପାଇକମାଲ ବିନ୍ଧ୍ୟବାସିନୀ  କଲେଜ ନିକଟରେ ଏକ ହାଇବା  ଟ୍ରକ ବ୍ରେକ ଡ଼ାଉନ ହୋଇଥିଲା । ଅନ୍ୟ ଗୋଟେ ଗାଡି  ସାହାଯ୍ୟରେ ଉକ୍ତ ହାଇବାକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଥିବା ସମୟରେ ଏକ ମୋଟର ସାଇକଲ ଉକ୍ତ ହାଇବାର ପଛ ପଟେ ପିଟି ହେଇଥିଲା ଫଳରେ ବାଇକ ଚଳାଉଥିବା ରମେଶ ସାହାଣୀ(35) ସୁରେନ୍ଦ୍ର ସାହାଣୀ (13) ଜଗମୋହନ ମାହାର (35) ଗୁରୁତର ଆହତ ହେଇଥିଲେ । ପାଇକମାଲ ପୋଲିସ ତୁରନ୍ତ ଦୁର୍ଘଟଣା ସ୍ଥଳକୁ ପହଂଚି  ଆହତ ମାନଙ୍କୁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦେଇଥିଲେ ।  କିନ୍ତୁ ଡାକ୍ତରଖାନା ପହଂଛିବା ପରେ ରମେଶ କୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ ।ଅନ୍ୟ ଦୁଇ ଆହତ ଙ୍କର ଚିକିତ୍ସା ଜାରି ରହିଛି । ପାଇକମାଲ ଥାନାରେ କେଶ ନମ୍ବର 211/19ରୁଜୁ କରି SI ବିପିନ ବାଗ ଘଟଣାର ତଦନ୍ତ ଜାରି ରଖିଛନ୍ତି ।

 

 

Leave A Reply

Your email address will not be published.