ଭୁବନେଶ୍ୱର : ସ୍ଥାନୀୟ କ୍ୟାପିଟାଲ ହାସଇସ୍କୁଲ୍ ପ୍ରାଙ୍ଗଣରେ ଭୁବନେଶ୍ୱର ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସର ଜାତୀୟ ସଂହତି ଶିବିର ତଥା ୨୯ତମ ଜିଲ୍ଲା ରାଲି ଉଦଯାପିତ ହୋଇଯାଇଛି । ପଞ୍ଚଦିବସ ବ୍ୟାପୀ ଏହି ଶିବିରକୁ ପ୍ରାୟ ୯୮ଜଣ ସ୍କାଉଟ୍ ମାଷ୍ଟର ଓ ଗାଇଡ୍ କ୍ୟାପ୍ଟେନ ପରିଚାଳନା କରିଥିଲେ । ଶିବିରରେ ୧୮୫୦ ଜଣ ସ୍କାଉଟ୍ ଓ ଗାଇଡ୍ ଅଂଶଗ୍ରହଣ କରିଥିଲେ । ପ୍ରତ୍ୟହ ସ୍କାଉଟ୍ସ୍ ଓ ଗାଇଡ୍ସର ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ଏକତ୍ରାବସ୍ଥାନର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଥିଲା । ପ୍ରତିଦିନ ବିଭିନ୍ନ ମନୋରଞ୍ଜନ ଲୋକନୃତ୍ୟ, ଶାରୀରିକ ପ୍ରଦର୍ଶନ, କୁଇଜ୍, ଚିତ୍ରକଳା, ଗ୍ରାମ୍ୟ ବଜାର, ସ୍ୱକୀୟ ଅନନନ୍ୟ ଦକ୍ଷତା, ଶାନ୍ତି ପାଇଁ ମାର୍ଚ୍ଚ, ପ୍ରାଥମିକ ସ୍ୱାସ୍ଥ୍ୟସେବା, ଦେଶାତ୍ମବୋଧ ଗୀତ ଆଦି ବିବିଧ କାର୍ଯ୍ୟକ୍ରମର ଉତ୍ସବ ଅତ୍ୟନ୍ତ ଉପଭୋଗ୍ୟ ହୋଇପାରିଥିଲା । ଉଦ୍ୟାପନୀ ଉତ୍ସବରେ ଭାରତ ସ୍କାଉଟ୍ସ୍ ଗାଇଡ୍ସର ଜାତୀୟ ଉପସଭାପତି ତଥା ରାଜ୍ୟ ମୁଖ୍ୟ କମିଶନର ଡ. କାଳୀ ପ୍ରସାଦ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ସ୍କାଉଟ୍ ଓ ଗାଇଡସ ମାନେ ଦେଶ ଦଶର ସେବା ପାଇଁ ନିଜକୁ ଉତ୍ସର୍ଗ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ସେବାନିବୃତ୍ତ ନ୍ୟାୟମୂର୍ତ୍ତି ଶ୍ରୀଯୁକ୍ତ ମନୋରଞ୍ଜନ ମହାନ୍ତି ସେବାକୁ ଜୀବନର ବ୍ରତ କରି ତୋଳିବା ପାଇଁ ଉପଦେଶ ଦେଇଥିଲେ । ସମ୍ମାନିତ ଅତିଥି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଶ୍ରୀଯୁକ୍ତ ଅଶୋକ କୁମାର ରଥ ଛାତ୍ରଛାତ୍ରୀମାନଙ୍କୁ ଦେଶପ୍ରେମ, ସଂହତି, ଶୃଙ୍ଖଳା ଓ ନିୟମାନୁବର୍ତ୍ତିତା ପାଳନ କରିବା ପାଇଁ ପ୍ରେରଣା ଦେଇଥିଲେ । ଜିଲ୍ଲା କମିଶନର ଶ୍ରୀ ରବିନାରାୟଣ ଜେନା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ସ୍ୱାଗତ ଭାଷଣ ଦେଇଥିଲେ । ଜିଲ୍ଲା ସମ୍ପାଦକ ତଥା କ୍ୟାପିଟାଲ ହାଇସ୍କୁଲ୍ର ପ୍ରଧାନଶିକ୍ଷକ ଶ୍ରୀମତୀ ସୋନାମିକା ରାୟ ଶିବିର ପରି•ଳନାର ତଥ୍ୟାବଳୀ ଉପସ୍ଥାପନ କରିଥିଲେ । ପରିଶେଷରେ ଉତ୍ସବର ଅଧ୍ୟକ୍ଷ, ଜିଲ୍ଲା ମୁଖ୍ୟ କମିଶନର ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ବୃନ୍ଦାବନ ଶତପଥୀ ଶିବିରର ସୁନ୍ଦର ପରିଚାଳନାକୁ ପ୍ରଶଂସା କରିବା ସହିତ ଆଶୀର୍ବାଦ ପ୍ରଦାନ କରିଥିଲେ । ଭୁବନେଶ୍ୱର ଜିଲ୍ଲା ଭାରତ ସ୍କାଉଟ୍ସ ଓ ଗାଇଡ୍ସ ସହ ସମ୍ପାଦକ ତଥା ଆଇ.ଆର.ସି. ଭିଲେଜ ହାଇସ୍କୁଲ୍ର ପ୍ରଧାନଶିକ୍ଷକ ଶ୍ରୀମତୀ ସୁନନ୍ଦା ମେକାପ ଉତ୍ସବର ସଫଳ ରୂପାୟନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ସ୍କାଉଟ୍ସ୍ ଓ ଗାଇଡ୍ସ ସଂଗଠନକୁ ଶ୍ରୀ ପ୍ରାଣକୃଷ୍ଣ ବେହେରା ଉତ୍ସବରେ ପର୍ଯ୍ୟବେକ୍ଷକ ରୂପେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ କାଦମ୍ବିନୀ ଦାସ, ଅମ୍ବିକା ପ୍ରସାଦ ଦାସ, ସୁଶାନ୍ତ କୁମାର ସାମଲ, ବିଚିତ୍ରା ମିଶ୍ର, ରଙ୍କନିଧି ନାୟକ, ଅମର କୁମାର ବେହେରା, ଶଶିକାନ୍ତ ବେହୁରା, ସନ୍ତୋଷ କୁମାର ବେହେରା, ପ୍ରତାପ କୁମାର ମଲ୍ଲିକ, ମୃତ୍ୟୁଞ୍ଜୟ ମହାପାତ୍ର, ଦିପ୍ତୀରାଣୀ ବେହେରା, ସୁବ୍ରତ ସାହୁ, ଅଶୋକ କୁମାର ରାଉତରାୟ, ରାନୀବାଳା ସୁନ୍ଦରାୟ, ସ୍ମିତା ଦାସ, ପ୍ରଦୀପ କୁମାର ପଣ୍ଡା, ରମାରଞ୍ଜନ ମିଶ୍ର ଆଦି ସ୍କାଉଟ୍ସ ମାଷ୍ଟରସ୍ ଓ ଗାଇଡ୍ସ କ୍ୟାପଟେନମାନେ ପରିଚାଳନା କରିଥିଲେ । ଉଦ୍ୟାପନୀ ଉତ୍ସବରେ ପିଜାଣ୍ଟ ଶୋ ଅନୁଷ୍ଠିତ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post