ଝୁଲନ୍ତା  ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର : ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଲେ ପରିବାର ଲୋକ 

2

ବେଲପଡା/ ବନମାଳୀ ନାୟକ : ବେଲପଡ଼ା ବ୍ଲକ ମଧ୍ୟପୁର ଗ୍ରାମରେ ଆଜି ସକାଲୁ କାହ୍ନା ହାତିଖୁଜିଆଙ୍କ ଘରୁ ନିର୍ବାଣୀ ନାମ୍ନୀ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା 

ବେଲପଡ଼ା ପୋଲିସର ଉପସ୍ଥିତିରେ ମୃତଦେହକୁ ଉଦ୍ଧାର କରାଯାଇଥିଲା | ସୁଚନା ଅନୁଯାୟୀ  ଜଲିଆ ଗ୍ରାମର ନିର୍ବାଣି ବର୍ଗେ (୨୩) ମଧ୍ୟପୁର ଗ୍ରାମର କାହ୍ନା ହାତିଖୁଜିଆ ବୟସ ୧୯ କୁ ଘରୁ ଚାଲିଆସି  ପ୍ରେମ ବିବାହ କରିଥିଲେ ବିବାହ ପରେ ତାଙ୍କୁ ଶ୍ବଶୁର ଘର ଲୋକ ନିର୍ଯାତନା ଦେଉଥିବା ଝିଅ  ନିଜେ ପରିବାର୍ ଲୋକଙ୍କ ସାମ୍ନାରେ କିଛିଦିନ ଆଗରୁ ଅଭିଯୋଗ କରିଥିଲା ଓ ଅଭିଯୋଗ କରିବା ୪ ଦିନ ପରେ ଝୁଲନ୍ତା  ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା |

ପରିବାର ଲୋକ ଝିଅକୁ ମାରିଦେଇଥିବା ଅଭିଯୋଗ କରି ବେଲପଡ଼ା ଥାନାରେ ମାମଲା ଦାୟର କରିଛନ୍ତି | ପୋଲିସ ଶବକୁ ବ୍ୟବଛେଦ ପାଇଁ  ପଠାଇଛି | ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଜଣାପଡିବ ଯେ ଏହା ଆତ୍ମହତ୍ୟା ନା ହତ୍ୟା | 

 

Leave A Reply

Your email address will not be published.