ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟପରିସରରେ ସମ୍ବିଧାନ ଦିବସ ପାଳିତ

1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟପରିସରରେ ସମ୍ବିଧାନ ଦିବସ ପାଳିତ ହୋଇ ଯାଇଛି । 

ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ ରୀନା ସାହୁଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଏହି ସଭାରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ଉଦ୍ ବୋଧନ ଦେଇ ଅଧ୍ୟକ୍ଷା କହିଥିଲେ ଯେ ପ୍ରତ୍ୟେକ ଦେଶର ସମ୍ବିଧାନ ହେଉଛି ଏହାର ମେରୁଦଣ୍ଡ , ଭାରତର ବୃହତ୍ତମ ସମ୍ବିଧାନ ଏହାର ନାଗରିକ ମାନଙ୍କୁ ସମସ୍ତ ଅଧିକାର ପ୍ରଦାନ କରିଥାଏ।   ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପିକା     ଡ଼ଃ ଭାରତୀ ପାଣିଗ୍ରାହୀ ଅନ୍ୟତମ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ସମ୍ବିଧାନର ସମ୍ବିଧାନ ଦିବସ ପାଳନର ଆଭିମୁଖ୍ୟ ଏବଂ ସମ୍ବିଧାନ ପ୍ରଣେତା ବାବା ସାହେବ ଡ଼ଃ ବି.ଆର.ଆମ୍ବେଦକରଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ।

 ପରେ ଉପସ୍ଥିତ ଛାତ୍ରୀମାନଙ୍କୁ ସମ୍ବିଧାନର ମୁଖବନ୍ଧକୁ ଶପଥ ପାଠ କରାଇଥିଲେ । ଶେଷରେ ଉପସ୍ଥିତ ସମସ୍ତଙ୍କୁ ସମ୍ବିଧାନ ପ୍ରଣେତା ମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରା ଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ରାଜେଶ ପାତ୍ର ଏବଂ ଅଶୋକ ପ୍ରମୁଖ ପରିଚାଳନା କରିଥିଲେ ।

 

Leave A Reply

Your email address will not be published.