ଏସି, ଏସଟି, ସଂଖ୍ୟାଲଘୁ ଓ ପଛୁଆବର୍ଗ ଉନ୍ନୟନ ପ୍ରମୁଖ ସଚିବଙ୍କ ଓଡ଼ଗାଁ ଗସ୍ତ

2

ଓଡ଼ଗାଁ,(ଶାସକ ପ୍ରଶାସକ)  : ଓଡ଼ିଶା ସରକାରଙ୍କ ଏସି, ଏସଟି, ସଂଖ୍ୟାଲଘୁ ଓ ପଛୁଆବର୍ଗ ଉନ୍ନୟନ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା ନୟାଗଡ଼ ଗସ୍ତରେ ଆସି ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ପରେ ଓଡ଼ଗାଁ ବ୍ଲକ ଗସ୍ତରେ ଆସି ପ୍ରଥମେ ସୋଲପଟା ଠାରେ କୁକୁଡା ଫାର୍ମ ଦେଖିଥିଲେ । ହରିହରପୁର ପାଇପଜଳ ଯୋଗାଣ ପରେ ରବିଗାଡିଆ ପଂଚାୟତ  ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ହୋଇଥିବା ପରିବା ଚାଷ, ପନ୍ତିଖାରୀ ଗ୍ରାମପଂଚାୟତ ମଶାବାରୀ ଠାରେ ମା ମଙ୍ଗଳା ସ୍ୱୟଂସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଛତୁଆ ପ୍ରସ୍ତୁତକେନ୍ଦ୍ରରେ ଚତୁଆ ଏବଂ ବାଦାମ ଲଡୁ ପ୍ରସ୍ତୁତି ଦେଖି ସନ୍ତୋଷ ବ୍ୟକ୍ତ କରିଥିଲେ । ଏଥି ସହିତ ରୋହିବାଙ୍କ ପଂଚାୟତର ରୋହିବାଙ୍କ ସ୍ୱୟଂସହାୟକ ଗୋଷ୍ଠୀଙ୍କ ଦ୍ୱାରା ବାଉଁଶରେ ପ୍ରସ୍ତୁତ ହୋଇଥିବା ଘରୋଇ ଉପକରଣ ସାମଗ୍ରୀ ବୁିଲି ଦେଖିଥିଲେ । ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚବିଦ୍ୟାଳୟ ଆଦିବାସୀ ଏସି, ଏସଟି ଛାତ୍ରୀନିବାସ ଯାଇ  ଛାତ୍ରୀମାନଙ୍କର ଖାଦ୍ୟ, ପାନୀୟ, ଶିକ୍ଷାଗ୍ରହଣ ସମନ୍ଧରେ ପଚାରି ବୁଝିଥିଲେ । ଅସ୍ୱାସ୍ଥ୍ୟକର ପାଣି ଯୋଗୁଁ କାଛୁକୁଣ୍ଢିଆ ହେଉଥିବା ନେଇ ଅଭିଯୋଗ କରିଥିଲେ । ବିଦ୍ୟାଳୟର ଛାତ୍ରୀମାନଙ୍କ ସଂଖ୍ୟା ଅନୁପାତରେ ଖୁବ ଅଳ୍ପ ସଂଖ୍ୟକ ଶିକ୍ଷକ ଶିକ୍ଷୟତ୍ରୀ ରହିଥିବା ବେଳେ ଓଡଶା ଆଦର୍ଶ ବିଦ୍ୟାଳୟ ଓଡ଼ଗାଁକୁ ପାଠ ପଢାଇବାକୁ ଏହି ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ଡେପୁଟେସନରେ ଯିବାକୁ ପଡିଥାଏ ବୋଲି ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିପ୍ରିୟା ଦେବୀ କମିସନରଙ୍କୁ କହିଥିଲେ । କୋଟିକୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଆଦର୍ଶ ବିଦ୍ୟାଳୟ ଅବ୍ୟବହୃତ ଅବସ୍ଥାରେ ରହି ଥିବା ବେଳେ ଶିକ୍ଷକ ନିଯୁକ୍ତ ହୋଇନଥିବାରୁ ରଘୁନାଥ ବିଦ୍ୟାପୀଠରେ ପ୍ରାୟ ୬ମାସରୁ ଉର୍ଦ୍ଧ ସମୟ ଧରି ଚାଲିଆସୁଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସମ୍ପର୍କରେ ସାମ୍ବାଦିକମାନେ ସଚିବଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଓଡ଼ଗାଁ ଡାକ୍ତରଖାନା ପରିଦର୍ଶନ ବେଳେ ଦୈନିକ ପ୍ରାୟ ୨୫୦ରୁ ଅଧିକ ରୋଗୀ ଏଠାକୁ ଆସନ୍ତି ଏବଂ ନିରାମୟ କେନ୍ଦ୍ରରୁ ଔଷଧ ନିଅନ୍ତି । ମାତ୍ର ଜଣେ ଡାକ୍ତରଙ୍କ ଦ୍ୱାରା ପରିଚାଳିତ ଏହି ଡାକ୍ତରଖାନା କିପରି ଚାଲିଛି ବୋଲି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଉକ୍ତ ଡାକ୍ତରଖାନା ପାଇଁ ୪ଜଣ ସ୍ପେସାଲିଷ୍ଟଙ୍କ  ସହିତ ଜଣେ ହାଉସ ସର୍ଜନ ଡାକ୍ତରଙ୍କ ଆବଶ୍ୟକତା ରହିଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ  ଶ୍ୱେତ କୁମାର ମହାପାତ୍ର ସଚିବଙ୍କୁ ସୂଚନା ଦେଇଥିଲେ । ଆହାର କେନ୍ଦ୍ରରେ ଆହାର ଗ୍ରହଣ କରୁଥିବା ଆହାର ଗ୍ରହଣ କାରିମାନଙ୍କୁ  ଖାଦ୍ୟର ମାନ ଏବଂ ସେବା ସମ୍ପର୍କରେ ପଚାରି ସନ୍ତୋଷ ବ୍ୟକ୍ତ କରିଥିଲେ । ପରେ ଶ୍ରୀରଘୁନାଥ ଜୀଉଙ୍କୁ ଦର୍ଶନ ବେଳେ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ସାମ୍ବାଦିକ ଏବଂ ପୁଜକ ମାନେ ନଜରକୁ ଆଣିଥିଲେ । ତେବେ ସଙ୍ଗରେ ଥିବା ନୟାଗଡ଼ ଜିଲ୍ଲାପାଲ ଡ. ପୁମା ଟୁଡୁ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ  ସୁବାସ ଚନ୍ଦ୍ର ରାୟ, ଓଡ଼ଗାଁ ବିଡିଓ ସ୍ୱାତୀଲେଖା ଦାସ ପ୍ରର୍ଯ୍ୟାୟକ୍ରମେ ମନ୍ଦିରର ସମସ୍ୟା ସମାଧାନ କରାଯିବ ବୋଲି କହିଥିଲେ । 

Leave A Reply

Your email address will not be published.