ଶିଶୁ ଅଧିକାର ସମ୍ମିଳନୀ ସପ୍ତାହ ପାଳନ

2

ନୂଆପଡା(ଅମିତ ପୁରୋହିତ); ସଦର ବ୍ଲକ ଅନ୍ତର୍ଗତ ଭଇଁସାତାଲ ପଞ୍ଚାୟତର ମୁଢେଲା ଗ୍ରାମରେ ଆଶା ଓଡିଶା ଓ ସେଭ ଦି ଚିଲଡ୍ରେନ ତରଫରୁ ଶିଶୁ ଅଧିକାର ସମ୍ମିଳନୀ ସପ୍ତାହ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ୱାର୍ଡ ମେମ୍ବର ପ୍ରହଲ୍ଲାଦ ସତନାମୀ, ଅଙ୍ଗନୱାଡି କର୍ମୀ ହେମବାଇ ସାହୁ, ଆଶା ଓଡିଶାର ଏମଇଡିଓ ସ୍ମୃତି ନାୟକ, ପରକୋଡ କ୍ଲଷ୍ଟର ସଂଯୋଜକ ଅମୃତିନ ସତନାମୀ, ଆମସେନା କ୍ଲଷ୍ଟର ସଂଯୋଜକ ଦୁର୍ଗେଶ୍ୱରୀ ସାହୁ ଯୋଗ ଦେଇଥିଲେ । ଶିଶୁ ଅଧିକାର କ୍ଷୁର୍ଣ୍ଣ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଶୋଷଣ କେମିତି ରୋକା ଯାଇପାରିବ ସେ ଉପରେ ଗ୍ରାମବାସୀ ତଥା କିଶୋର କିଶୋରୀ ମାନଙ୍କୁ ସଚେତନ କରାଯାଇଥିଲା । ଏନେଇ କିଶୋର କିଶୋରୀ ମାନଙ୍କ ଦ୍ୱାରା ସଚେତନ ବାର୍ତ୍ତା ଲେଖାଯାଇଥିବା ପ୍ଲାକାର୍ଡ ସହ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା । ସପ୍ତାହ ପାଳନ ଅବସରରେ ଭଇଁସାତାଲ ପଞ୍ଚାୟତ ଅନ୍ତର୍ଗତ ମୁଢେଲା ଗ୍ରାମରେ ବାଲ୍ୟବିବାହ ରୋକିବା ନିମନ୍ତେ ସ୍ଥାନୀୟ ଆଇନସେବା ପ୍ରଦାନକାରୀଙ୍କୁ ନେଇ ଏକ ଶୋଭାର ଆୟୋଜନ କରାଯାଇଥିଲା, ଯେଉଁଥିରେ କି ମହାମାୟା କଲେଜର ବାଣିଜ୍ୟ ଅଧ୍ୟାପକ ଶ୍ରଦ୍ଧା ରାଉତ, ନେହେରୁ ଯୁବ କେନ୍ଦ୍ରର ମୁକେଶ ପାଣ୍ଡେ, ସ୍ଥାନୀୟ ୱାର୍ଡ ମେମ୍ବର ପ୍ରହଲ୍ଲାଦ ସତନାମୀ, ଆଶା ଓଡିଶାର ଏମଇଡିଓ ସ୍ମୃତି ନାୟକ, ପରକୋଡ କ୍ଲଷ୍ଟର ସଂଯୋଜକ ଅମୃତିନ ସତନାମୀ ବୁଢୀପାଲି କ୍ଲଷ୍ଟର ସଂଯୋଜକ ମନସ୍ବିନୀ  ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅନନ୍ୟା କାର୍ଯ୍ୟକ୍ରମ ଅନ୍ତର୍ଗତ ବାହାଘର ନୁହେଁ ପିଲାଖେଳ ପ୍ରସଙ୍ଗ ଉପରେ ବିଷଦ ଆଲୋଚନା ମାଧ୍ୟମରେ ଗ୍ରାମବାସୀ ତଥା କିଶୋରକିଶୋରୀଙ୍କୁ ସଚେତନ କରାଯାଇଥିଲା । ବାଲ୍ୟବିବାହ ଏକ ସାମାଜିକ ବ୍ୟାଧି ଅଟେ ଏବଂ ଏହାକୁ ରୋକ ଲଗାଇବା ନିହାତିରୂପେ ପ୍ରତ୍ୟେକ ନାଗରିକଙ୍କ ଗୁରୁ ଦାୟିତ୍ୱ  ଅଟେ ବୋଲି ଉପସ୍ଥିତ ଅତିଥିଗଣ ମତବ୍ୟକ୍ତ କରିଥିଲେ । 

 

Leave A Reply

Your email address will not be published.